ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା
କିନ୍ତୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ତତ୍ପରତା ଦେଖାଉ ନ ଥିବାରୁ ପାଠପଢା ବ୍ୟାହତ ହେଉଛି। ଜିଲାରେ ୩୫୮ ଶିକ୍ଷକ ପଦବୀ ଖାଲି ପଡିଛି। ଗତ ଡିସେମ୍ବର ୧୬ ତାରିଖରେ କେନ୍ଦୁଝର ଜିଲାରେ ୩୪୦ ଜଣ ଶିକ୍ଷୟିତ୍ରୀଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି କରିଛନ୍ତି। ଆଉ କିଛି ଦିନ ପରେ ଅର୍ଥାତ ଜୁନ ୧୭ ତାରିଖରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିଲେ ହେଁ ଶିକ୍ଷକ ସମସ୍ୟାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ପାଇଁ ଚିନ୍ତା ବଢାଇଦେଇଛି। ଏଣୁ ଆଗ୍ରହ ଥିଲେ ମଧ୍ୟ ବହୁ ମେଧାବୀ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟ ମୁହଁା ହେବାକୁ ବାଧ୍ୟ ହେଉଛନ୍ତି ା
ମାନ ବୃଦ୍ଧି କରିବା ପାଇଁ ଉନ୍ନତ ପରିବେଶର ଆବଶ୍ୟକତା ରହିଛି। ଏଥିପାଇଁ ଭିତ୍ତିଭୂମୀର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି। କିନ୍ତୁ ଶିକ୍ଷକ ପଦବୀ ପୂରଣ ନ କରି ଶିକ୍ଷାର ବିକାଶ ଚିନ୍ତା କରିବା କେତେଦୂର ଯର୍ଥାଥ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନେଇ ବହୁ ପୂର୍ବତନ ଶିକ୍ଷକ ତଥା ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଶିକ୍ଷାର ମାନ କମିବାକୁ ଲାଗିଥିବା ବେଳେ ପାଠ ପଢାଇବାକୁ ଅଭିଭାବକ ମାନେ ମୁହଁ ଫେରାଉଛନ୍ତି। ଜିଲାରେ ଥିବା ୨୦୮ ସରକାରୀ ବିଦ୍ୟାଳୟରେ ଏବେ ୩୫୮ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ଖାଲି ରହିଥିବାବେଳେ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ସ୍ବାଭାବିକ ଭାବେ ସଂଶୟ ସୃଷ୍ଟି ହୋଇଛି। ସାଧାରଣରେ ଅଭିଯୋଗ ହୁଏ ଯେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକମାନେ ବିଜ୍ଞାନ ପଢ଼ାଉଥିବାବେଳେ କ୍ରୀଡ଼ା ଶିକ୍ଷକମାନେ ଇତିହାସ, ଭୂଗୋଳ, ଗଣିତ,ହିନ୍ଦୀ ପଢ଼ାଉଛନ୍ତିି ା ଗତ ମାସ ଶେଷ ସୁଦ୍ଧା ଜିଲାରେ ଖାଲିଥିବା ୩୫୮ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ମଧ୍ୟରୁ ୪୮ ବିଜ୍ଞାନ(ପିସିଏମ) ଶିକ୍ଷକ, ୩୪ ବିଜ୍ଞାନ (ସିବିଜେଡ) ଶିକ୍ଷକ ,୨୩ କଳା ଶିକ୍ଷକ, ୩୫ ତାଲିମପ୍ରାପ୍ତ ମାଟ୍ରିକ ଏବଂ ଆଇଏ/ଆଏସସି ,୧୭ ତାଲିମପ୍ରାପ୍ତ ମାଟ୍ରିକ, ୩୪ ସଂସ୍କୃତ ଶିକ୍ଷକ, ୭୩ ହିନ୍ଦୀ ଶିକ୍ଷକ, ୪୯ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲାରେ ୬୨ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ତୁରନ୍ତ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଦାବି ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବ। ଜିଲାରେ ମୋଟ ୧୭୪୮ଜଣ ମଞ୍ଜୁରୀପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୧୩୯୦ ଜଣ ଶିକ୍ଷକ ଥିବାବେଳେ ୩୫୮ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ମଞ୍ଜୁରୀପ୍ରାପ୍ତ ୨୦୨ଟି କିରାଣୀ ପଦବୀରୁ ୯୫ ଜଣ କାମ କରୁଥିବାବେଳେ ୧୦୭ ପଦବୀ ଖାଲିପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି...

ଢିଙ୍କିକୁଟା ଚାଉଳ ଚୂନାରେ ହେଉଛି ଭୋଗ

କେନ୍ଦୁଝର/ଆନନ୍ଦପୁର,୪ା୧୦(ସ୍ବ.ପ୍ର): କେନ୍ଦୁଝର ଜିଲାର ସର୍ବପୁରାତନ ମା’ ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନ ପକ୍ଷରୁ ଆନନ୍ଦପୁର ପୌରପାଳିକା ୧୧ ନମ୍ବର ଓ୍ବାର୍ଡର ଫକୀରପୁରରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ...

କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର: ଅସୁସ୍ଥ ମା’-ବାପାଙ୍କ ପାଇଁ କିଣିହେଉନି ଔଷଧ

କଟକ ଅଫିସ,୭।୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ପାଟପୁର,୧ା୧୨-ପାଟପୁର ଥାନା ଅଞ୍ଚଳରେ ଘରୁ ଟେକି ନେଇ ଜଣେ ପଞ୍ଚମ ଶେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମରେ ଶନିବାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି: ଚିକିତ୍ସା ସେବାକୁ ପ୍ରାଥମିକତା ଦିଅ

ବାଲେଶ୍ୱର ଅଫିସ,୨୮।୧୧- କେନ୍ଦ୍ରାଞ୍ଚଳ ଆର୍‌ଡ଼ିସି ଇଂ. ଅନିଲ କୁମାର ସାମଲ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଅଚାନକ ଗସ୍ତରେ ଆସି ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ...

ଗଞ୍ଜାମରେ ମନ୍ଦିର ବନ୍ଦ: ଘରେ ରହି ସାବିତ୍ରୀ ବ୍ରତ ପାଳିଲେ ମହିଳା

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଯୋଗୁ ଗଞ୍ଜାମ ଜିଲାରେ ଆଗୁଆ ପଦକ୍ଷେପ ନିଆଯାଇ ୨ ମାସ ହେଲା ସବୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। ଫଳରେ...

ଆକାଶରୁ ବର୍ଷୁଛି ନିଆଁ: ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ

ଜଗନ୍ନାଥପ୍ରସାଦ,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମତାପ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ରହିଥିବା...

ତାରାତାରିଣୀଙ୍କୁ ଦର୍ଶନ କରି ମଙ୍ଗଳକାମନା କଲେ ମନ୍ତ୍ରୀ

ପୁରୁଷୋତ୍ତମପୁର, ୧୧।୬(ଡି.ଏନ୍‌.ଏ.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ...

Advertisement
Archives

Model This Week