ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାର ନାମ ଘୋଷଣା ହୋଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୨ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବହୁ ସମସ୍ୟାରେ ବୁଡି ରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ନ କହିଲେ ଭଲ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ ପୋତି ହୋଇଗଲାଣି। ନାଳ ସବୁ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶାଙ୍କ ବାସସ୍ଥଳ ପାଲଟିଛି। ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଲୋକ ପ୍ରତିନିଧି ଧ୍ୟାନ ଦେଇଥାନ୍ତି। ୪ବର୍ଷ ପୂର୍ବେ ପୌର ପରିଷଦ ଭାଙ୍ଗିଥିଲେ ମଧ୍ୟ ଅଦ୍ୟାବଧି ନିର୍ବାଚନ ହୋଇନାହିଁ। ଫଳରେ ଲୋକେ ସ୍ଥାନୀୟ ସମସ୍ୟା ନେଇ ପୌରାଞ୍ଚଳ ଦାୟିତ୍ୱରେ ଥିବା ପ୍ରଶାସକଙ୍କ ନିକଟରେ ପହଞ୍ଚତ୍ ପାରୁନାହାନ୍ତି। କେନ୍ଦ୍ରାପଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ପୂର୍ବରୁ ନୌପରିବହନ ହେଉଥିଲା। ସେହିପରି ଏହା ଅଧୀନରେ ଥିବା ୨୧ଟି ୱାର୍ଡରେ ଗୋଟିଏ ଦୁଇଟି ପୋଖରୀ ଅଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ, ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଜ୍ଜାକୁ ଚାଲିଯାଇଛି। ନାଳ ଓ ପୋଖରୀ ଆବର୍ଜନାରେ ଭର୍ତ୍ତି ହୋଇ ପରିବେଶ ପ୍ରଦୂଷିତ ହେଉଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ଏ ନେଇ କ୍ଷୀତିଶ କୁମାର ସିଂହ କହିଛନ୍ତି, ଜଳ ନିଷ୍କାସନ ସମସ୍ୟା ପାଇଁ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ମହିପାଳ, ବଣିଆମାଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ପୋଖରୀଗୁଡିକ ପୌରପାଳିକା ଅଧୀନରେ ଥିଲେ ମଧ୍ୟ ସଫା ହେଉନାହିଁ। ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀର ପୁନରୁଦ୍ଧାର କରାଯାଉନାହିଁ। ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ଅସମ୍ଭାଳ ହେଉଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତା ସଂକୁଚିତ ହୋଇରହିଛି। ଉଚ୍ଛେଦକୁ ସ୍ଥାନୀୟ ଲୋକେ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢିଛି। ଗୋବରୀ ନଦୀ ପଠା ଓ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସନିକ ଅଧିକାରୀ ଦେଇ ପାରୁନାହାନ୍ତି। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ବେଳେ ଗାଡିମଟର ଅଟକି ରହୁଛି। ସେହିପରି ସହର ପାଇଁ ଦ୍ୱିତୀୟ ବାଇପାସ ରୋଡ ନିର୍ମାଣ କାର୍ଯ୍ୟ ବହୁଦିନରୁ ଅଟକି ରହିଛି। ସେକ୍‌ ସାବିର କହିଛନ୍ତି, ସର୍ବପୁରାତନ ସହରର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଅନୁଦାନ ଯୋଗାଇବା କଥା। ଏକା ଦିନରେ କେନ୍ଦ୍ରାପଡ଼ା ସହ ଯାଜପୁର ମ୍ୟୁନିସିପାଲିଟି ଘୋଷଣା ହୋଇଥିଲା। ଯାଜପୁର ସହରର ଉନ୍ନୟନ କାର୍ଯ୍ୟ ସମ୍ମୁଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବହୁ ପଛରେ ପଡିଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ସ୍ଥାପନ ହୋଇଛି। ଏହାବ୍ୟତୀତ ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ ବିଧାୟକଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଖୁବ୍‌ଶୀଘ୍ର ରାଜ୍ୟର ଉନ୍ନତ ସହର ମଧ୍ୟରେ କେନ୍ଦ୍ରାପଡ଼ାକୁ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?