Posted inଜାତୀୟ

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ ନୁହେଁ, ସୁନା ଭଳି ଚକମକ କରୁଥିବା ବାଲିର ଚୋରା ଚାଲାଣ ହେଉଛି। ସୋନ୍‌ ନଦୀରେ ସୁନା ଭଳି ଚମକୁ ଥିବା ବାଲିର ବେଆଇନ ଖନନ ବନ୍ଦ ହେବାର ନା ନେଉନି। ଫାଇଦା ନେଉଥିବା ଅଧିକାରୀମାନଙ୍କର ଚାକିରି ଯିବାର ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ବାଲି ମାଫିଆ ଥମିବାର ନା ଧରୁ ନାହାନ୍ତି। ଏହି କ୍ରମରେ, ବିହାରର ଆରାର ସୁନା ବାଲି ଚୋରି ହେଉଥିବାରୁ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଡ୍ରୋନ୍‌ ଦ୍ୱାରା ଏହି ଭିଡ଼ିଓ ଶୁଟିଂ କରାଯାଇଛି। ଭିଡ଼ିଓରେ ଲୋକମାନେ ବେଆଇନ ଭାବେ ବାଲି ଖନନ କରି ଶହ ଶହ ଡଙ୍ଗା ଓ ଟ୍ରକରେ ଚୋରା ଚାଲାଣ କରୁଥିବାର ଦେଖାଯାଉଛି।

ଏହି ଭିଡ଼ିଓଟି ଭୋଜପୁର ଜିଲ୍ଲାର କମାଲଚୁକ ରାଜପୁର ଦିୟାରାର ବୋଲି କୁହାଯାଉଛି। ଡ୍ରୋନ କ୍ୟାମେରା ଦ୍ୱାରା ଏହାର ଶୁଟିଂ ହୋଇଛି। ଭିଡ଼ିଓରେ ସୋନ ନଦୀରେ ଶହ ଶହ ଟ୍ରକ ବାଲି ବୋହି ନେଉଥିବାରୁ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଅନେକ ଲୋକ ନଜର ଆସିଛନ୍ତି, ଯେଉଁମାନେ ବେଆଇନ ବାଲି ବ୍ୟବସାୟରେ ଜଡିତ ଅଛନ୍ତି। ପୋଲିସକୁ ଭୟ ନକରି ସେମାନେ ଦିନରାତି ଏହି ବ୍ୟବସାୟରେ ନିୟୋଜିତ ଅଛନ୍ତି। ସୁନା ବାଲି ଚୋରା ଚାଲାଣକାରୀମାନେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କର ଝିଅ ବୋହୂଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗ ହେଉଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା କୁହାଯାଉଛି।

ସୁନା ବାଲିର ଚୋରା ବ୍ୟବସାୟରେ ବହୁ ବଡ ବଡିଆଙ୍କ ହାତ ରହିଥିବା କୁହାଯାଉଛି। ଏହା ଦ୍ୱାରା ବିହାର ସରକାର ପ୍ରତିମାସରେ ପ୍ରାୟ ୩୫୦ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବାଲି ମାଫିଆ ନଦୀ ନିକଟବର୍ତ୍ତୀ ଜମି ଖନନ କରି ବାଲି ବାହାର କରିବା କାର୍ଯ୍ୟ କରୁଛନ୍ତି। ପ୍ରତିଦିନ କୋଟି କୋଟି ଟଙ୍କାର ବାଲିକୁ ଶହ ଶହ ଟ୍ରାକ୍ଟର ଏବଂ ଟ୍ରକ ଦ୍ୱାରା ଚୋରି କରାଯାଉଛି। ବାଲି ମାଫିଆକୁ ରୋକିବା ଆଉ ପୋଲିସର କ୍ଷମତାରେ ନାହିଁ। ସୁନା ବାଲି ଚୋରି କରିବା ଖେଳରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ବାଲି ମାଫିଆ ବନ୍ଦ ହୋଇନି।

ଡ୍ରୋନରୁ ନିଆଯାଇଥିବା ଭିଡ଼ିଓରେ, ଶହ ଶହ ଟ୍ରାକ୍ଟର ଏବଂ ଟ୍ରକରେ କିପରି ବାଲି ଲୋଡ ହେଉଛି ତାହା ଦେଖିବାକୁ ମିଳୁଛି। ସୋନ ନଦୀ କୂଳରେ ବେଆଇନ ବାଲି ଖନନ ପାଇଁ ୫୦୦୦ରୁ ଅଧିକ ଟ୍ରାକ୍ଟର ଏବଂ ଟ୍ରକ ଲଗାଯାଇଥିବା କୁହାଯାଉଛି।

ଏହି  ପ୍ରସଙ୍ଗରେ ଭୋଜପୁର ପୋଲିସ ଅଧୀକ୍ଷକ ବିନୟ ତିୱାରୀ କହିଛନ୍ତି ଯେ ବେଆଇନ ବାଲି ଖନନକୁ ନେଇ ଜିଲାରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଛି। କ୍ରମାଗତ ଭାବରେ ଚଢ଼ାଉ କରାଯାଇ ବାଲି ମାଫିଆଙ୍କୁ ଗିରଫ କରି ଜେଲକୁ ପଠାଇବା କାର୍ଯ୍ୟ କରାଯାଉଛି। ଏଥି ସହିତ ବେଆଇନ ଭାବେ ବାଲି ବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯେଉଁମାନେ ଏହି ବ୍ୟବସାୟରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?