କର୍ମ ନିଯୁକ୍ତି ସୁଯୋଗ ନାହିଁ: ରାଜ୍ୟ ବାହାରେ କାମ କରୁଛନ୍ତିି ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ,୨୭ା୧୧: କେନ୍ଦ୍ରାପଡ଼ା ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ ଶିଳ୍ପ ନାହିଁ। ଶ୍ରମିକମାନଙ୍କୁ ଜିଲାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ବାହାର ରାଜ୍ୟ ଓ ଦେଶକୁ କାମ ଅନୁସନ୍ଧାନରେ ଯାଉଛନ୍ତି। ସେଠାକୁ ଯାଉଥିବା ଶ୍ରମିକମାନେ ଘର ପରିବାର ପ୍ରତିପୋଷଣର ଅନେକ ଆଶା ମନରେ ରଖିଥାନ୍ତି। ହେଲେ ସେଠାରେ ଅନେକ ସମୟରେ ଶ୍ରମିକମାନେ ଅର୍କମଣ୍ୟ ଓ ମୃତ୍ୟୁମୁଖରେ ପଡୁଛନ୍ତି। ସେଠାରୁ ସେମାନଙ୍କ ମୃତଦେହ ଘରକୁ ଫେରୁଛି। ଏଭଳି ଏକ ଘଟଣା ଜିଲାର ରାଜକନିକା ବ୍ଲକ ତରାସ ଗାଁରେ ଘଟିଛି। ପ୍ରବାସୀ ଶ୍ରମିକ ମନୁ ବେହୋରଙ୍କର ବାଙ୍ଗାଲୋରରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଗୁରୁବାର ପରିବାର ଲୋକଙ୍କୁ ମିଳିଛି।
କେନ୍ଦ୍ରାପଡା ଜିଲା ପାଇଁ ଏହି ଘଟଣା ନୂଆ ନୁହେଁ। କରୋନା ସଂକ୍ରମଣ ପୂର୍ବରୁ ପ୍ରବାସୀଙ୍କ ନିର୍ଯାତନା ଓ ମୃତ୍ୟୁ ଖବର ପ୍ରତି ସପ୍ତାହରେ ମିଳେ ବୋଲି ବୁଦ୍ଧିଜୀବୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି। ସେ କୁହନ୍ତି, କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮, ୭୩୭ ଜଣ ପ୍ରବାସୀ ଆସିଥିବା ଜିଲା ଜରୁରିକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ମାତ୍ର ଏହା ବାସ୍ତବ ସତ୍ୟ ନୁହେଁ। ଜିଲାର ୧୫ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହେବ। କରୋନା ସଂକ୍ରମଣ ସମୟରେ ୨ ଲକ୍ଷରୁ ଅଧିକ ଘରକୁ ଫେରିଥିଲେ। ରାଜ୍ୟର ନଦୀପଥରେ ଦ୍ୱିତୀୟ ବୃହତ୍ତମ ଜିଲା କେନ୍ଦ୍ରାପଡା ହୋଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡିଛି। ଜାତୀୟ ଉଦ୍ୟାନ ଓ ରାମସାର ସାଇଡ ଭାବେ ଭିତରକନିକା ଅଭୟାରଣ୍ୟ ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗ୍ଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହାର ସମାଧାନ ନ ହେଲେ ଜିଲାର ଆର୍ଥିକ ପ୍ରଗତି ରାଜ୍ୟର ଅନ୍ୟ ଜିଲା ତୁଳନାରେ କ୍ରମାଗତ ଭାବେ ୨୬ତମ ସ୍ଥାନରେ ରହିଥିବ ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କୁହନ୍ତି, ଜିଲାର ଯୁବବର୍ଗଙ୍କୁ ସ୍ଥାନୀୟ ଅଞ୍ଚଳରେ କାମ କରିବାକୁ ସୁଯୋଗ ନ ଥିବାରୁ ବାଧ୍ୟ ହୋଇ ପ୍ରବାସକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କୁ ସ୍ଥାନୀୟ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ହେଁ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରି କି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବୁଦ୍ଧିଜୀବୀ ଶୁଭାଶିଷ ମହାନ୍ତି କୁହନ୍ତି, ରାଜ୍ୟ ସରକାର କରୋନା ସଂକ୍ରମଣ ସମୟରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)କୁ ଗୁରୁତ୍ୱ ଦେଇଥିଲେ। ତେବେ ଦୁଃଖର ବିଷୟ ଯେ, ଏହି ଯୋଜନାରେ ଲକ୍ଷାଧିକ ଲୋକ କାମ ପାଇଁ ଆବେଦନ କରିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ମାତ୍ର ୩୧୧୬ଟି ଜବକାର୍ଡ ଇସ୍ୟୁ ହୋଇଛି। ଏ ସମ୍ପର୍କରେ ଶ୍ରମ କମିଶନର ମହେଶ୍ୱର ନାୟକଙ୍କୁ ପଚାରିବାରେ ଶ୍ରମିକ ଚିହ୍ନଟ ଓ ପଞ୍ଜୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଏଥିସହ ଅଗଷ୍ଟରେ ଜିଲାର କେତେଜଣ ନକଲି ଶ୍ରମିକ ଏଜେଣ୍ଟଙ୍କୁ ଆଳିଠାରେ ଗିରଫ କରାଯାଇଥିଲା। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?