କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ଶୂନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ରଗଡ଼ିସ୍ଥିତ ସରକାରୀ ପଲିଟେକନିକର ୯୭ ଛାତ୍ରୀଛାତ୍ର ୨୦୨୦-୨୧ ବର୍ଷରେ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ କାହାରିକୁ ନିଯୁକ୍ତି ଦେଇପାରିନାହିଁ। ଅନୁଗୋଳ ଜିଲାସ୍ଥିତ ଟାଟା ଷ୍ଟିଲ ଭୂଷଣ ଲିଃରେ ୩୪ ଜଣ ଛାତ୍ରୀଛାତ୍ର ନିଯୁକ୍ତି ପାଇଥିବା ସୂଚନା ମିଳିଛି। ନିଯୁକ୍ତି ପାଇଥିବା ଛାତ୍ରୀଛାତ୍ର ୧୯,୮୦୦ ଟଙ୍କା ଦରମା ପାଇବେ। ଏହାବାଦ ଟାଟା ପାୱାରରେ ୧୪ଜଣ, ଅର୍ସେଲ ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆରେ ଜଣେ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିଃରେ ୨ ଜଣ, ସିଏଟ୍‌ ଟାୟାର୍ସରେ ୪ଜଣ, ଗାବ୍ରିଏଲ ଇଣ୍ଡିଆ ଲିଃ ଓ ରେନଲ୍ଟ ଇଣ୍ଡିଆ ପ୍ରା. ଲିଃ.ରେ ୨ ଜଣ ଲେଖାଏ, ସିୱାଇ ମ୍ୟୁଟି ଆନନ୍ଦ ପ୍ରା.ଲିଃ.ରେ ୭ଜଣ, ଗ୍ରାଫାଇଟ୍‌ ଇଣ୍ଡିଆ ଲିଃରେ ୧୫ ଜଣ ଓ ନବଗୁରୁକୁଳ କମ୍ପାନୀରେ ୧୬ ଜଣ ରହିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳର କୌଣସି ଶିଳ୍ପାନୁଷ୍ଠାନ ଚଳିତ କିମ୍ବା ଗତ ଆର୍ଥିକ ବର୍ଷରେ ଜଣକୁ ବି ନିଯୁକ୍ତି ଦେଇ ନ ଥିବାରୁ ଛାତ୍ରୀଛାତ୍ର ମହଲରେ ଅସନ୍ତୁଷ୍ଟ ବୃଦ୍ଧି ପାଇଛି। ଏନେଇ ୨୦୨୦ ଫେବୃୟାରୀରେ ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ଶିଳ୍ପ ବିଭାଗ ସଚିବ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ୨୦୧୪ରୁ ୨୦୨୨ ମଧ୍ୟରେ ସରକାରୀ ପଲିଟେକନିକରେ କଳିଙ୍ଗନଗର ଟାଟା ଷ୍ଟିଲ କୌଣସି କ୍ୟାମ୍ପସ କରୁ ନ ଥିବା ଅଭିଯୋଗ କରି ଆଗାମୀ ଦିନରେ ଟାଟା ଷ୍ଟିଲ ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ପ୍ରଯୁକ୍ତି ଓ ଯାନ୍ତ୍ରିକ ବିଦ୍ୟାରେ ଦକ୍ଷତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ କଡ଼ ରଗଡ଼ି ନିକଟରେ ୨୦୧୪ରେ ସରକାରୀ ପଲିଟେକନିକ ପ୍ରତିଷ୍ଠା ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଆଖି ଆଗରେ ରଖି ୧୦ ଏକର ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ତେବେ ଆରମ୍ଭରୁ ଟାଟା ଷ୍ଟିଲ ଏହି ସରକାରୀ କଲେଜର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉନାହିଁ। ଜିଲା ବାହାରର ପ୍ରମୁଖ କେତେକ କମ୍ପାନୀ ଏଠାରେ କ୍ୟାମ୍ପସ ପକାଇ ନିଯୁକ୍ତି ଦେଉଥିଲେ ହେଁ ଟାଟା ଭଳି ବୃହତ୍‌ କମ୍ପାନୀ ଏଥିପ୍ରତି ଆଖିବୁଜି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri