ମହିଳାଙ୍କ ଜମି ହଡ଼ପ କରିଛି ଠିକା ସଂସ୍ଥା

ଚଣ୍ଡିଖୋଲ,୧୧ା୭(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ନିଆଳିଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଅବଧି ଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଠିକା କମ୍ପାନୀ ବିଳମ୍ବ କରିଛି, ଯଦ୍ଦ୍ବାରା ଶେଷ ପର୍ଯ୍ୟାୟରେ ଠିକା କମ୍ପାନୀର ଜମି ହଡ଼ପ ଓ ଦାଦାଗିରି ଭଳି କାର୍ଯ୍ୟର ଗୁମର ଖୋଲୁଛି। ପ୍ରକଳ୍ପର ପାଇପ ଲାଇନ୍‌ ଗୁରୁବାର ନିଆଳି ଗ୍ରାମର ଚାଷୀ ନେତା ଶିଶିର କୁମାର ସାମଲଙ୍କ ଘରବାରି ସମ୍ପତ୍ତି ମଧ୍ୟଦେଇ ନିଆଯାଉଥିବାବେଳେ ଏହାକୁ ସେ ବିରୋଧ କରିଥିଲେ। ଫଳରେ ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ବାଲିଚନ୍ଦ୍ରପୁର ଥାନାରେ ତାଙ୍କ ନାମରେ ଏତଲା ଦେଇଥିଲେ। ପରେ ଦର୍ପଣ ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଶେଷରେ ଶନିବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ଜଣେ ମହିଳାଙ୍କ ଜମି ହଡ଼ପ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଛି। ହେଲେ ତାଙ୍କୁ କୌଣସି କ୍ଷତିପୂରଣ ମିଳି ପାରିନାହିଁ। ଏସବୁକୁ ନେଇ ନବନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି।
ନିଆଳି ମୌଜାର ଖାତା ନଂ.୭୯୧ ପ୍ଲଟ ନଂ.୨୫୫୯ର ୧୩ ଡିସିମିଲ ଜମିକୁ କମ୍ପାନୀ କର୍ତ୍ତୃପକ୍ଷ ୨୦୧୭ ମାର୍ଚ୍ଚ ୩ରେ କିଣିଥିଲେ। ଏହି ଜମିରେ ପ୍ରକଳ୍ପ ଆରମ୍ଭ କରିବା କଥା। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଚଞ୍ଚକତା କରି ଏହାର ପାର୍ଶ୍ୱରେ ଥିବା ଖାତା ନଂ.୫୧୬ ଓ ପ୍ଲଟ ନଂ. ୨୫୬୦ରେ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଉକ୍ତ ଜମି ନିଆଳି ଗ୍ରାମର ବିଧବା ମହିଳା କବିତା ସାମଲଙ୍କ ନାମରେ ଅଛି। ଏହା ୧୪ ଡିସିମିଲ ହୋଇଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ କୌଣସି କ୍ଷତିପୂରଣ ନ ଦେଇ ଜୋର ଜବରଦସ୍ତ ଜମି ହାତେଇଛନ୍ତି। ଏହାକୁ ନେଇ କବିତା ତତ୍କାଳୀନ ତହସିଲଦାର, ଜିଲାପାଳ ଓ ବାଲିଚନ୍ଦ୍ରପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ। କବିତାଙ୍କ ଗୋଟିଏ ପୁଅ ଥିବାବେଳେ ସେ ସୁରଟରେ ରହୁଛନ୍ତି। ୨୦୨୦ରେ ସେ ଆସି ପ୍ରତିବାଦ କରିବାବେଳେ ତାଙ୍କୁ ଧମକ ଚମକ ମିଳିଥିଲା। ତେଣୁ ସେ ଚୁପ୍‌ ରିହଥିଲେ। ଏବେ ଘଟଣା ଜଣାପଡ଼ିବା ପରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ପ୍ରତିବାଦ ଜୋରଦାର କରାଯିବ ବୋଲି ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ଚରଣ ରାୟ କହିଛନ୍ତି। ତାଙ୍କ କହିବା ଅନୁସାରେ, ଶିଶିରଙ୍କୁ କ୍ଷତିପୂରଣ ନ ଦେଇ କମ୍ପାନୀ କର୍ତ୍ତୃପକ୍ଷ କାମ କରିବାରୁ ସେ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଜଣେ ବିଧବାଙ୍କ ଜମିକୁ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଦଖଲ କରି ପ୍ରକଳ୍ପ ନିର୍ମାଣ କରୁଛନ୍ତି। ତେଣୁ ଏସବୁକୁ ନେଇ ଆଗାମୀ ଦିନରେ କମ୍ପାନୀ ବିରୋଧରେ ସଂଗଠନ ଜୋରଦାର ଆନ୍ଦୋଳନ କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉଠା ଜଳସେଚନ ନିଗମର ସହକାରୀ ନିର୍ବାହୀ ଯନ୍ତ୍ରୀ ଶଶାଙ୍କ ଶେଖର ଦଳବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପ ନିର୍ମାଣ ସ୍ଥଳ ଭୁଲ୍‌ ବଶତଃ ଅନ୍ୟ ସ୍ଥାନରେ ହୋଇଛି। ଜମି ଚିହ୍ନଟ ବେଳେ ଏଭଳି ତ୍ରୁଟି ହୋଇଛି। ତେଣୁ ଆମେ ଏହାର ସମାଧାନ କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?