ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନାହିଁ

ପାରାଦୀପ,୧୬ା୫(ଶରତ ରାଉତ)ପାରାଦୀପର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲର ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛି। କେତେବେଳେ ଡାକ୍ତର ନାହାନ୍ତି ତ ଆଉ କେଉଁ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ବୋଲି ଅଭିଯୋଗ ହେଉଛି। ଏହା ମଧ୍ୟରେ ସବୁଠାରୁ ବଡ଼ ବ୍ୟତିକ୍ରମ ଦୃଷ୍ଟିକୁ ଆସିଛି। ଯଥା ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କ ରହିବାକୁ ଘର ନାହିଁ। ଯେଉଁଥିପାଇଁ ଅଧିକାଂଶ ଡାକ୍ତର ପୋଷ୍ଟିଂ ହେଲା ପରେ ବେଶୀ ଦିନ ଏଠାରେ ରହୁନାହାନ୍ତି। ଯାହାଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ବେଳେବେଳେ ବିବାଦ ମଧ୍ୟ ହୋଇଛି। ଏବେ ବିଜୁ ମେମୋରିଆଲ ହସ୍ପିଟାଲରେ ଡାକ୍ତର ୯ଜଣ ଅଛନ୍ତି। ତାହା ବ୍ୟତିରେକ ନର୍ସ ଓ ପାରାମେଡିକାଲ ଷ୍ଟାଫ ସଂଖ୍ୟା ୨୦। ଏହି ୨୯ଜଣଙ୍କ ରହିବା ପାଇଁ କ୍ୱାର୍ଟର୍ସ ଅଛି ମାତ୍ର ୩ ଟି। ଏଥିରେ ସ୍ପେଶାଲିଷ୍ଟ ଡାକ୍ତର ୩ ଜଣ ଅଛନ୍ତି। ଅନ୍ୟମାନେ କେଉଁଠି ଭଡାଘରେ ତ କିଏ ଗାଁରୁ ଯିବା ଆସିବା କରୁଛନ୍ତି। ଏମିତି ରହିବା ଅସୁବିଧା ଯୋଗୁଁ ଅଧିକାଂଶ ସମୟରେ ଡାକ୍ତର ଓ ନର୍ସମାନେ ଛୁଟିରେ ରହୁଛନ୍ତି। ଫଳରେ ଜଣେ ଲେଖାଏ ଡାକ୍ତରଙ୍କୁ ବେଳେବେଳେ ୧୮ରୁ, ୨୪ ଘଣ୍ଟା ଡ୍ୟୁଟି କରିବାକୁ ପଡୁଛି।
ପାରାଦୀପର ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୯୭୦ରୁ ଚାଲିଛି। ପ୍ରଥମେ ନୂଆବଜାର ସାଇ ମନ୍ଦିର ପାଖରେ ପୋର୍ଟ ଘରେ ଚାଲିଥିଲା। ୨୦୦୩ରେ ଅଠରବାଙ୍କି ଗୋଲେଇ ଛକ ପାଖରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ନିଜସ୍ବ ମେଡ଼ିକାଲ ନିର୍ମାଣ କରିଥିଲେ। ସେଠାରେ ୭ ଏକର ଜାଗା ରହିଛି। ୩୦ ଶଯ୍ୟା ବିଶିଷ୍ଟ ଉକ୍ତ ହସ୍ପିଟାଲରେ ୧୨ ଜଣ ଡାକ୍ତର ରହୁଥିଲେ। ଦୁଇ ବର୍ଷ ମଧ୍ୟରେ ଡାକ୍ତର ସଂଖ୍ୟା ହ୍ରାସ ପାଇ ମାତ୍ର ଦୁଇଜଣ ଥିଲେ। ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାରୁ ପର୍ଯ୍ୟାୟକ୍ରମେ ଡାକ୍ତର ପୋଷ୍ଟିଂ ହୋଇ ଏବେ ୯ ଜଣ ଅଛନ୍ତି। ରୋଗୀ କଲ୍ୟାଣ ସମିତି (ଆର୍‌କେଏସ)ଜରିଆରେ ଠିକା କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରତିଦିନ ବର୍ହିଃ ବିଭାଗ ଡାକ୍ତରଙ୍କ ପାଖରେ ୪୦୦ ରୁ ୫୦୦ ରୋଗୀ ସଂଖ୍ୟା ପଞ୍ଜୀକୃତ ହେଉଛି। ଯେଉଁ ଡାକ୍ତର ୬ ମାସ ମଧ୍ୟରେ ପୋଷ୍ଟିଂ ପାଇଛନ୍ତି ସେମାନେ ରହିବା ସମସ୍ୟା ଯୋଗୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ବିଜୁ ମେମୋରିଆଲ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବସନ୍ତ ରାଉତଙ୍କୁ ପଚାରିବାରେ ମେଡ଼ିକାଲ ପରିସରରେ ପର୍ଯ୍ୟାପ୍ତ ଜାଗା ଅଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ଆରଆଣ୍ଡବି (ରାସ୍ତା ଓ କୋଠାବାଡି)ଯନ୍ତ୍ରୀ ଆସି ମାପଚୁପ କରି ଯାଇଥିଲେ। କିନ୍ତୁ ବଜେଟ ସାଙ୍କସନ ହୋଇ ନ ଥିବାରୁ ତାହା ଅଟକି ରହିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶତ୍ରୁଘ୍ନ ଦାସଙ୍କୁ ପଚାରିଲେ ଏ ସମ୍ପର୍କରେ ସବିଶେଷ ବୁଝିବା ପରେ କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri