Posted inଗଜପତି

ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ

ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏମ୍‌ଆର୍‌ପି ମୂଲ୍ୟରେ ହିଁ ମଦ ବିକ୍ରି କରାଯିବ। ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ବର୍ଷ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରି ଦିଆଯିବ ବୋଲି ସରକାର ଗାଇଡ୍‌ଲାଇନ ଜାରି କରିଥିଲେ ମଧ୍ୟ ଦୋକାନୀ ଏହାକୁ ଖାତିର ନ କରି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରତି ମଦ ଦୋକାନର କର୍ମଚାରୀ ୟୁନିଫର୍ମ ପିନ୍ଧିବାକୁ ନିୟମ ଥିବା ବେଳେ ଏଥିରେ ବ୍ୟତିକ୍ରମ ଥିବା ଦେଖିବାକୁ ମିଳୁଛି। ଉକ୍ତ ଦୋକାନୀ ଠିପି ବନ୍ଦ ମଦ ବିକ୍ରି କରିବାକୁ ଅନୁମତି ପାଇଥିବା ବେଳେ ଖୁଲମ୍‌ଖୁଲା ଭାବେ ଠିପି ଖୋଲାରେ ବିଦେଶୀ ମଦ ବିକ୍ରି କରାଯାଉଛି। ଏହା ସହ ସରକାରୀ ନିୟମ ଅନୁସାରେ ଦୋକାନରେ ବିକ୍ରି ହେଉଥିବା ବ୍ରାଣ୍ଡର ଦର ତାଲିକା ବାହାରେ ଲେଖିବାକୁ ନିୟମ ଥିବାବେଳେ ଦୋକାନୀ ଦର ତାଲିକା ନ ଲେଖି ଚଢା ଦରରେ ବିକ୍ରି କରୁଛନ୍ତି । ବିକ୍ରି କରୁଥିବା ବିୟର ପ୍ରିଣ୍ଟ ୧୪୦ ଥିବାବେଳେ ୧୭୦ ଟଙ୍କା ରେ ବିକ୍ରି କରାଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଅବକାରୀ ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହ ଯୋଗାଯୋଗ କରାଯିବା ନେଇ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?