ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା ସତ୍ୟତା ଜାଣିବା ପାଇଁ ଆମକୁ ଭାରତୀୟ ଇତିହାସର କିଛି ଭାଗ ବୁଝିବାକୁ ପଡ଼ିବ। ଭାରତରେ ପ୍ରଥମେ ମୌର୍ଯ୍ୟ ସାମ୍ରାଜ୍ୟ ଥିଲା।
ପାଟଳିପୁତ୍ରରୁ ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମରେ ଭାରତର ବିଭିନ୍ନ ଅଞ୍ଚଳ ସହ ବାଣିଜି୍ୟକ ମାର୍ଗ ମାଧ୍ୟମରେ ଏହା ନିଜର ଶକ୍ତି ପ୍ରତିଷ୍ଠା କରିଥିଲା ବୋଲି ଅଶୋକଙ୍କ ରାଜକୀୟ ଆଦେଶ ବା ଅନୁଶାସନରେ ସୂଚିତ କରାଯାଇଛି।
ଯେତେବେଳେ ଜଣେ ଅଶୋକଙ୍କ ରାଜକୀୟ ଆଦେଶଗୁଡ଼ିକୁ ପଢ଼ିବ ସେତେବେଳେ ଜାଣିବାକୁ ପାଇବ ଯେ, ଦୁଇଟି ଗୋଷ୍ଠୀର ବିଚାରଧାରା ଏହି ଭୂମିରେ ପ୍ରାଧାନ୍ୟ ବିସ୍ତାର କରିଥିଲ। ପ୍ରଥମଟି ଶ୍ରମଣ କିମ୍ବା ଆଶ୍ରମ ବ୍ୟବସ୍ଥା ଯଥା ବୌଦ୍ଧ ଏବଂ ଜୈନ। ଅନ୍ୟଟି ବ୍ରାହ୍ମଣ, ଯାହା ବୈଦିକ ବିଚାରଧାରାକୁ ଗୁରୁତ୍ୱ ଦେଇଥିଲା। ଅଶୋକଙ୍କ ସମସ୍ତ ରାଜକୀୟ ଆଦେଶରେ ପ୍ରକୃତରେ ଅନ୍ୟ କୌଣସି ପ୍ରମୁଖ ଧର୍ମ ବିଷୟରେ ଲେଖା ନାହଁି। ଏହା କେବଳ ବୌଦ୍ଧଧର୍ମ ପ୍ରତି ଢଳି ରହିଥିବା ବେଳେ ଅନ୍ୟ ଧର୍ମକୁ ଏହା ପସନ୍ଦ କରି ନ ଥିବା ଜଣାପଡ଼େ। ସେହି ସମୟରେ ସାମ୍ରାଜ୍ୟ ଏବଂ ରାଜତନ୍ତ୍ରର ଧାରଣା ଅତ୍ୟନ୍ତ ଶକ୍ତିଶାଳୀ ହେଲା ଏବଂ ସମଗ୍ର ଭାରତରେ ସାମ୍ରାଜ୍ୟର ଧାରଣା ଶକ୍ତିଶାଳୀ ଥିଲା ଓ ଭାରତର ବିଭିନ୍ନ ଅଞ୍ଚଳରେ ରାଜଶାସନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସେହି ସମୟ ଯେତେବେଳେ ପୁରୁଣା ବୈଦିକ ବ୍ୟବସ୍ଥାର ପ୍ରାସଙ୍ଗିକତା ଥିଲାପରି ମନେହୁଏ। ପୁରାତନ ବୈଦିକ ବ୍ୟବସ୍ଥା ପଶୁପାଳକ ଏବଂ କୃଷି ସମ୍ପ୍ରଦାୟ ସହ ଜଡ଼ିତ ଥିବା ବୈଦିକ ସ୍ତୋତ୍ରରେ ପ୍ରମାଣ ରହିଛି ଓ ବୈଦିକ ମନ୍ତ୍ର ବ୍ରାହ୍ମଣ ନାମରେ ଜଣାଶୁଣା। ତେବେ ବୈଦିକ ସମୟର ପରିସମାପ୍ତି ଘଟି ବାଣିଜି୍ୟକବାଦ ସିଦ୍ଧାନ୍ତ ଆଧାରିତ ଏକ ନୂତନ ବିଶ୍ୱ ସୃଷ୍ଟି ହେଲା। ଏଥିରେ ରାଜପଥ ମାଧ୍ୟମରେ ଉତ୍ତର ଭାରତରୁ ମଧ୍ୟଏସିଆ ପର୍ଯ୍ୟନ୍ତ ଏବଂ ଏପରିକି ବିନ୍ଧ୍ୟ ପର୍ବତଠାରୁ ନର୍ମଦାର ଦକ୍ଷିଣରେ ଥିବା ଅଞ୍ଚଳ ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳ ମଧ୍ୟରେ ସଂଯୋଗ ସ୍ଥାପନ ହୋଇଥିଲା। ଏହି ସମୟରେ ବ୍ରାହ୍ମଣମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥା ଆଧାରିତ ଏକ ନୂଆ ତତ୍ତ୍ୱକୁ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ।
ଧର୍ମଶାସ୍ତ୍ରଗୁଡ଼ିକ ବ୍ରାହ୍ମଣମାନଙ୍କ ଦ୍ୱାରା ଲେଖାଯାଇଥିଲା। ଲୋକମାନେ କିଭଳି ଜୀବନଧାରଣ କରିବେ ସେ ସମ୍ପର୍କରେ ସେଥିରେ ବ୍ୟାଖ୍ୟା କରାଯାଇଥିତ୍ଲା। ସେମାନେ ସମାଜକୁ ଚାରୋଟି ମୁଖ୍ୟ ବର୍ଗରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କଲେ । ସେମାନେ କହିଥିଲେ, ଆମେ ଯେଉଁ ବର୍ଗରେ ଅନ୍ତର୍ଭୁକ୍ତ ସେହି ଅନୁଯାୟୀ ଆମକୁ ଜୀବନଧାରଣ କରିବାକୁ ହେବ। ଏହାସହ ତୁମକୁ ଯାହା ଉପଯୁକ୍ତ ମନେହେଉଛି ତାହାକୁ ଅନୁସରଣ କରି ବଞ୍ଚିବାକୁ ପଡ଼ିବ। ପ୍ରଥମେ ଆମକୁ ଜଣେ ଛାତ୍ର ଭାବରେ, ପରେ ଜଣେ ଗୃହସ୍ଥ ଭାବେ ଜିଇବାକୁ ପଡ଼ିବ। ତା’ପରେ ସଂସାର ତ୍ୟାଗୀ ଏବଂ ଶେଷରେ ଜଣେ ସନ୍ନ୍ୟାସୀ ଭାବରେ ବଞ୍ଚିବାକୁ ହେବ। ଅନ୍ୟ ଅର୍ଥରେ, ଉଭୟ ପରିବାରର ବୃତ୍ତି ଏବଂ ବିବାହକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ବୌଦ୍ଧଧର୍ମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିପରୀତ ଥିଲା। ବୌଦ୍ଧ ଧର୍ମରେ ବିବାହ ନ କରିବା, ପାରିବାରିକ ବୃତ୍ତି ତ୍ୟାଗ କରିବା ଏବଂ ସନ୍ନ୍ୟାସୀ ହେବାର ବ୍ୟବସ୍ଥା ଥିଲା । ତେବେ ସେହି ସମୟରେ ପ୍ରାରମ୍ଭିକ ଧର୍ମଶାସ୍ତ୍ର ଲେଖା ଆରମ୍ଭ ହେଲା। ପ୍ରଥମେ ଲେଖାଯାଇଥିବା ଧର୍ମଶାସ୍ତ୍ର ଧର୍ମସୂତ୍ର ଭାବରେ ଜଣାଶୁଣା। କାରଣ ସେଗୁଡ଼ିକ ହେଉଛି ସଂକ୍ଷିପ୍ତ ମନ୍ତ୍ର ବା ସୂକ୍ତି କିମ୍ବା ସୂତ୍ରରେ ଲେଖାଯାଇଥିଲ। ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦ରେ ଗୌତମ ଏବଂ ବୌଦ୍ଧଯାନ ଏଗୁଡ଼ିକୁ ଲେଖି ଲୋକପ୍ରିୟ ହୋଇପାରିଥିଲେ। ଧର୍ମଶାସ୍ତ୍ର ସହିତ ସେ ସମୟରେ କାମଶାସ୍ତ୍ର ଓ ଅର୍ଥଶାସ୍ତ୍ର ରଚନା କରାଯାଇଥିଲା। ମୋକ୍ଷ ବିଷୟରେ ବିଭିନ୍ନ ବୈଦିକ ଦର୍ଶନକୁ ନେଇ ମୋକ୍ଷଶାସ୍ତ୍ର ମଧ୍ୟ ରଚନା କରାଯାଇଥିଲା। ଏପରିକି ମହାଭାରତର ଶାନ୍ତି ପର୍ବ ଏବଂ ଅନୁଶାସନ ପର୍ବରେ ଆମେ ଏହିସବୁ ଧାରଣା ପାଇଥାଉ।
ପ୍ରାୟ ତୃତୀୟ ଶତାବ୍ଦୀ ବେଳକୁ ଉତ୍ତର ଭାରତରେ ଗୁପ୍ତବଂଶର ରାଜାମାନଙ୍କ ଉତ୍‌ଥାନ ହୋଇଥିଲା। ସେହି ସମୟରେ ମନୁସ୍ମୃତି ରଚନା କରାଯାଇଥିଲା। ମନୁସ୍ମୃତି ପୂର୍ବରୁ ରଚିତ ଧର୍ମ ସୂତ୍ରଠାରୁ ସାମାନ୍ୟ ଭିନ୍ନ ଥିଲା। ଏହା ସୂତ୍ର ଶୈଳୀକୁ ତ୍ୟାଗକରି ଶ୍ଳୋକ ଶୈଳୀକୁ ଅନୁସରଣ କଲା, ଯାହାକି ଥିଲା ଅଧିକ ପଦ୍ୟାତ୍ମକ। ମନୁସ୍ମୃତିର ଅନ୍ୟ ନାମ ମାନବଧର୍ମ ଶାସ୍ତ୍ର। କୁହାଯାଏ ଏହାକୁ ବିଶ୍ୱର ପ୍ରଥମ ମଣିଷ ମନୁ ରଚନା କରିଥିଲେ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ଏହାକୁ ଲେଖିଥିଲେ। ଏହା ନିଶ୍ଚିତ ଯେ, ବ୍ରାହ୍ମଣମାନଙ୍କ ଦ୍ୱାରା ଲିଖିତ ଧର୍ମଶାସ୍ତ୍ର ବା ସୂତ୍ର ଆଉ ଧର୍ମନିରପେକ୍ଷ ଗ୍ରନ୍ଥ ହୋଇ ରହିଲା ନାହିଁ। ପ୍ରଥମରୁ ରଚିତ ଧର୍ମଶାସ୍ତ୍ରଗୁଡ଼ିକ କିପରି ଲୋକମାନେ ନିଜ ଜୀବନ ବଞ୍ଚାଇବା ଉଚିତ ତାହା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ସେଥିରେ ରାଜ୍ୟ ପ୍ରସଙ୍ଗରେ ଅଧିକ କିଛି ଲେଖା ନ ଥିଲା। କିନ୍ତୁ ମନୁସ୍ମୃତି ରାଜ୍ୟ ପ୍ରସଙ୍ଗରେ ବହୁତ ଦର୍ଶାଇଥିଲା, ଯାହା ରାଜାମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ହୋଇପାରିଥିଲା। ମନୁସ୍ମୃତିରେ ଅନେକ ଟୀକା ଟିପ୍ପଣୀ ତଥା ନିବନ୍ଧ ଉଲ୍ଲେଖ କରାଯାଇଥିଲା ଏବଂ ଏହା ଭାରତର ବିଭିନ୍ନ ରାଜ୍ୟ ସମେତ ଦକ୍ଷିଣ ଏସିଆକୁ ବ୍ୟାପିଥିଲା। ଉଦାହରଣ ସ୍ବରୂପ, ବର୍ମା ଏବଂ ଥାଇଲାଣ୍ଡର ରାଜାମାନେ ମନୁସ୍ମୃତି ସମ୍ପର୍କରେ ଆଲୋଚନା କଲେ। ତେବେ ଦକ୍ଷିଣ-ପୂର୍ବ ଏସିଆରେ ରାଜାମାନେ ମନୁସ୍ମୃତିର ରାଜକୀୟ ଦିଗ ଉପରେ ଧ୍ୟାନ ଦେଇଥିଲେ, ହେଲେ ଜାତି ଉପରେ ଚିନ୍ତା କରି ନ ଥିଲେ। କିନ୍ତୁ ଭାରତରେ ମନୁସ୍ମୃତିର ରାଜ୍ୟ ଶାସନର ନୀତି ଓ ନିୟମ ଦିଗକୁ ଗୁରୁତ୍ୱ ଦେବା ବଦଳରେ ଏହାର ଜାତି ଅଂଶଟି ଉପରେ ପ୍ରାଧାନ୍ୟ ଦିଆଗଲା।
ଧର୍ମଶାସ୍ତ୍ରଗୁଡ଼ିକ ବିଶ୍ୱାସ କରେ ଯେ, ବିଭିନ୍ନ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ସମାଜରେ ସ୍ଥିତିକୁ ଆଧାର କରି ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନତା ସମାନତାର ନୀତି ବିରୁଦ୍ଧ। ସେଥିପାଇଁ ଏବେ ପଣ୍ଡିତମାନେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ଲିଙ୍ଗଗତ ବିଚାରରେ ଏହା ମଧ୍ୟ ମହିଳାମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖେ, ପୁରୁଷଙ୍କ ସହ ସେମାନେ ସମାନ ନୁହେଁ ବୋଲି ଦର୍ଶାଏ। ବିଂଶ ଶତାବ୍ଦୀରେ ମହିଳାଙ୍କ ଅଧିକାର ଆନ୍ଦୋଳନର ଉତ୍‌ଥାନ ପର୍ଯ୍ୟନ୍ତ ସବୁ ସମାଜରେ ଏଭଳି ଧାରଣା ସ୍ବାଭାବିକ ଥିଲା। ସମସ୍ତ ଧର୍ମଶାସ୍ତ୍ର ବିଶ୍ୱାସ କରନ୍ତି ଯେ, ସ୍ଥାନ, ସମୟ ଏବଂ ଲୋକଙ୍କୁ ନେଇ ନିୟମଗୁଡ଼ିକୁ ବଦଳାଇବାକୁ ପଡ଼ିବ ଏବଂ କୌଣସି ନିୟମ ସ୍ଥାୟୀ କିମ୍ବା କଠୋର ନୁହେଁ। ଏଭଳି ବିଶ୍ୱାସ ଧର୍ମଶାସ୍ତ୍ରଗୁଡ଼ିକୁ ବିଶ୍ୱର ଅନ୍ୟ ଭାଗରେ ଥିବା ଧର୍ମୀୟ ଆଦେଶଠାରୁ ବହୁତ ଭିନ୍ନ କରିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?