ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି

ସିମୁଳିଆ,୧୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା ଚୋରି ହୋଇଛି। ଏହା ବ୍ୟତୀତ ଦୁର୍ବୃତ୍ତମାନେ ବିଭିନ୍ନ ଶ୍ରେଣୀ ଗୃହ, ରୋଷେଇ ଘର ଓ ଚାଉଳ ରଖାଯାଇଥିବା ଗୃହର ତାଲା ଭାଙ୍ଗିଥିବାର ଜଣାଯାଇଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ମଗୁ ସିଂ ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହି ବିଦ୍ୟାଳୟ ପାର୍ଶ୍ୱରେ ଥିବା ପଦ୍ମାବତୀ ମହାପାତ୍ର ଓ ଅନନ୍ତ ପ୍ରସାଦ ଜେନାଙ୍କ ଦୋକାନ ଗୃହର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ସମେତ ନଗଦ ଅର୍ଥରାଶି ଚୋରି ହୋଇଛି। ସେହିପରି ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣା ଅଞ୍ଚଳର କାଳିନ୍ଦୀଚରଣ ନାୟକ, ଶ୍ୟାମସୁନ୍ଦର ଜେନା ଓ ପଙ୍ଗଜ ନାୟକଙ୍କ ଦୋକାନ ଗୃହର ତାଲା ଭାଙ୍ଗି ଚୋରି ହେବା ସମ୍ପର୍କରେ ଅଭିଯୋଗ ହୋଇଛି। ଗୋଟାଏ ରାତିରେ ବିଦ୍ୟାଳୟ ସମେତ ୫ଟି ଦୋକାନରୁ ଚୋରି ହେବା ଘଟଣା ସାଧାରଣରେ ଛନକା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ହାଇକୋର୍ଟରେ ବସିବ ସ୍ବତନ୍ତ୍ର ବେଞ୍ଚ

କଟକ ଅଫିସ,୬।୩: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘ପୋଲିସରେ ମହିଳା’ ଶୀର୍ଷକ ଦିନିକିଆ ସମ୍ମିଳନୀ ଶୁକ୍ରବାର ଓଏସ୍‌ଏପି ଷଷ୍ଠ ବାଟାଲିୟନଠାରେ ଅନୁଷ୍ଠିତ ହେବ। ମହିଳା ପୋଲିସ ଅଧିକାରୀ...

ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ :ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା

ଭଞ୍ଜନଗର, ୧୯ା୫(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ବାରୁଡ଼ାର ସତ୍ୟବାନ ସ୍ବାଇଁଙ୍କୁ ସୁରାଟ ପୋଲିସ ଗତ ଗୁରୁବାର ପିଟି ପିଟି ମାରି ଦେବା ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ଦୋଷୀଙ୍କ...

ପ୍ରତି ପଞ୍ଚାୟତରେ ସ୍ମାର୍ଟ ଅଙ୍ଗନଓ୍ବାଡି : ମନ୍ତ୍ରୀ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ସମିତିର ୭ମ ବୈଠକ ରବିବାର ଔଷଧୀୟ ଅରଣ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁଫଳା ପଧାନଙ୍କ...

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ...

କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଛେଣ୍ଡିପଦା,୨୧ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...

ରଣପୁର ଦଖଲ କଲା ବିଜେଡି

ନୟାଗଡ଼ ଅଫିସ/ ରଣପୁର୨୬।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ୩୨୩ ଭୋଟରେ ବିଜୟୀ ହୋଇଛନ୍ତି। ରଙ୍ଗୀନ ମହାନ୍ତି ୪...

ବାର୍‌ହା ମାରି ମାଂସ ଭାଗ ସମୟରେ ଚଢାଉ: କଟା ମାଂସ, ୨ ବାଇକ୍‌ ଜବତ

ସୋନପୁର,୩୦।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୟୂରଉଡାନ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ବନ ବିଭାଗ ଗୁରୁବାର ୮ କିଲୋ ବାର୍‌ହା ମାଂସ ଜବତ...

୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

Advertisement
Archives

Model This Week