ଦମ୍‌ରେ ଆଳୁ ନାହିଁ

କଟକ,୨୮ା୭(କାର୍ତ୍ତିକ ସାହୁ): ଖାଉଟିଙ୍କୁ ଘାଇଲା କରିଛି ବର୍ଦ୍ଧିତ ଆଳୁ ଦର। ଓଡ଼ିଶା ବଜାରକୁ ପଶ୍ଚିମବଙ୍ଗ ଆଳୁ ପର୍ଯ୍ୟାପ୍ତ ଭାବେ ନ ଆସିବା କାରଣରୁ ପରିସ୍ଥିତି ସଙ୍ଗିନ ହୋଇଛି। ଗୃହିଣୀଙ୍କ ହାଣ୍ଡିଶାଳଠାରୁ ଆରମ୍ଭକରି ରାସ୍ତାକଡ଼ ବ୍ୟବସାୟୀଙ୍କ ଖାଦ୍ୟ ବେପାର ପ୍ରଭାବିତ ହୋଇଛି। ବିଶେଷକରି କଟକର ପ୍ରସିଦ୍ଧ ଦହିବରା-ଆଳୁଦମ୍‌ରୁ ଆଳୁ ଉଭାନ୍‌ ହୋଇଥିବା ପରିଲକ୍ଷିତ ହୋଇଛି। ଦହିବରା ସହ ମସଲାଦିଆ ଆଳୁଦମ୍‌ର ମଜା ଏବେ ମହଙ୍ଗା ହୋଇଛି। ଗୁପ୍‌ଚୁପ୍‌, ଚାର୍ଟ କାରବାରରେ ମଧ୍ୟ ତଦ୍ରୂପ ସ୍ଥିତି ଦେଖାଦେଇଛି। କଟକର ଦୋଳମୁଣ୍ଡାଇ ଛକ, ବାରବାଟୀ ଷ୍ଟାଡିୟମ ଛକ, କଲେଜ ଛକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଗରାଖଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟବସାୟୀଙ୍କୁ ବେଶ୍‌ କସରତ କରିବାକୁ ପଡ଼ୁଛି।

ସନ୍ଧ୍ୟା ହେଲେ ଦୋଳମୁଣ୍ଡାଇର ଖାଦ୍ୟ ବଜାର ସରଗରମ ହୁଏ। ଦର ଯାହା ବି ହେଉ ଗରାଖ ଖାଇବାକୁ ପଛଘୁଞ୍ଚା ଦେବେନାହିଁ। ହେଲେ ଏବେ ଆଳୁ ଦର ପାଇଁ ଖାଦ୍ୟପ୍ରେମୀମାନେ ଟିକେ ନିରାଶ ହେଉଛନ୍ତି। ଅଧିକ ପଇସା ଦେଲେ ବି ମନ ମୁତାବକ ଆଳୁଦମ୍‌ ମିଳିପାରୁନାହିଁ। ଠେଲାଗାଡ଼ିରେ ବେପାର କରୁଥିବା ବ୍ୟବସାୟୀ କୁଣ୍ଠିତ ହେଉଛନ୍ତି ଗ୍ରାହକର ଇଚ୍ଛା ପୂରଣ କରିବାକୁ। ଦୋଳମୁଣ୍ଡାଇରେ ଖାଦ୍ୟ ବ୍ୟବସାୟ କରୁଥିବା ଦୀପକ ପାତ୍ର କୁହନ୍ତି, ପୂର୍ବରୁ ଦହିବରା-ଆଳୁଦମ୍‌ ପ୍ଲେଟ୍‌ ୪୦ ଟଙ୍କା ନେଉଥିଲୁ। ମାତ୍ର ଆଳୁ ଦର ବଢ଼ିବା ଦିନଠାରୁ ପ୍ଲେଟ୍‌ ପିଛା ଦର ୧୦ ଟଙ୍କା ବଢ଼ାଇ ୫୦ ଟଙ୍କା କରିଛୁ। ଆଗରୁ ୪ ପିସ୍‌ ଆଳୁଦମ୍‌ ଦେଉଥିଲୁ। ମାତ୍ର ଏବେ ୨ରୁ ୩ ପିସ୍‌ ଆଳୁ ଦେଉଛୁ। ତଥାପି ଗ୍ରାହକ ଖାଇବା ପାଇଁ ଭିଡ଼ ଜମାଉଛନ୍ତି। ସେହିପରି ମଙ୍ଗଳାବାଗରେ ଆଳୁଦମ୍‌-ଦହିବରା ବ୍ୟବସାୟୀ ପ୍ରଶାନ୍ତ କୁମାର ଚୌଧୁରୀଙ୍କ କହିବାନୁସାରେ, ପ୍ରତି ୪ ଦିନରେ ଗୋଟିଏ ବସ୍ତା ଆଳୁ କିଣୁ। ପୂର୍ବରୁ ଆଳୁ ବସ୍ତା ୧୨୦୦ ଟଙ୍କାରେ କିଣୁଥିବା ବେଳେ ଏବେ ୧୯୦୦ ଟଙ୍କାରେ କିଣୁଛୁ। ଆମର ସବୁଦିନିଆ ଗରାଖଙ୍କଠାରୁ ଅଧିକ ଦାମ୍‌ ନେଇପାରୁ ନାହିଁ। ତେଣୁ ବାଧ୍ୟହୋଇ ଆଳୁ କମ୍‌ କରି ମଟର ପରିମାଣ ଅଧିକ କରିଛୁ। ପ୍ଲେଟ୍‌ ୩୦ ଟଙ୍କାରେ ଆଗରୁ ବିକୁଥିଲୁ ଏବେ ବି ସେତିକି ଦରରେ ବିକୁଛୁ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମାଲିକ ଦୀପ୍ତିମୟୀଙ୍କ କହିବାନୁସାରେ, କଲେଜ ଆସିଲେ ଦହିବରା-ଆଳୁଦମ୍‌ ନ ଖାଇଲେ ମନ ବୁଝେନି। ହଷ୍ଟେଲରୁ ଜଳଖିଆ ନଖାଇ କଲେଜ ପାଖ ରାସ୍ତା ପାର୍ଶ୍ୱରେ ଥିବା ଷ୍ଟଲରୁ ସାଙ୍ଗମାନଙ୍କ ସହ ନିଶ୍ଚିତ ଭାବେ ଦହିବରା-ଆଳୁଦମ୍‌ ଖାଇଥାଏ। ହେଲେ ଏବେ ଦହିବରାରୁ ଆଳୁ କମିଯିବା କାରଣରୁ ଆଳୁ ଖାଇବାର ଇଚ୍ଛା ଟିକେ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri