କାଠ ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଓଡ଼ଗାଁ,୧୬ା୫(ଆଦର୍ଶ କୁମାର ପଟ୍ଟନାୟକ)ନୟାଗଡ଼ ବନଖଣ୍ତ ଓ ବନାଞ୍ଚଳ ଅଧୀନ ମଗରବନ୍ଧ ପଞ୍ଚାୟତ ଖାସରା ଜଙ୍ଗଲ କାଠ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ସେଠାରେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଛି। କାହା ନିର୍ଦ୍ଦେଶରେ ଏତେ ବଡ଼ ଜଙ୍ଗଲ ଧଂସ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ସୂଚନା ଅନୁଯାୟୀ, ମଗରବନ୍ଧ ନିକଟ ଖାସରା ଜଙ୍ଗଲକୁ ଜଣେ ବ୍ୟକ୍ତି ମାଆ ଫାଶିପଲ୍ଲୀ ନୂଆଗାଁ ଲୋକଙ୍କୁ ହାତକରି ତାଙ୍କ ଜାଗାକୁ କିଣି ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଜାତି ରାଉତଙ୍କ ପୁଅ ସଚିନ ରାଉତ ଓ ଝିଅ କାଜଲ ରାଉତଙ୍କ ନାମରେ ମୋଟ ୧୪ ଏକର ୭୦ ଡିସିମିଲ ଜାଗା ସେ କିଣିବା ପରେ ପାଖରେ ଥିବା ଖସରା ଜଙ୍ଗଲକୁ ଧୀରେ ଧୀରେ କବ୍‌ଜା କରି ଚାଲିଛନ୍ତି। ଜେସିବି,ଟ୍ରାକ୍ଟର ଲଗାଇ ଗଛ କାଟି ସେହି କାଠକୁ ରାତାରାତି ବାହାରେ ନେଇ ବିକ୍ରି କରୁଛନ୍ତି। ଖାଲି ସେତିକି ନୁହେଁ, କାଳେ କିଛି ଧରପଗଡ଼ ହେବ ସେହି ଭୟରେ ଜେସିବିରେ ଗଛ ମୂଳ ଉପାଡି ସେହି ସ୍ଥାନକୁ ମାଟିରେ ପୋତି ଦିଆଯାଉଛି। ପଥର କାଟି ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଉଛି। ପାହାଡ଼ ଉପରେ ଏଭଳି ପଥର ଲୁଟ୍‌ ଚାଲିଥିଲେ ମଧ୍ୟ ବନ ବିଭାଗ ପାଖରେ କୌଣସି ଖବର ନ ଥିବା ଗ୍ରାମବାସୀ କହିଛନ୍ତି। ୨ କିଲୋମିଟର ରାସ୍ତା ତିଆରି କରିବା ପରେ ଏବେ ଜମି ଲୁଟ୍‌ କରିବାକୁ ସେହି ବ୍ୟକ୍ତି ବଳ ପ୍ରୟୋଗ କରିଛନ୍ତି। ଯଦି କିଏ ମୁହଁ ଖୋଲୁଛନ୍ତି ତାଙ୍କୁ ଧମକ ଚମକ ଦେଇ ବନ୍ଦ କରି ଦିଆଯାଉଛି। ଗତ କିଛିମାସ ହେବ ଏପରି ବ୍ୟକ୍ତିଙ୍କ ରାଜ୍‌ ଚାଲିଥିଲେ ମଧ୍ୟ ବନ ବିଭାଗ ସେଠାରେ ପହଞ୍ଚି ନାହିଁ। ଏପରି କି ବେଆଇନ କାଠ ଚାଲାଣ ଓ ଜଙ୍ଗଲ ଜମି ଚିହ୍ନଟ କରାଯାଉନାହିଁ। ଏହାକୁ ଗତ ୫ତାରିଖ ଦିନ ମଗରବନ୍ଧ ଗ୍ରାମବାସୀ ବିରୋଧ କରିଥିଲେ। ଜଙ୍ଗଲ ଜମି ମାଡ଼ି ବସିବାରୁ ଗାଁର ଗାଈ, ବାଛୁରୀ,ଛେଳି,ମେଣ୍ଢା ଚରି ପାରୁନାହାନ୍ତି। ଏଥିପାଇଁ ଲୋକଙ୍କ ଚିନ୍ତା ବଢିଛି। ଏହି ଜାଗା ଅନାବାଦୀ,ଗୋଚର ହୋଇଥିବାରୁ ଗ୍ରାମବାସୀ ଜମି ଛାଡ଼ିବାକୁ ବାରମ୍ବାର କହି ଆସୁଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜେସିବି, ଟ୍ରାକ୍ଟର ଲଗାଇ ଜାଗା ଦଖଲ କରିବା ପରେ ତାର ବାଡ଼ ଦେଇ ଆବଦ୍ଧ କରିଛନ୍ତି। ଗ୍ରାମବାସୀ ଏକଜୁଟ ହୋଇ ତାରବାଡ଼ ଭାଙ୍ଗିବା ସହିତ ଜାଗା ଖାଲି କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଏଥିପ୍ରତି କର୍ଣ୍ଣପାତ ନ କରି କାମ କରୁଥିବା ଗ୍ରାମବାସୀ କହିଛନ୍ତି। ଏହି ବିବାଦ ଆଗକୁ ଉଗ୍ରରୂପ ନେବା ସହିତ ଭୟଙ୍କର ପରିସ୍ଥିତି ଉପୁଜିପାରେ ବୋଲି ଆଲୋଚନା ହେଉଛି। ଏହି ଘଟଣାରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲିକ କହିଛନ୍ତି, ଅଭିଯୋଗ ପାଇଛୁ। ଆମେ ତଦନ୍ତ କରି ଜମି ଚିହ୍ନଟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?