ବିଶ୍ୱର ଧନି ବ୍ୟକ୍ତିଙ୍କୁ ଲାଗିଲା ଜବରଦସ୍ତ ଝଟକା

ଓ୍ବାଶିଂଟନ,୧୫।୨: ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ ବାଧା ଦେବା ପାଇଁ ଏକ ପ୍ରୟାସ।
ଟେଲର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି OpenAI ବିକ୍ରୟ ପାଇଁ ନୁହେଁ, ପ୍ରତିଯୋଗିତାକୁ ଭଣ୍ଡୁର କରିବାକୁ ଶ୍ରୀ ମସ୍କଙ୍କ ସର୍ବଶେଷ ପ୍ରୟାସକୁ ବୋର୍ଡ ସର୍ବସମ୍ମତି କ୍ରମେ ପ୍ରତ୍ୟାଖ୍ୟାନ କରିଛ।
ଓପନଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ ତରଫରୁ ଟେଲର କହିଛନ୍ତି ଯେ ଯେକୌଣସି ପ୍ରକାରର ପୁନର୍ଗଠନ OpenAI କୁ ଆହୁରି ମଜବୁତ କରିବ, ଯାହା ଦ୍ୱାରା AGI (ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ) ର ଲାଭ ସମସ୍ତ ମାନବିକତା ପାଖରେ ପହଞ୍ଚିପାରିବ।
ଖବର ଅନୁଯାୟୀ, ଓପନଏଆଇ ମସ୍କଙ୍କ ଓକିଲଙ୍କୁ ଏକ ଚିଠି ପଠାଇ କହିଛି ଯେ ଏହି ପ୍ରସ୍ତାବ ତାଙ୍କ ସଂଗଠନର ଉଦ୍ଦେଶ୍ୟ ସହ ମେଳ ଖାଉ ନାହିଁ।
ଏହାପୂର୍ବରୁ, ମସ୍କର AI କମ୍ପାନୀ XAI ଏବଂ କିଛି ନିବେଶକ ମିଳିତ ଭାବରେ ୯୭.୪ବିଲିୟନ ଡଲାରରେ ଓପନଏଆଇର ଅଣ-ଲାଭ ସଂଗଠନ କିଣିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଓପନଏଆଇ ବୋର୍ଡ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ଓପନଏଆଇ ଓକିଲ ଆଣ୍ଡି ନସବାମ କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ ଅଣ-ଲାଭ ବ୍ୟବସାୟ ପାଇଁ ଉଚିତ ମୂଲ୍ୟ ସ୍ଥିର କରେ ନାହିଁ ଏବଂ ସଂଗଠନ ବିକ୍ରୟ ପାଇଁ ଉପଲବ୍ଧ ନୁହେଁ।
ସୂଚନାଯୋଗ୍ୟ ଯେ ମସ୍କ ଓପନଏଆଇର ସହ-ପ୍ରତିଷ୍ଠାତା ରହିଆସିଛି, କିନ୍ତୁ ବର୍ତ୍ତମାନ ସେ ଓପନଏଆଇ ଏବଂ ସାମ ଆଲଟମ୍ୟାନଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ମସ୍କ ଅଭିଯୋଗ କରିଛନ୍ତି ଯେ ଓପନଏଆଇ ପ୍ରତିଯୋଗିତା ତଥା ଠକେଇକୁ ଦମନ କରିବା ଭଳି କାର୍ଯ୍ୟରେ ନିୟୋଜିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?