Posted inଗଜପତି

ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ

ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏମ୍‌ଆର୍‌ପି ମୂଲ୍ୟରେ ହିଁ ମଦ ବିକ୍ରି କରାଯିବ। ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ବର୍ଷ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରି ଦିଆଯିବ ବୋଲି ସରକାର ଗାଇଡ୍‌ଲାଇନ ଜାରି କରିଥିଲେ ମଧ୍ୟ ଦୋକାନୀ ଏହାକୁ ଖାତିର ନ କରି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରତି ମଦ ଦୋକାନର କର୍ମଚାରୀ ୟୁନିଫର୍ମ ପିନ୍ଧିବାକୁ ନିୟମ ଥିବା ବେଳେ ଏଥିରେ ବ୍ୟତିକ୍ରମ ଥିବା ଦେଖିବାକୁ ମିଳୁଛି। ଉକ୍ତ ଦୋକାନୀ ଠିପି ବନ୍ଦ ମଦ ବିକ୍ରି କରିବାକୁ ଅନୁମତି ପାଇଥିବା ବେଳେ ଖୁଲମ୍‌ଖୁଲା ଭାବେ ଠିପି ଖୋଲାରେ ବିଦେଶୀ ମଦ ବିକ୍ରି କରାଯାଉଛି। ଏହା ସହ ସରକାରୀ ନିୟମ ଅନୁସାରେ ଦୋକାନରେ ବିକ୍ରି ହେଉଥିବା ବ୍ରାଣ୍ଡର ଦର ତାଲିକା ବାହାରେ ଲେଖିବାକୁ ନିୟମ ଥିବାବେଳେ ଦୋକାନୀ ଦର ତାଲିକା ନ ଲେଖି ଚଢା ଦରରେ ବିକ୍ରି କରୁଛନ୍ତି । ବିକ୍ରି କରୁଥିବା ବିୟର ପ୍ରିଣ୍ଟ ୧୪୦ ଥିବାବେଳେ ୧୭୦ ଟଙ୍କା ରେ ବିକ୍ରି କରାଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଅବକାରୀ ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହ ଯୋଗାଯୋଗ କରାଯିବା ନେଇ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ...

ଓଲଟିଲା ଯାତ୍ରୀବାହୀ ବସ୍‌

ମୋହନା,୨୬ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ରାଇସିଂ ଘାଟିରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ଥିବା ପ୍ରାୟ ୨୫ ଯାତ୍ରୀ ଅଳ୍ପକେ...

ବୃଦ୍ଧଙ୍କୁ ହତ୍ୟା ଘଟଣା:ନଦୀପଠାରେ ପୋତିଥିବା କଟାମୁଣ୍ଡ ଉଦ୍ଧାର

ମୋହନା,୧୫ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତରେ ଗୁଣିଗାରେଡି ସନ୍ଦେହରେ ମଙ୍ଗଳବାର ଅପରାହ୍ନରେ ଦାସୁ ମଳିକଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ଥାନାରେ ଅଭିଯୋଗ ପରେ...

ସହର ମୁଖ୍ୟ ରାସ୍ତାରେ ଅବାଧ ପାର୍କିଂ ଲାଗି ସମସ୍ୟା

ପାରଳାଖେମୁଣ୍ଡି,୯।୧୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ରାସ୍ତାରେ ଅବାଧ ପାର୍କିଂ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଦିନରେ ସହର ମଧ୍ୟକୁ ଭାରିଜାନବାହାନ ପ୍ରବେଶ ପାଇଁ...

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର...

Advertisement
Archives

Model This Week