ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯।୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତୃଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି ହାତଉଛନ୍ତି। ଦୀର୍ଘ ବର୍ଷ ଧରି ସରକାରୀ ଦରମାର ଲାଭ ଉଠାଇବା ପରେ ନକଲି ଶିକ୍ଷକ ଭାବେ ଧରାପଡ଼ୁଛନ୍ତି। ନବରଙ୍ଗପୁର ଜିଲାରେ ୨୦୧୧ରୁ ୨୦୨୧-୨୨ ଶିକ୍ଷାବର୍ଷ ମଧ୍ୟରେ ୨୧ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ବଳକା ୧୯ ଶିକ୍ଷକ ଫେରାର ଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି।
ଶିକ୍ଷକ ନିଯୁକ୍ତି ପରବର୍ତ୍ତି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ଜିଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଯାଞ୍ଚ ପାଇଁ ପଠାଯାଇଥିବା ସାର୍ଟିଫିକେଟରୁ କିଛି ଶିକ୍ଷକଙ୍କ ଯାଞ୍ଚ ରିପୋର୍ଟ ଆସିଥିବା ବେଳେ ବଳକା ଶିକ୍ଷକଙ୍କ ରିପୋର୍ଟ ବର୍ଷ ବର୍ଷ ଧରି ସମ୍ପୃକ୍ତ ବିଭାଗ ଓ ଶିକ୍ଷାନୁଷ୍ଠାନ ମାନଙ୍କୁ ଆସୁନାହିଁ। ୩୩୫୮ ଶିକ୍ଷକଙ୍କ ବିଏଡ, ମାଟ୍ରିକ, ଦ୍ବାଦଶ, ସିଟି ଓ ଜାତିଗତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୧୫୬୮ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ଏବେ ସୁଦ୍ଧା ଆଉ ୧୫୪୭ ରିପୋର୍ଟ ଆସିନାହିଁ। ସେହିପରି ୨୧ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳର ଥାନାରେ ଏତଲା ଦିଆଯାଇଛି। ତେବେ ୧୯ ଅଭିଯୁକ୍ତ ଶିକ୍ଷକ ଏବେ ମଧ୍ୟ ଫେରାର ଅଛନ୍ତି। ମୃତ ଶିକ୍ଷକଙ୍କ ବ୍ୟତୀତ ୨୦ ଅଭିଯୁକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସରକାରଙ୍କ ଠାରୁ ବର୍ଷ ବର୍ଷ ଧରି ଦରମା ନେଇ ଫେରାର ହୋଇଯିବା ଦ୍ୱାରା ସରକାରଙ୍କ କ୍ଷତି ଘଟିବା ସହ ଶିକ୍ଷକ ପଦବୀ ଖାଲି ପଡ଼ୁଛି। ଉକ୍ତ ସ୍ଥାନରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାରୁନି। ନିଯୁକ୍ତି ପୂର୍ବରୁ ସାର୍ଟିଫିକେଟ ଯାଞ୍ଚ ବ୍ୟବସ୍ଥା ହେଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିବାକୁ ସାହସ କରିପାରି ନ ଥାନ୍ତେ। ଅନ୍ୟପକ୍ଷରେ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଏତଲା ଦେଇ ଚୁପ ରହିଯିବା ଦ୍ବାରା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ମଧ୍ୟ ଢିଲା ହୋଇଯାଉଥିବା ମତପ୍ରକାଶ ପାଉଛି। ୧୯ ଅଭିଯୁକ୍ତ ଶିକ୍ଷକ ଏବେ କେଉଁଠି ପୋଲିସ ତହାର ଟେର ପାଇ ପାରୁନାହିଁ। ୨୦୧୧ରେ ପୂର୍ଣ୍ଣମା ନାୟକ, ଧନିରାମ ନାୟକ ଓ ବୈଦନାଥ ଜାନୀ ନିଯୁକ୍ତି ପାଇଥିଲେ। ୨୦୧୨ ରେ ବିମଳ ମାଳି, ୨୦୧୩ରେ ଶ୍ରୀକାନ୍ତ ଦଳେଇ, ମାନସ କୁମାର ପରିଡ଼ା, ସୁକାନ୍ତ କୁମାର ପ୍ରଧାନ, ଉମାକାନ୍ତ ବେହେରା ନିଯୁକ୍ତି ପାଇଥିଲେ। ୨୦୧୪ରେ ଗୀତାଞ୍ଜଳି ନାୟକ, ନେହେରୁ ବେଣ୍ଟକର, ରୁଷିକେଶ ସାହୁ ନିଯୁକ୍ତି ପାଇଥିବା ବେଳେ ୨୦୧୮ରେ ସସ୍ମିତା ପ୍ରଧାନ, ରାଜଲକ୍ଷ୍ମୀ ଦାଶ, ସୋମେଶ୍ୱର ଭତରା, ସଞ୍ଜୀବ କୁମାର, ମୃତ୍ୟୁଞ୍ଜୟ ନାୟକ, ରୁନୁଲତା ଜେନା, ବୀଣାପାଣୀ ସାହୁ, ଇଶ୍ୱର କୁମାର ମଣ୍ଡଳ, ସ୍ବାତୀ ସୁଚରିତା ନାୟକ ଓ କୃଷ୍ଣଚନ୍ଦ୍ର ଗିରି ନିଯୁକ୍ତି ପାଇଥିଲେ। ଏହି ଘଟଣାରେ ବର୍ଷ ବର୍ଷ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ସତ୍ୱେ ସେମାନେ ଧରା ନ ପଡ଼ିବା ପୋଲିସର କର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri