ସାମିଲ ହେଲେ ୨୭୫ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ରାଜ୍ୟ ତୀରନ୍ଦାଜୀ ସଂଘ ଓ ଢେଙ୍କାନାଳ ତୀରନ୍ଦାଜୀ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୪ଟି ଜିଲା, କିଟ୍‌ ବିଶ୍ୱବିଦ୍ୟାଳୟ, ହିନ୍ଦୁସ୍ଥାନ ଏରୋନେଟିକ୍ସ, ସାଇ ଆଦି ଅନୁଷ୍ଠାନର ୨୭୫ ପ୍ରତିଯୋଗୀ ଭାଗ ନେଇଛନ୍ତି।
୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ ତୀର ଚାଳନା କରି ଉଦ୍‌ଘାଟନ କରିଥିଲେ। ରାଜ୍ୟ ତୀରନ୍ଦାଜୀ ସଂଘ ସଭାପତି ଗୋକୁଳାନନ୍ଦ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରାଇଥିଲେ। ପ୍ରତିଯୋଗିତା କମିଟି ଅଧ୍ୟକ୍ଷ ତଥା ଜିଲାପାଳ ସରୋଜ କୁମାର ସେଠୀ କହିଲେ, ତୀରନ୍ଦାଜୀ ଆଦିବାସୀଙ୍କ ପାରମ୍ପରିକ ଖେଳ। ଏହାକୁ ବଜାୟ ରଖିବା ସହ ଜନଜାତି ବର୍ଗର ଯୁବଗୋଷ୍ଠୀଙ୍କୁ ଏଥିପ୍ରତି ଆକର୍ଷିତ କରାଇବା ଲାଗି ଏଭଳି ପ୍ରତିଯୋଗିତା ସୁଯୋଗ ସୃଷ୍ଟି କରିବ। ଏହା ସେମାନଙ୍କୁ ଅଲିମ୍ପିକ୍‌କୁ ଯିବାର ବାଟ ଦେଖାଇବ ବୋଲି ଜିଲାପାଳ କହିଥିଲେ। ଜିଲା ତୀରନ୍ଦାଜୀ ସଂଘ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ବିବରଣୀ ପ୍ରଦାନ କରିଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଓଡ଼ିଶା ରୋଇଂ ଆସୋସିଏଶନ ସଭାପତି ବିନୋଦ ଦାଶ, ରାଜ୍ୟ ସଂଘ ଉପସଭାପତି ପ୍ରଫେସର ସରୋଜ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କ୍ରୀଡ଼ାରେ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ କ୍ରୀଡ଼ାବିତ୍‌ ଶ୍ରଦ୍ଧାନନ୍ଦ ଦାସଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।
ଆଦିବାସୀଙ୍କ ପାରମ୍ପରିକ ତୀରଚାଳନା ଖେଳର ବିକାଶ ଲକ୍ଷ୍ୟରେ ରାଜ୍ୟ ତୀରନ୍ଦାଜୀ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଛି। ଜିଲା ସଂଘ ଉପସଭାପତି ରାଜ କିଶୋର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲା ସଂଘ ସମ୍ପାଦକ ଅମୀୟ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ...

୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ...

ଭିଡ଼ିଓ କନଫେରେନ୍ସିଂରେ ସରପଞ୍ଚଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୨।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସରପଞ୍ଚମାନଙ୍କ ସହିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଲକ୍‌ ଡାଉନ କଟକଣା...

ଜୁଲାଇରେ ୬୦ ପ୍ରତିଶତ କମ୍‌ ବର୍ଷା, ଅଟକିଛି ବିହୁଡା କାମ

ବିଜେପୁର,୨।୮ (ଡି.ଏନ.ଏ.) ଶ୍ରାବଣ ମାସ ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ହେଲେ ଆବଶ୍ୟକ ଅନୁଯାୟୀ ବର୍ଷା ହେଲା ନାହିଁ । ଏଥିଯୋଗୁ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ...

ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨୩ା୮(ଡି.ଏନ୍‌.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ...

ସଂଖ୍ୟା ବଢ଼ିଲେ ସମ୍ଭବ

ଅନୁଗୋଳ ଅଫିସ, ୪।୧: ୯ ମାସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଛି ଅନୁମତି। ମାତ୍ର ୨ଶହ ଲୋକଙ୍କ ଉପସ୍ଥିତିରେ ମଞ୍ଚରେ କଳା ପ୍ରଦର୍ଶନ କରାଯାଇପାରିବ ବୋଲି ଜାନୁୟାରୀ...

ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌...

Advertisement
Archives

Model This Week