ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌କାଟ, ଇନ୍‌ଭର୍ଟର ଦୋକାନରେ ଭିଡ଼

ନବରଙ୍ଗପୁର,୯।୫ (ବି.ପ୍ର.): ନବରଙ୍ଗପୁର ସହରରେ ଶୁକ୍ରବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌କାଟ ହୋଇଥିଲା। ରାତି ତମାମ କରେଣ୍ଟ ନ ଥିଲା। ବିଳମ୍ବିତ ରାତି ୨ଟା ବେଳକୁ ମାତ୍ର ୧୦ ମିନିଟ୍‌ ପାଇଁ ବିଦ୍ୟୁତ୍‌ ଯୋଗାଇବା ପଛରେ ବିଭାଗର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡୁନାହିଁ। ଝଡ଼ ପବନ ପଛରେ ଥାଉ ସାମାନ୍ୟ ମେଘୁଆ ପାଗ ହେଲେ ମଧ୍ୟ କରେଣ୍ଟ କଟାଯାଉଛି। ୧୩ଘଣ୍ଟା ପରେ ବିଦ୍ୟୁତ୍‌ ଯୋଗାଇବା ଅତି ବିଡ଼ମ୍ବନାର ବିଷୟ। ଭୀଷଣ ଖରା, ଗରମ ଓ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ଧାରକରଜ କରି ଇନ୍‌ଭର୍ଟର କିଣିବା ପାଇଁ ଦୋକାନରେ ଭିଡ଼ ଜମାଉଛନ୍ତି। ଏଠାରେ କୌଣସି ଡିଲର ନ ଥିବାରୁ ଦୋକାନୀମାନେ ଇନଭର୍ଟର ଚଢ଼ା ଦରରେ ବିକ୍ରି କରୁଛନ୍ତି। ସେହିଭଳି ବାରମ୍ବାର ବିଦ୍ୟୁତ୍‌ ଅପ୍‌ଡାଉନ୍‌ (୧୦ମିନିଟ୍‌ ମଧ୍ୟରେ ୧୦ରୁ୧୫ଥର) ଯୋଗୁ ଅନେକ ଘରର ବିଦ୍ୟୁତ୍‌ ଉପକରଣ ଯଥା ଫ୍ରିଜ୍‌, ଏସି, କୁଲର, ଏଲସିଡି ଟିଭି ପୋଡିଯାଉଛି। ବିଦ୍ୟୁତ୍‌କାଟ ସମସ୍ୟା ସମ୍ପର୍କରେ କୌଣସି ସୂଚନା ଗ୍ରାହକଙ୍କୁ ପ୍ରଦାନ କରାଯାଉନାହିଁ। ଏଥିସହିତ ଜନସାଧାରଣ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉନାହିଁ। ବିଦ୍ୟୁତ ବିଭାଗ ଖାଉଟିଙ୍କୁ ପ୍ରତ୍ୟେକ ସମୟରେ ଅଣଦେଖା କରି ନିଜ ବ୍ୟବସ୍ଥା ମଧ୍ୟରେ ହିଁ ରହୁଥିବା ନବରଙ୍ଗପୁର ଜନସାଧାରଣ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?