ଖୋର୍ଦ୍ଧା ଅଫିସ,୨୦।୧୧: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ ରାଜା(୨୫)ଗାଈ ଚରାଇବାକୁ ଯାଇ ଅକ୍ଟୋବର ୨୪ରୁ ନିଖୋଜ ଅଛନ୍ତି। ଘଟଣାକୁ ୨୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନିରୁଦ୍ଦିଷ୍ଟଙ୍କ ପୋଷ୍ଟର ମାରିବା ସହ ମାମଲା ରୁଜୁକରି ଚୁପ୍ ବସିଛି। ୨୪ଘଣ୍ଟାରେ ରାଜାଙ୍କୁ ଖୋଜି ବାହାର କରିବା ପାଇଁ ଏସ୍ପି ପ୍ରତିଶ୍ରୁତି ଦେଇଥିଲେ। ତେବେ ଘଟଣାକୁ ୨୬ଦିନ ବିତିଯାଇଥିଲେ ମଧ୍ୟ ରାଜାଙ୍କ ପତ୍ତା ପାଇପାରୁନି ପୋଲିସ। ଅନ୍ୟପକ୍ଷରେ ରାଜନୈତିକ ଚାପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଘଟଣା ଦିନ ଏକ କାର୍ରେ ୪ରୁ ୬ଜଣ ଯୁବକ ଗଁା ମୁଣ୍ଡରୁ ରାଜାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ପଳାଇଥିଲେ। ଏଥିସହ ପତନିବରର ଏକ ପରିବାରର ସମ୍ପର୍କୀୟ ରାଜାଙ୍କ ଘରକୁ ଆସି ଧମକ ଦେଇଥିଲେ। ଏହାର କିଛି ସମୟ ପରେ ରାଜାଙ୍କ ସନ୍ଧାନ ମିଳି ନ ଥିଲା। ଏହି ଘଟଣାରେ ପତନିବର ଗ୍ରାମର କେତେଜଣ ଯୁବକଙ୍କ ହାତ ରହିଛି। ସେମାନଙ୍କ ରାଜନୈତିକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ସେହିପରି ରାଜାଙ୍କ ଭଉଣୀ କହିଛନ୍ତି, କାହା ସହିତ ବି ରାଜାର କୌଣସି ଝଗଡା ନ ଥିଲା। ତାଙ୍କୁ ଅପହରଣ କରି ନେଇଯାଇଛନ୍ତି। ରାଜାଙ୍କ ବାପା ଲକ୍ଷ୍ମୀଧର କହିଛନ୍ତି, ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ପରିବାର ଆମରଣ ଅନଶନ ସହ ଆତ୍ମାହୁତି ଦେବୁ ବୋଲି କହିଛନ୍ତି।
ପ୍ରକାଶ ଯେ, ଅକ୍ଟୋବର ୨୪ରେ ଗଁା ପାଳି ଅନୁସାରେ ରାଜା ଗୋରୁ ଚରାଇବାକୁ ଯାଇଥିଲେ। ଅପରାହ୍ନରେ ଗୋରୁ ଗୋଠ ଫେରି ଆସିଥିବା ବେଳେ ରାଜା ଫେରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏନେଇ ୨୫ ତାରିଖରେ ଲକ୍ଷ୍ମୀଧର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ଏତଲା ଠିକ୍ ଭାବେ ଲେଖାଯାଇନାହିଁ କହି ପୋଲିସ ତାଙ୍କୁ ଫେରାଇ ଦେଇଥିଲା। ଏହାର ପ୍ରତିବାଦରେ ପରିବାର ଏବଂ ଶତାଧିକ ଗ୍ରାମବାସୀ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ୨୮ ତାରିଖରେ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ। ୨୪ଘଣ୍ଟା ମଧ୍ୟରେ ରାଜାଙ୍କ ଅନୁସନ୍ଧାନ କରି ବାହାର କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ନଭେମ୍ବର ୧ରେ ପୋଲିସ ପକ୍ଷରୁ ରାଜା ନିଖୋଜ ଥିବା ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା। ଚାରିଆଡେ ନିରୁଦ୍ଦିଷ୍ଟ ପୋଷ୍ଟର ମାରି ପୋଲିସ ଚୁପ୍ ବସିଛି। ପରିବାର ଲୋକେ ପୁଣି ନଭେମ୍ବର ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସଦର ଏସ୍ଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି, ଘଟଣାର ଅନୁସନ୍ଧାନ ଜାରି ରହିଛି। ପୋଲିସ କୌଣସି ଚାପରେ ନାହିଁ। ସମସ୍ତ ଦିଗକୁ ଅନୁସନ୍ଧାନ କରାଯାଉଛି। ସମସ୍ତ ଥାନାକୁ ମଧ୍ୟ ଅବଗତ କରାଯାଇଛି।
Posted inHome Left, ଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All
ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…
ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….
ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…
ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍ଯାପିତ
ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି। ଦୁଇ…
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….
ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

