ଭାରତ ପାଇଁ ସଙ୍କଟ, ଆମେରିକା ଫେଡେରାଲ ରିଜର୍ଭ ସୁଧହାରରେ ୦.୭୫ ପ୍ରତିଶତ ବୃଦ୍ଧି କଲା…

ଓ୍ବାଶିଂଟନ, ୧୬।୬ : ବୃଦ୍ଧି ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରକୁ ୭୫ ଆଧାର ପଏଣ୍ଟ ଅର୍ଥାତ୍‌ ୦.୭୫ ପ୍ରତିଶତ ବୃଦ୍ଧି କରିଛି। ଏହା ଦ୍ୱାରା ଭାରତୀୟ ବଜାରକୁ ମଧ୍ୟ ଝଟ୍‌କା ଲାଗିଛି। ଏହାଦ୍ୱାରା ଭାରତୀୟ ଟଙ୍କା ଆହୁରି ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଗତ ୨୮ ବର୍ଷ ମଧ୍ୟରେ ୧୯୯୪ ପରଠାରୁ ସୁଧ ହାରରେ ସବୁଠାରୁ ବଡ ବୃଦ୍ଧି। ଏହି ଯୋଗୁ ବିଶ୍ୱ ବଜାରରେ ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ଆମେରିକାରେ ଗ୍ରାହକ ମୂଲ୍ୟ ମୁଦ୍ରାସ୍ଫୀତି ୧୯୮୧ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ୮.୬ ପ୍ରତିଶତରେ ପହଞ୍ଚିଛି। ସୁଧ ହାରରେ ବୃଦ୍ଧି ହେବାର ସୂଚନା ପୂର୍ବରୁ ଦିଆଯାଇଥିଲା। ସେହି ଆଧାରରେ ସୁଧ ହାରରେ ବୃଦ୍ଧି କରାଯାଇଛି। ଆମେରିକାର ଷ୍ଟକ ମାର୍କେଟରେ ଏହି ସୁଧ ହାର ବୃଦ୍ଧିର ପ୍ରଭାବ କିପରି ଅନୁଭୁତ ହେଉଛି ତାହା ଊପରେ ନଜର ରଖାଯାଇଥିବା ବୋଲି ଫେଡେରାଲ ରିଜର୍ଭ କହିଛି।

ସୁଧ ହାରକୁ ୦.୭୫ ପ୍ରତିଶତ ବୃଦ୍ଧି କରି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଏହା ସ୍ପଷ୍ଟ କରିଛି ଯେ ବଢୁଥିବା ମୁଦ୍ରାସ୍ଫୀତି ହାରକୁ ହ୍ରାସ କରିବାକୁ ଏହା ପ୍ରତିଶ୍ରୁତିବଦ୍ଧ। ସୁଧ ହାର ବୃଦ୍ଧି ନେଇ ଏହାର ବିବୃତ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ ଭାବେ କହିଛି ଯେ ମୁଦ୍ରାସ୍ଫୀତି ହାରକୁ ୨ ପ୍ରତିଶତକୁ ଆଣିବା ପାଇଁ ଫେଡେରାଲ ରିଜର୍ଭ ପକ୍ଷରୁ କଡା ପଦକ୍ଷେପ ନିଆଯିବ। ଫେଡେରାଲ ରିଜର୍ଭ କହିଛି ଯେ ଏହାୀ ପ୍ରଭାବରେ ଆମେରିକାରେ ଆଗାମୀ ଦିନରେ ଅର୍ଥନୀତି ମନ୍ଥର ହୋଇପାରେ। କେବଳ ସେତିକି ନୁହେଁ ଦେଶର ବେକାରୀ ହାର ଆହୁରି ବୃଦ୍ଧି ପାଇପାରେ।

ଆମେରିକାର ଫେଡେରାଲ ରିଜର୍ଭ ହାରର ବୃଦ୍ଧି ଭାରତୀୟ ବଜାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ଏବଂ ଏହାର ସବୁଠାରୁ ବଡ କାରଣ ହେଉଛି ଡଲାର ତୁଳନାରେ ଟଙ୍କା ହ୍ରାସ ହୋଇପାରେ। ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି ପରେ ଡଲାର ମୂଲ୍ୟରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିବ। ଏହା ଦ୍ୱାରା ଟଙ୍କାର ମୂଲ୍ୟ ପୁଣି କମିବାର ଆଶଙ୍କା ରହିଛି। ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧହାର ବଢ଼ାଇବାର ଚାପ ସୃଷ୍ଟି ହୋଇପାରେ ବୋଲି ଅର୍ଥବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri