କର୍ମ ନିଯୁକ୍ତି ସୁଯୋଗ ନାହିଁ: ରାଜ୍ୟ ବାହାରେ କାମ କରୁଛନ୍ତିି ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ,୨୭ା୧୧: କେନ୍ଦ୍ରାପଡ଼ା ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ ଶିଳ୍ପ ନାହିଁ। ଶ୍ରମିକମାନଙ୍କୁ ଜିଲାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ବାହାର ରାଜ୍ୟ ଓ ଦେଶକୁ କାମ ଅନୁସନ୍ଧାନରେ ଯାଉଛନ୍ତି। ସେଠାକୁ ଯାଉଥିବା ଶ୍ରମିକମାନେ ଘର ପରିବାର ପ୍ରତିପୋଷଣର ଅନେକ ଆଶା ମନରେ ରଖିଥାନ୍ତି। ହେଲେ ସେଠାରେ ଅନେକ ସମୟରେ ଶ୍ରମିକମାନେ ଅର୍କମଣ୍ୟ ଓ ମୃତ୍ୟୁମୁଖରେ ପଡୁଛନ୍ତି। ସେଠାରୁ ସେମାନଙ୍କ ମୃତଦେହ ଘରକୁ ଫେରୁଛି। ଏଭଳି ଏକ ଘଟଣା ଜିଲାର ରାଜକନିକା ବ୍ଲକ ତରାସ ଗାଁରେ ଘଟିଛି। ପ୍ରବାସୀ ଶ୍ରମିକ ମନୁ ବେହୋରଙ୍କର ବାଙ୍ଗାଲୋରରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଗୁରୁବାର ପରିବାର ଲୋକଙ୍କୁ ମିଳିଛି।
କେନ୍ଦ୍ରାପଡା ଜିଲା ପାଇଁ ଏହି ଘଟଣା ନୂଆ ନୁହେଁ। କରୋନା ସଂକ୍ରମଣ ପୂର୍ବରୁ ପ୍ରବାସୀଙ୍କ ନିର୍ଯାତନା ଓ ମୃତ୍ୟୁ ଖବର ପ୍ରତି ସପ୍ତାହରେ ମିଳେ ବୋଲି ବୁଦ୍ଧିଜୀବୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି। ସେ କୁହନ୍ତି, କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮, ୭୩୭ ଜଣ ପ୍ରବାସୀ ଆସିଥିବା ଜିଲା ଜରୁରିକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ମାତ୍ର ଏହା ବାସ୍ତବ ସତ୍ୟ ନୁହେଁ। ଜିଲାର ୧୫ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହେବ। କରୋନା ସଂକ୍ରମଣ ସମୟରେ ୨ ଲକ୍ଷରୁ ଅଧିକ ଘରକୁ ଫେରିଥିଲେ। ରାଜ୍ୟର ନଦୀପଥରେ ଦ୍ୱିତୀୟ ବୃହତ୍ତମ ଜିଲା କେନ୍ଦ୍ରାପଡା ହୋଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡିଛି। ଜାତୀୟ ଉଦ୍ୟାନ ଓ ରାମସାର ସାଇଡ ଭାବେ ଭିତରକନିକା ଅଭୟାରଣ୍ୟ ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗ୍ଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହାର ସମାଧାନ ନ ହେଲେ ଜିଲାର ଆର୍ଥିକ ପ୍ରଗତି ରାଜ୍ୟର ଅନ୍ୟ ଜିଲା ତୁଳନାରେ କ୍ରମାଗତ ଭାବେ ୨୬ତମ ସ୍ଥାନରେ ରହିଥିବ ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କୁହନ୍ତି, ଜିଲାର ଯୁବବର୍ଗଙ୍କୁ ସ୍ଥାନୀୟ ଅଞ୍ଚଳରେ କାମ କରିବାକୁ ସୁଯୋଗ ନ ଥିବାରୁ ବାଧ୍ୟ ହୋଇ ପ୍ରବାସକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କୁ ସ୍ଥାନୀୟ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ହେଁ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରି କି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବୁଦ୍ଧିଜୀବୀ ଶୁଭାଶିଷ ମହାନ୍ତି କୁହନ୍ତି, ରାଜ୍ୟ ସରକାର କରୋନା ସଂକ୍ରମଣ ସମୟରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)କୁ ଗୁରୁତ୍ୱ ଦେଇଥିଲେ। ତେବେ ଦୁଃଖର ବିଷୟ ଯେ, ଏହି ଯୋଜନାରେ ଲକ୍ଷାଧିକ ଲୋକ କାମ ପାଇଁ ଆବେଦନ କରିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ମାତ୍ର ୩୧୧୬ଟି ଜବକାର୍ଡ ଇସ୍ୟୁ ହୋଇଛି। ଏ ସମ୍ପର୍କରେ ଶ୍ରମ କମିଶନର ମହେଶ୍ୱର ନାୟକଙ୍କୁ ପଚାରିବାରେ ଶ୍ରମିକ ଚିହ୍ନଟ ଓ ପଞ୍ଜୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଏଥିସହ ଅଗଷ୍ଟରେ ଜିଲାର କେତେଜଣ ନକଲି ଶ୍ରମିକ ଏଜେଣ୍ଟଙ୍କୁ ଆଳିଠାରେ ଗିରଫ କରାଯାଇଥିଲା। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟସିପି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri