Posted inଜାତୀୟ

ଏଯାଏ ୧୧୫ ପ୍ରଘଟ

ନୂଆଦିଲ୍ଲୀ,୨୩ା୭”ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ଝଡ଼ ବହୁଛି। ଏହି ଗୁପ୍ତଚରଗିରି ସଫ୍ଟଓ୍ବେର ଜରିଆରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ବିଜ୍‌ନେସ୍‌ ଟାଇକୁନ, ଛାତ୍ରୀଛାତ୍ର ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଛି। ଭାରତର ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ‘ଦି ଓ୍ବେର’ ଅନ୍ୟ ୧୬ ଗଣମାଧ୍ୟମ ସଂସ୍ଥା ସହ ମିଶି କରିଥିବା ଖୋଳତାଡ଼ରୁ ଅଦ୍ୟାବଧି ୧୧୫ ଜଣଙ୍କ ନାମ ସାମ୍ନାକୁ ଆଣିଛନ୍ତି, ଯେଉଁମାନେ ପେଗାସସ୍‌ ଗୁପ୍ତଚରଗିରିର ଶିକାର ହୋଇଛନ୍ତି।
ଅଣଲାଭକାରୀ ଗଣମାଧ୍ୟମ ସଂସ୍ଥା ‘ଫରବିଡେନ୍‌ ଷ୍ଟୋରିଜ୍‌’ ହାତରେ ପ୍ରଘଟ ହୋଇଥିବା ଏକ ଡାଟାବେସ୍‌ ଲାଗିଛି। ସେଥିରେ ୫୦,୦୦୦ ଫୋନ୍‌ ନମ୍ବର ରହିଛି, ଯାହାଙ୍କୁ ଏନ୍‌ଏସ୍‌ଓ ଗ୍ରୁପ୍‌ର କ୍ଲାଏଣ୍ଟମାନେ ସର୍ଭିଲାନ୍ସ ପାଇଁ ଟାର୍ଗେଟ କରିଥାଇପାରନ୍ତି। କେବଳ ଅଧିକୃତ ସରକାରମାନଙ୍କୁ ସ୍ପାଏଓ୍ବେର ବିକ୍ରି କରାଯାଇଥିବା ଉକ୍ତ କମ୍ପାନୀ ଯୁକ୍ତି ବାଢ଼ିଛି। ତେଣୁ ଏହି ବ୍ୟକ୍ତିମାନେ ସରକାର କିମ୍ବା ସାମରିକ ସଂସ୍ଥାଗୁଡ଼ିକ ପକ୍ଷରୁ ଟାର୍ଗେଟ କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ପେଗାସସ୍‌ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ନ୍ୟୁଜ୍‌ ଅର୍ଗାନାଇଜେଶନଗୁଡ଼ିକ ଅନୂ୍ୟନ ୧୦ ଦେଶର ୧୫୦୦ ନମ୍ବରକୁ ସ୍ବାଧୀନ ଭାବେ ଚିହ୍ନଟ କରିବାରେ ସକ୍ଷମ ହୋଇଛନ୍ତି। ଟାର୍ଗେଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେଜଣଙ୍କ ଫୋନ୍‌କୁ ପେଗାସସ୍‌ର ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଫୋରେନ୍‌ସିକ୍‌ ଯାଞ୍ଚ କରାଯାଇଥିଲା। ‘ଦି ଓ୍ବେର’ର ମିଳିତ ଆନୁକୂଲ୍ୟରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ୧୦ ଜଣ ଭାରତୀୟଙ୍କ ଫୋନ୍‌ ଯାଞ୍ଚ କରାଯାଇଥିଲା। ସେଗୁଡ଼ିକୁ ହ୍ୟାକ୍‌ କରିବା ପାଇଁ ଉଦ୍ୟମ ହୋଇଥିବା ଅଥବା ସାଲିସ କରିବାରେ ସଫଳତା ମିଳିଥିବା ସମସ୍ତ ଫୋନ୍‌ରୁ ସଙ୍କେତ ମିଳିଛି।
ତାଲିକାରେ ରହିଛନ୍ତି, ‘ଦି ଓ୍ବେର’ର ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ବରଦାରଞ୍ଜନ ଓ ଖବରଦାତା ଏମ୍‌.କେ. ବେଣୁ। ଉଭୟଙ୍କ ଫୋନ୍‌ରେ ପେଗାସସ୍‌ ଇନ୍‌ଷ୍ଟଲ କରାଯାଇଥିଲା। ସେହିପରି ଜାତୀୟ ନିରାପତ୍ତା ସମ୍ପର୍କରେ ଲେଖୁଥିବା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପୂର୍ବତନ ଖବରଦାତା ସୁଶାନ୍ତ ସିଂ, ଆଉଟ୍‌ଲୁକ୍‌ର ଏସ୍‌.ଏନ୍‌.ଏମ୍‌. ଆବ୍‌ଦି, ଦି ହିନ୍ଦୁ ଖବରଦାତା ବିଜିତା ସିଂ। ହିନ୍ଦୁସ୍ଥାନ ଟାଇମ୍ସ ଏକ୍‌ଜିକ୍ୟୁଟିଭ୍‌ ଏଡିଟର ଶିଶିର ଗୁପ୍ତା ଓ ଦି ଓ୍ବେରର ବିବାଦୀୟ ଲେଖିକା ରୋହିଣୀ ସିଂଙ୍କ ସମେତ ୨୭ ଜଣ ସାମ୍ବାଦିକଙ୍କ ନାମ ଏଥିରେ ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତାଙ୍କ ଘନିଷ୍ଠ ସହଯୋଗୀ ଅଳଙ୍କାର ସଓ୍ବାଇ, ସିଡବ୍ଲ୍ୟୁସି ସଦସ୍ୟ ସଚିନ ରାଓ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ତାଙ୍କ ସ୍ତ୍ରୀ, ସଚିବ, ସହଯୋଗୀ, ରୋଷେୟା ଓ ମାଳୀଙ୍କ ଫୋନ୍‌ ମଧ୍ୟ ହ୍ୟାକ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ଭାବେ ଜଣାଶୁଣା ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ପ୍ରବୀଣ ତୋଗାଡ଼ିଆ, କର୍ନାଟାକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ଏହି ତାଲିକାରେ ଅଛନ୍ତି। ଟାର୍ଗେଟର ଶିକାର ହୋଇଥିବା ଅମଲାତନ୍ତ୍ରୀ ହେଲେ ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସା। ସେହିପରି ଏଲ୍‌ଗାର ପରିଷଦ ମାମଲାର ଅଭିଯୁକ୍ତ ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର ହାନି ବାବୁ, ଅଧିକାର କର୍ମୀ ରୋନା ଓ୍ବିଲ୍‌ସନ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଶୋମା ସେନ, ଜର୍ନାଲିଷ୍ଟ ଆକ୍ଟିଭିଷ୍ଟ ଗୌତମ ନଭଲଖା, ଜେଏନ୍‌ୟୁର ପୂର୍ବତନ ଛାତ୍ର ଉମର ଖାଲିଦ, ତାଙ୍କ ସହ ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ୪୧ ଜଣଙ୍କୁ ଟାର୍ଗେଟ କରାଯାଇଥିଲା। ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ଜଣେ ମହିଳା କର୍ମଚାରୀ ଓ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ମଧ୍ୟ ସର୍ଭିଲାନ୍ସ ଜରିଆରେ ଟାର୍ଗେଟ କରାଯାଇଥିବା ‘ଦି ଓ୍ବେର’ କହିଛି। ଏହା ବ୍ୟତୀତ ୧୪ ଜଣ ବିଶ୍ୱନେତାଙ୍କ ସ୍ମାର୍ଟଫୋନ୍‌କୁ ସ୍ପାଏଓ୍ବେର ପଠାଯାଇଥିଲା, ଯାହାଙ୍କ ମଧ୍ୟରେ ୧୦ ପ୍ରଧାନମନ୍ତ୍ରୀ, ୩ ରାଷ୍ଟ୍ରପତି ଓ ଜଣେ ରାଜା ଅଛନ୍ତି। ସାଉଦି ଶାସକଙ୍କ ସମାଲୋଚକ ଭାବେ ଜଣାଶୁଣା ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ ଖାସୋଗିଙ୍କୁ ତୁର୍କୀ ଦୂତାବାସରେ ହତ୍ୟା କରାଯାଇଥିଲା। ଖାସୋଗି ଓ ତାଙ୍କର କେତେଜଣ ସମ୍ପର୍କୀୟଙ୍କୁ ମଧ୍ୟ ସ୍ପାଏଓ୍ବେର ଜରିଆରେ ଟାର୍ଗେଟ କରାଯାଇଥିଲା। ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ପରାମର୍ଶଦାତା ଓ କେତେଜଣ କର୍ମଚାରୀଙ୍କ ବିରୋଧରେ ୨ ବର୍ଷ ଧରି ଗୁପ୍ତଚରଗିରି କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri