ଦୁଃଖରେ ଦିନ କାଟୁଛନ୍ତି ଜୁଆଙ୍ଗ ପରିବାର

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଗ୍ରାମରେ ରଥିଆ ଜୁଆଙ୍ଗ ଶାରିରୀକ ସ୍ତରରେ ଚଳପ୍ରଚଳ କରି ପାରୁ ନ ଥିଲେ ହେଁ ନା ମିଳୁଛି ତାଙ୍କୁ ଭତ୍ତା ନା ଚିକିତ୍ସା ସହାୟତା। ଫଳରେ ଦୀର୍ଘ ମାସ ହେଲା କାମ ଧନ୍ଦା କରି ନ ପାରି ଘରେ ପଡିରହିଥିବାରୁ ତାଙ୍କ ପରିବାର ବହୁ କଷ୍ଟରେ ଚଳୁଛି। ତାଙ୍କ ସ୍ତ୍ରୀ ପଦ୍ମିନୀ ମୂଲମଜୂରି କରି ତାଙ୍କ ସେବା କରିବା ସହ ବହୁ କଷ୍ଟରେ ତିନି ଶିଶୁଙ୍କ ଯତ୍ନ ନେଉଛନ୍ତି।
ଝିଅ ସପ୍ତମ ଶ୍ରେଣୀରେ ଯିବା ଆସିବା କରି ବାୟାପାଣ୍ଡାଧାର ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଅଧୀନରେ ଚାଲିଥିବା ବିଦ୍ୟାଳୟରେ ପାଠ ପଢୁଛନ୍ତି। ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ହଷ୍ଟେଲରେ ରହି ପଢୁଥିଲେ। ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ହଷ୍ଟେଲରେ ଆଉ ରଖିଲେ ନାହିଁ। ପରିବାର ଲୋକେ ଘରକୁ ଆଣି ତାଙ୍କ ଚିକିତ୍ସା କରିବା ପରେ ଘରୁ ଯିବା ଆସିବା କରି ପାଠ ପଢୁଛନ୍ତି ବୋଲି ତାଙ୍କ ମା’ ପଦ୍ମିନୀ କହିଛନ୍ତି।
ବାପା ରଥିଆ ବହୁ କଷ୍ଟରେ କାମ ଧନ୍ଦା କରି ପରିବାର ଚଳାଉଥିଲେ। କିଛି ମାସ ତଳେ ରଥିଆ ହଠାତ୍‌ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ଅଣ୍ଟା, ଗୋଡ଼ ଚଳପ୍ରଚଳ ନ ହେବାରୁ ଘରେ ପଡ଼ିରହିଲେ। ପରିବାର ଚଳିବା କଷ୍ଟକର ହୋଇ ପଡ଼ିବାରୁ ତାଙ୍କର ସେବା କରିବା ସହ ମୂଲ ମଜୂରୀ କରି ପରିବାର ଚଳାଇବାକୁ ତାଙ୍କ ସ୍ତ୍ରୀ ପଦ୍ମିନୀ ପଦାକୁ ବାହାରିଥିଲେ। ତେବେ କାମଧନ୍ଦା ମିଳୁ ନ ଥିବାରୁ ସ୍ବାମୀଙ୍କ ଚିକିତ୍ସା କିପରି କରିବେ ଏବଂ ତିନି ଶିଶୁଙ୍କ ଯତ୍ନ କିପରି ନେବେ ସେ ନେଇ ଚିନ୍ତାରେ ଭାଙ୍ଗି ପଡୁଛନ୍ତି ପଦ୍ମିନୀ। ପୁରାତନ ଜନଜାତି ଜୁଆଙ୍ଗ ତଥା ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ବହୁ ଯୋଜନା କାମ କରୁଥିବାବେଳେ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିଆସୁଛି। ଏହା ସତ୍ତ୍ୱେ ଉକ୍ତ ଅଞ୍ଚଳର ବହୁ ଜୁଆଙ୍ଗ ପରିବାର ନିଷ୍ପେଷିତ ଜୀବନ କାଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ତୁରନ୍ତ ରଥିଆଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ତାଙ୍କ ପରିବାରକୁ ସହାୟତା କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri