Posted inଫୁରସତ

ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିଲେ ଯୁବକ, ପରେ…

ନୂଆଦିଲ୍ଲୀ,୧୫।୧ :ପଞ୍ଜାବ ଫରିଦକୋଟ୍‌ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଗତ ୭ ତାରିଖରେ ସ୍ବାସ୍ଥ୍ୟକର୍ମୀ ପରୀକ୍ଷା ଚାଲିଥିବାବେଳେ ଫାଜିଲ୍‌କାର ଆଗ୍ରେଜ ସିଂ ତାଙ୍କ ଗର୍ଲଫ୍ରେଣ୍ଡ ପରମଜିତ୍‌ଙ୍କ ଭଳି ବେଶରେ ପରୀକ୍ଷା ଦେଉଥିଲେ। ସେ ନାଲି ଚୁଡ଼ି, ବିନ୍ଦି, ଲିପ୍‌ଟେକ୍‌ ଲଗାଇବା ସହ ମହିଳା ପରିଧାନ ପିନ୍ଧିଥିଲେ। ପରୀକ୍ଷା ହଲ୍‌ରେ ନିୟୋଜିତ ଥିବା ୟୁନିଭର୍ସିଟି କର୍ମଚାରୀ ଜାଲିଆତି ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ। ଆଗ୍ରେଜ ନିଜକୁ ପରମଜିତ ଭାବେ ପ୍ରମାଣିତ କରିବା ପାଇଁ ଜାଲ ଭୋଟର ଏବଂ ଆଧାର କାର୍ଡ ବ୍ୟବହାର କରିଥିଲେ। ତେବେ ବାୟୋମେଟ୍ରିକ୍‌ ଉପକରଣରେ ତାଙ୍କ ଆଙ୍ଗୁଠି ଛାପ ମେଳ ନ ଖାଇବାରୁ ସେ ଧରାପଡ଼ିଯାଇଥିଲେ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା…

ଏତିକି ଟଙ୍କାର ଡ୍ରେସ୍‌ ପିନ୍ଧି ରେଡ କାର୍ପେଟରେ ଚାଲି ଚର୍ଚ୍ଚାରେ ଉର୍ବଶୀ

ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ…

ବାଲିଅନ୍ତା ମର୍ଡର କେସ୍‌: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର

ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ…

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri