ବୃଦ୍ଧଙ୍କ ଆକାଉଣ୍ଟରେ ଥିଲା ମହିଳାଙ୍କ ନାଁ , ପେନସନ୍‌ରୁ ବଞ୍ଚିତ ବୃଦ୍ଧ

ନିରାକାରପୁର,୨୨।୮(ମାନସ ଚନ୍ଦ୍ର ପଟ୍ଟନାୟକ)ଏବେ ଗାଁ ଗହଳିରେ ବିନା ତାଲିମ ପ୍ରାପ୍ତ ଏବଂ କମ୍ପୁଟରରେ କିଛି ଧାରଣା ନ ଥିବା କିଛି ବ୍ୟକ୍ତି ଗୋଟେ ଗୋଟେ କମ୍ପୁଟର ରଖି ସେଠାରେ ଅନ୍‌ଲାଇନ୍‌ ସେବା ଗୁଡିକ ଯୋଗାଇ ଦେବା ପାଇଁ ପ୍ରୟାସ କରି ଗାଁ ଗହଳିରେ ଥିବା ନିରିହ ଲୋକଙ୍କୁ ଶୋଷଣ କରି ଲୁଟିବାରେ ଲାଗିପଡିଛନ୍ତି ା ନିରିହ ଲୋକମାନେ କିଛି ନ ଜାଣି ବିନା ମନି ରସିଦରେ କୌଣସି ପ୍ରମାଣ ପତ୍ର ନ ଆଣି ଶହ ଶହ ଟଙ୍କା ଗଣିଦେଉଛନ୍ତି ା ଏବଂ ପରେ ଅନ୍‌ଲାଇନ୍‌ରେ କୈାଣସି ଯୋଜନାରେ ଆବେଦନ କଲାବେଳେ ନାଁ ଜଣଙ୍କର ହୋଇଥିବା ବେଳେ ଆକାଉଣ୍ଟ ଆଉଜଣଙ୍କର ବାହାରୁଛି ଯାହା ଫଳରେ ସେଇ ନିରିହ ଲୋକଟି ଆବେଦନ କରୁଛି ବ୍ଲକ ଠାରୁ ପଞ୍ଚାୟତକୁ ଧାଇଁ ଧାଇଁ ନୟାନ୍ତ ହେଇ ବିଭିନ୍ନ ଯୋଜନା ସମେତ ବାର୍ଦ୍ଧକ୍ୟ ଭତାରୁ ବାଦ ପଡୁଛି।

ଏଭଳି ଏକ ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଲେଣ୍ଡୋ ପଞ୍ଚାୟତରେ ଦେଖିବାକୁ ମିଳିଛି ା ଜଣେ ୭୨ବର୍ଷିୟ ବୃଦ୍ଧ ମଧୁବାବୁ ପେନସନ ଯୋଜନା ପାଇଁ ୨୦୨୦ମସିହାରୁ ଆବେଦନ କରିଆସୁଥିଲେ ମଧ୍ୟ ଏହା ଭୁଲ ଆବେଦନ ଦର୍ଶାଇ ବାରମ୍ବାର ରିଜେକ୍ଟ ହୋଇଯାଉଥିଲେ ା ତେବେ ସେ ମଙ୍ଗଳବାର ଦିନ ସଂଧ୍ୟାରେ ନିରାକାରପୁର ପଞ୍ଚାୟତରେ ଥିବା ମୋ ସେବା କେନ୍ଦ୍ରକୁ ଯାଇ ଦେଖାଇବା ପରେ ତାଙ୍କର ଆକାଉଣ୍ଟରେ ଜଣେ ମହିଳାଙ୍କ ନାଁ ରହିଥିବା ଦେଖିବାକୁ ମିଳିଥିଲା ା ତେବେ ଜଣେ ବ୍ୟକ୍ତିଙ୍କ ଅନ ଲାଇନ ସେଣ୍ଟରରୁ ସେ ଏହି ଆବେଦନ କରିଥିଲେ ବୋଲି ଜଣାପଡିଛି। ସେ ପୁଣି କହି ନୂତନ ଭାବରେ ଆବେଦନ କରିଛନ୍ତି ା ତେବେ ଏହି ସବୁ ସେଣ୍ଟର ଉପରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଖୋଳତାଡ ହେଉ ନ ଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବା ଦେଖିବା ମିଳୁଛି। ଏହା ଉପରେ ତଦନ୍ତ ନ କଲେ ଅନେକେ ଏହାର ଶିକାର ହେବେ ବୋଲି ବୃଦ୍ଧିଜୀବୀ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ ପୋଷ୍ଟ ଶେୟାର କରି କ’ଣ ଲେଖିଲେ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ…

୧୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର…

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩…

ଚୋରି ହୋଇଥିବା ଘରୁ ପୁଣି ଚୋରି

କେସିଙ୍ଗା,୧୦।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ମୁହାଣ ଥିବା ସୁବାଷ ଅଗ୍ରୱାଲଙ୍କ ଘରୁ ଗତ ଦୁଇ ବର୍ଷ ତଳେ ପ୍ରାୟ ଲକ୍ଷ୍ୟାଧିକ ଟଙ୍କା ସୁନା…

କାମ କରୁନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ଦାବି

କେସିଙ୍ଗା ତା ୧୦।୮,( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶିରୋଲ ଗ୍ରାମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ…

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri