କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁଙ୍କ ଘର ବାଡ଼ିରେ ଥିବା କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗ୍ରାମର ଦିବାକର ସାହୁ। ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ ପଙ୍କ ଉଦ୍ଧାର ନିମନ୍ତେ ଦିବାକର କୂଅ ଭିତରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ତାଙ୍କ ସ୍ବର ଶବ୍ଦ ନ ଶୁଭିବାରୁ ଅନ୍ୟ ୨ ଜଣ ଦୁର୍ଗା ରାଉତ ଏବଂ ସୁରେଶ ସ୍ବାଇଁ କୂଅ ଭିତରକୁ ଯାଇଥିଲେ। ଦିବାକର କୂଅ ଭିତରେ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ଦିବାକରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୬/୨୪ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା...

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ...

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri