ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ

ଯୋଡା, ୨୭।୬(ଡି.ଏନ୍‌.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଚଳିତ ଜୁନ୍‌ ମାସରେ ଚୋରାଚାଲାଣ ହେଉଥିବା ୫୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଟ୍ରକ୍‌କୁ ପୋଲିସ ଓ ବନବିଭାଗ ପକ୍ଷରୁ ଜବତ କରାଗଲାଣି। ଏହି ସମସ୍ତ ଚୋରା ଖଣିଜ ବୋଝେଇ ଟ୍ରକ୍‌ ପ୍ରାୟତଃ ଖଣି ଲିଜ୍‌ ସଂଲଗ୍ନ ଅଞ୍ଚଳରୁ ଧରାପଡ଼ିଛି। ଯାହାକି ଖଣି ନିର୍ଦ୍ଦେଶାଳୟର ବିନା ଅନୁମୋଦନରେ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭିନ୍ନ ଉପାୟରେ ଖଣିଜ ପଦାର୍ଥ ଚୋରି ହେଉଥିବାରୁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏନେଇ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଖଣିଜ ଚୋରି ରୋକିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଥ୍ରିଏମ୍‌ଏସ୍‌, ଷ୍ଟେଟ୍‌ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏବେ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଖଣି ଲିଜ୍‌ଧାରୀମାନେ ଖଣି ଛାଡ଼ିବା ସମୟରେ ନିଜର ପରିବେଶୀୟ ଅନୁମୋଦନ ଧାର୍ଯ୍ୟଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିବାରୁ ଏହାକୁ ଖାତା ଖତିଆନରେ ଦର୍ଶାଇ ପାରି ନ ଥିଲେ। ଏବେ ସେହି ଖଣିଜକୁ କେତେଜଣ ଖଣି ମାଲିକ ନିଜଦ୍ୱାରା ଉତ୍ତୋଳନ ହୋଇଥିବା ଦର୍ଶାଇ ବିଭାଗୀୟ ଅନୁମୋଦନ ପାଇ ବ୍ୟାପକ ଅନିୟମିତତା କରୁଛନ୍ତି। ଏପରି କି ଏକ ଖଣି କମ୍ପାନୀ ରନ୍‌ ଅଫ୍‌ ମାଇନ୍ସ(ଆର୍‌ଓଏମ୍‌) ବା ମାଟି ମିଶ୍ରିତ ଲୁହାପଥରକୁ ନିଜର ପ୍ଲାଣ୍ଟକୁ ପରିବହନ କରି ସେଠାରେ ବିଶୋଧନ ପରେ ଉନ୍ନତମାନର ଖଣିଜକୁ ନିଜ ବ୍ୟବହାରରେ ଲଗାଉଛି। ନିୟମ ଅନୁସାରେ ଖଣିରେ ଏହି ବିଶୋଧନ କାର୍ଯ୍ୟ କରିବା ପରେ ଲୁହାପଥରକୁ ଶିଳ୍ପକୁ ପରିବହନ କଲେ ରାଜ୍ୟ ସରକାର ରାଜସ୍ବ ପାଇଥାନ୍ତେ। ମାତ୍ର ସରକାର ଏହି ରାଜସ୍ବରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ନିଜର ଶିଳ୍ପକୁ ନିଜେ ହିଁ ଖଣିଜ ପରିବହନ କରୁଥିବାରୁ ପରିବହନ ବେଳେ ଚଞ୍ଚକତା କରି ଗୋଟିଏ ଚାଲାଣରେ ଏକାଧିକ ଟ୍ରିପ୍‌ ଖଣିଜ ଚାଲାଣ କରାଯାଉଛି। ଏପରି କି ଅଧିକ ନିଲାମ ପ୍ରିମିୟମ ଦେବାକୁ ପଡ଼ିବ ବୋଲି କେତେଜଣ ଖଣି ବ୍ୟବସାୟୀ ବିନା ଅନୁମୋଦନରେ ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଲୁହାପଥର ମାନକୁ ନିମ୍ନମାନର ଦର୍ଶାଇ, ଉନ୍ନତମାନର ଖଣିଜ ପରିବହନ କରାଯାଉଥିବା ଘଟଣା ପୂର୍ବରୁ ନଜିର ରହିଛି। ଯୋଡ଼ା ଖଣିମଣ୍ଡଳର ବିଭିନ୍ନ ରେଳ ସାଇଡିଂ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷଲକ୍ଷ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହପଥର ଓ ଚୋରା ଲୁହାପଥର ବିଭାଗ ଦ୍ୱାରା ଜବତ ହୋଇ ପଡ଼ିି ରହିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଚୋରି ହୋଇଯାଉଛି। କେତେଜଣ ପୂବର୍ତନ ଖଣି ଲିଜ୍‌ଧାରୀ ନାମକୁ ଗୋପନ ରଖି କହିଛନ୍ତି ଯେ, ପୂର୍ବରୁ ଯେଉଁ ଖଣିରୁ ୬୨ପ୍ରତିଶତ ମାନର ଖଣିଜ ପରିବହନ ହେଉଥିଲା, ବର୍ତ୍ତମାନ ଖଣି ହାତେଇ ଥିବା କିଛି ବ୍ୟବସାୟୀଙ୍କ ଏହି ନିର୍ଦ୍ଦିଷ୍ଟ ଖଣିରୁ ଖଣିଜର ମାନ କିପରି ଶତକଡା ୫୮ ପ୍ରତିଶତକୁ ହ୍ରାସ ପାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବା ସହ ସରକାର ରାଜସ୍ବ ହରାଇବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଆନନ୍ଦପୁର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କଅଁସ ଗ୍ରାମରେ ଥିବା ଶନିମନ୍ଦିରରେ ଦୀପରୁ ଜଣେ ମହିଳାଙ୍କ ଶାଢିରେ ନିଆଁ ଲାଗିବା ଫଳରେ ସେ ଗୁରୁତର ହୋଇଛନ୍ତି।...

ଜେଲରୁ ମୁକୁଳିଲେ ଗର୍ଭବତୀ: ସହଯୋଗର ହାତ ବଢ଼ାଇଲେ ଉପକାରାଗାର ମୁଖ୍ୟ

ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍‌ରେ...

ଯୁବକଙ୍କ ଛାତିକୁ ତୀର ମାଡ଼

ଆନନ୍ଦପୁର,୨୪।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତୀର ମାଡ଼ର ଶିକାର ହୋଇ ଗୁରୁତର...

ନାବାଳିକାଙ୍କୁ ବଳାତ୍କାର, ନାବାଳକ ଅଟକ

ଢେଙ୍କିକୋଟ,୧୧ା୯(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ  ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଜଣେ...

ଯୋଡ଼ାରେ ଲିଖିତ ପରୀକ୍ଷା, ଝାଡ଼ଖଣ୍ଡରେ ସାକ୍ଷାତକାର

ଯୋଡ଼ା,୧୯ା୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଥିବା ଏକ କମ୍ପାନୀରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ...

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ।...

ଦୃଷ୍ଟିହୀନ ହୋଇ ବି ହାରିନାହାନ୍ତି

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଦୃଷ୍ଟି ହୀନ ହୋଇବି କେବେ ହାର ମାନି ନାହାନ୍ତି ନିବେଦିତା। ନିଜେ ଦେଖିପାରୁ ନ ଥିଲେ ବି ଅନ୍ୟ ମାନଙ୍କୁ ଶିକ୍ଷାର ଆଲୋକ...

ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି...

Advertisement
Archives

Model This Week