ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ

ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍‌.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଲେ। ଫୋନରେ ଟଙ୍କା ସହ ହତ୍ୟା ଧମକ ପାଇ ପରିବାର ଲୋକ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ। ଏହି କାରବାର ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆୟୋଜିତ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ୍‌।

ସୂଚନାନୁଯାୟୀ, ମଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ। କମ୍‌ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତିମାନେ ମଇଦଲପୁର ଅଞ୍ଚଳକୁ ବାରମ୍ବାର ଆସୁଥିଲେ। ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ। ବାକି ଟଙ୍କା ନିଜ ଗାଁରେ ମୂଲଚାଲ ହେବ କହି ରବୀନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ନେଇ ଯାଇଥିଲେ କିଣିବା ଲୋକ। ସେଠାରେ ଯାଞ୍ଚ ବେଳେ ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ। ୬ ଲକ୍ଷ ଦେଲେ ଛାଡ଼ିବେ ବୋଲି ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ଜଣାଇଥିଲେ ଅପହରଣକାରୀ। ଅନ୍ୟ ପଟେ ରବୀନ୍ଦ୍ର ପୂର୍ବରୁ ନିଖୋଜ ଥିବାରୁ ସ୍ତ୍ରୀ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ। ପରେ ୧/୨୩ରେ ମାମଲା ରୁଜୁ କରିଥିଲା। ପରେ ୬ ଲକ୍ଷ ନେଇ ସ୍ତ୍ରୀ ବନ୍ଦିତାଙ୍କୁ ଫୋନ୍‌ ଆସିବାରୁ ସେ ପୁଣିଠାରେ ମଇଦଲପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୬/୨୩ରେ ମାମଲା ରୁଜୁ କରି ନବରଙ୍ଗପୁର ଏସ୍‌ପି ଏସ୍‌ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ଆଦିତ୍ୟ ସେନ୍‌, ଥାନାଧିକାରୀ ନଟବର ନନ୍ଦ, ଏସ୍‌ଆଇ ଶିବାଜୀ ପଣ୍ଡା ଓ ପୋଲିସ ଟିମ୍‌ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର ବେତୁଲ ଅଞ୍ଚଳର ଚିଛୋଲିରୁ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ତା’ ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଜଣେ ବାବା ବିଦ୍ୟାଶଙ୍କର ଦୁବେଙ୍କୁ ବି ଗିରଫ କରିବାରେ ସଫଳ ହୋଇଥିଲା ମଇଦଲପୁର ପୋଲିସ। ସେହିପରି ରବୀନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ। ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲା ପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରାଯିବ ବୋଲି ପୋଲିସ କହିଛନ୍ତି। ଆୟୋଜିତ ପ୍ରେସ୍‌ମିଟ୍‌ରେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ, ଡି. ଦେବୀ କୁମାର ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ସିଡିପିଓ ଅଫିସ ଘେରିଲେ ମହିଳା

ମୋରଡ଼ା,୨୪ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ ଅନ୍ତର୍ଗତ ଡାକୋଈ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନେଇ ବିବାଦ ଥମୁନି। ଏହି କର୍ମୀ...

ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ

ଭୁବନେଶ୍ୱର, (ବ୍ୟୁରୋ)/ ରାଉରକେଲା ଅଫିସ, ୧୬।୨: ବେସାମରିକ ବିମାନ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶିକା ଉଷା ପାଢ଼ୀ ସୋମବାର ରାଉରକେଲା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏଥିସହ ରାଉରକେଲା...

ହକି ଖେଳିବା ବେଳେ ଚାଲିଗଲା ୨ ଜୀବନ

ସୁନ୍ଦରଗଡ଼,୩।୫(ଡି.ଏନ୍‌.ଏ.): ଖେଳ ହେଲା କାଳ। ହକି ଖେଳିବା ବେଳେ ଚାଲିଗଲା ୨ ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର...

ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ଶନିବାର ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପିଲାଟି କାନ୍ଦୁଥିବା ବେଳେ ଯାତ୍ରୀମାନେ ତାହା...

ଦେଢ଼ କୋଟିରୁ ଊର୍ଦ୍ଧ୍ୱ ହଡ଼ପ: ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗିରଫ

ରଘୁନାଥପୁର,୪।୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୧ କୋଟି ୬୨ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ନେଇ ସେପ୍ଟେମ୍ବର...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି...

ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ...

ଆଜି ରାଜ୍ୟରୁ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୯ା୧(ବ୍ୟୁରୋ): ରବିବାର ରାଜ୍ୟରୁ ୪୭୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୦,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week