Posted inଜାତୀୟ

ଗର୍ଲଫ୍ରେଣ୍ଡ ଖୋଜିବାରେ ବିଧାୟକଙ୍କ ସାହାଯ୍ୟ ଲୋଡିଲେ ଯୁବକ: ଆଉ ତା’ପରେ

ମୁମ୍ବାଇ,୧୪।୯: ଅଞ୍ଚଳର ସମସ୍ୟା ସମ୍ପର୍କରେ ଲୋକେ ବିଧାୟକ ଏବଂ ଏମ୍‌ପିଙ୍କୁ ଚିଠି ଲେଖିବା ଏକ ସାଧାରଣ କଥା। ଅନେକ ଲୋକ ସୁଖ କିମ୍ବା ଦୁଃଖ ସମୟରେ ମଧ୍ୟ ଅଞ୍ଚଳର ପ୍ରତିନିଧୀଙ୍କୁ ମନେ ପକାନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ଗର୍ଲଫ୍ରେଣ୍ଡ ଖୋଜୁଥିବା ଯୁବକ ରାଗିଯାଇ କଂଗ୍ରେସ ବିଧାୟକ ସୁଭାଷ ଧୋଟେଙ୍କୁ ଏକ ଚିଠି ଲେଖିଥିଲେ। ତେବେ ବିଧାୟକ ଏଭଳି ଚିଠିକୁ ଅନୁଚିତ୍‌ ବୋଲି କହିଛନ୍ତି। ଭୂଷଣ ଜାମୁବନ୍ତ ନାମକ ଜଣେ ଯୁବକ ବିଧାୟକ ସୁଭାଷ ଧୋଟେଙ୍କୁ ମରାଠୀରେ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ସାଥୀ ଖୋଜିବାରେ ବିଫଳତା ପ୍ରକାଶ କରିଛନ୍ତି ଏବଂ ଗର୍ଲଫ୍ରେଣ୍ଡ ଖୋଜିବାରେ ସେ ବିଧାୟକଙ୍କ ସାହାଯ୍ୟ ଲୋଡିଛନ୍ତି। କେବଳ ଏତିକି ନୁହେଁ, ସେ ଚିଠିରେ ମଧ୍ୟ କହିଛନ୍ତି ଯେ, ସଂପୃକ୍ତ ଅଞ୍ଚଳରେ ଅନେକ ଝିଅ ଅଛନ୍ତି, କିନ୍ତୁ କେହି ତାଙ୍କ ଗର୍ଲଫ୍ରେଣ୍ଡ ନୁହଁନ୍ତି। ଏବେ ବିଧାୟକ ଏହି ଯୁବକକୁ ଖୋଜୁଛନ୍ତି।

ଯୁବକ ଜଣକ ଲେଖିଛନ୍ତି, ପୁରା ତହସିଲରେ ଝିଅଙ୍କ ସଂଖ୍ୟା ଅଧିକ, ତଥାପି ମୋର କୌଣସି ଗର୍ଲଫ୍ରେଣ୍ଡ ନାହିଁ। ଏହା ଏକ ଚିନ୍ତାର ବିଷୟ।ଏହି କାରଣରୁ ମୋର ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଇଛି। ମୁଁ ରାଜୁରାଠାରୁ ଗଡଚାନ୍ଦୁରକୁ ଯାଏ-ଆସେ, ତଥାପି ଗୋଟିଏ ବି ଝିଅକୁ ପ୍ରେମ କରିବାରେ ସମର୍ଥ ହୋଇଯାରି ନାହିଁ। ଏହା ବ୍ୟତୀତ ଯୁବକ ଜଣକ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଅସୁନ୍ଦର ଚେହେରା ଥିବା ଲୋକଙ୍କ ଗର୍ଲଫ୍ରେଣ୍ଡକୁ ଦେଖି ସେ ଇର୍ଷା କରନ୍ତି। ଏହା ସହିତ ଯୁବକ ଜଣଙ୍କ ବିଧାୟକଙ୍କୁ ସେହି ଅଞ୍ଚଳର ଝିଅମାନଙ୍କୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି। ବିଧାୟକ ଧୋଟେ କହିଛନ୍ତି ଯେ ସେ ଏଭଳି ଚିଠି ପାଇ ନାହାଁନ୍ତି, କିନ୍ତୁ ହ୍ବାଟସଆପ୍‌ରେ ଏଭଳି ଏକ ଚିଠି ତାଙ୍କ ନିକଟକୁ ଆସିଛି। ସେ କହିଛନ୍ତି ଯେ, ଥରେ ଯୁବକଙ୍କ ସନ୍ଧାନ ମିଳିବା ପରେ ତାଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri