ହ୍ୟୁମାନ ସାଗରଙ୍କୁ ମନେପକାଇଲେ ଯୁବପିଢ଼ି

ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ରାଜ୍ୟ ଭାଙ୍ଗିପଡ଼ିଥିବାବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଯୁବପିଢ଼ି ତାଙ୍କୁ ବହୁତ ମନେ ପକାଉଛନ୍ତି। ଏହି ଅବସରରେ ଦାରିଙ୍ଗବାଡି ସୁବିଧାକେନ୍ଦ୍ରଠାରେ ଅଞ୍ଚଳର ଲୋକମାନେ ଯୁବପିଢ଼ି ଏକାଠି ହୋଇ ତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ। ତାଙ୍କ ସଙ୍ଗୀତର ତାଳେ ତାଳେ ଶୋଭାଯାତ୍ରା ଦାରିଙ୍ଗବାଡିର ଚାଟିଛକ, ତିନିଛକ, ଶିବମନ୍ଦିର ଛକ ଆଦି ପରିକ୍ରମା କରିଥିଲେ। ତାଙ୍କ କଣ୍ଠଦାନ ସଙ୍ଗୀତକୁ ନେଇ ଯୁବପିଢ଼ି ପ୍ରଭାବିତ ରହିଥିବାବେଳେ ଏବେ ତାଙ୍କୁ ହରାଇ ସମସ୍ତେ ଦୁଃଖରେ ମ୍ରିୟମାଣ ହେବା ସହ ଏଭଳି କଣ୍ଠଶିଳ୍ପୀ ଓଡିଶା ଆଉ ପାଇବ କି ନାହିଁ ସେନେଇ ସମସ୍ତେ ଚିନ୍ତିତ ବୋଲି କହିଥିଲେ। ଏହି ଶୋଭାଯାତ୍ରାରେ କାଳୀ ପ୍ରସାଦ ମଲିକଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ,ଅକ୍ଷୟ ପରିଚ୍ଛା, ଜୁଲିଆନ ପ୍ରଧାନ, ନିରଞ୍ଜନ ନାୟକ, ଉପେନ୍ଦ୍ର ପ୍ରଧାନ ଜିତୁ ନାୟକ, ବିନୋଦ କୁମାର ନାୟକ, ଧୂର୍ବ ନାୟକଙ୍କ ସମେତ ବହୁ କଳାପ୍ରିୟ, ବୁଦ୍ଧିଜୀବୀ ଓ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ପ୍ରଶଂସକମାନେ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri