ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ଏଥିସହ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଫାଟକରେ ତାଲା ପକାଇ ଘେରାଉ କରିଥିଲେ। ଏହାକୁ ନେଇ ସରପଞ୍ଚ ଓ ମହିଳା ମହାସଂଘ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ମହିଳା ମହାସଂଘ ସଦସ୍ୟାଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତସ୍ତରରେ ସଭାସମିତି ଓ ଆଲୋଚନା କରିବା ନିମନ୍ତେ ଏକ ଗୃହର ଆବଶ୍ୟକତା ଥିଲା ା ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହରେ ମିଟିଙ୍ଗ କରନ୍ତି ା ମାତ୍ର ନବନିର୍ବାଚିତ ସରପଞ୍ଚ ଶ୍ରୀନିବାସ ସ୍ବାଇଁ ସେମାନଙ୍କୁ ଉକ୍ତ ଘରେ ବସିବାକୁ ଅନୁମତି ନ ଦେଇ ପଞ୍ଚାୟତ କାର୍ଯ୍ୟାଳୟର ଅନ୍ୟ ଏକ କୋଠରୀରେ ବସିବା ପାଇଁ କହିଥିଲେ। ଏଥିସହ ଉକ୍ତ କୋଠରୀରେ ତାଲା ପକାଇ ଦେଇଥିଲେ ା ମାତ୍ର ମହିଳାମାନେ ରାଜୀବଗାନ୍ଧି ସେବା କେନ୍ଦ୍ର ଗୃହରେ ବସିବା ପାଇଁ ଜିଦ୍‌ ଧରି ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସରପଞ୍ଚ ସ୍ବାଇଁ କହିଛନ୍ତି, ରାଜୀବଗାନ୍ଧି ସେବା କେନ୍ଦ୍ର ଗୃହ ମରାମତି ହେବ। ତେଣୁ ମହିଳାମାନଙ୍କୁ ଅନ୍ୟ ଏକ ଘରେ ବସିବାକୁ କୁହାଯାଇଥିଲା। ମାତ୍ର ଏଥିରେ ସେମାନେ ରାଜି ହେଉ ନାହାନ୍ତି। ଏ ସମ୍ପର୍କରେ ବିଡିଓଙ୍କୁ ଜଣାଯାଇଥିଲା। ଏହାପରେ ବିଡିଓ ଏବଂ ଓଏଲ୍‌ଏମ୍‌ଙ୍କ ପକ୍ଷରୁ ମହାସଂଘକୁ ଚିଠି କରାଯାଇଥିଲା। ମାତ୍ର ଏହାକୁ ମହାସଂଘର ସଦସ୍ୟାମାନେ କର୍ଣ୍ଣପାତ କରୁ ନ ଥିଲେ। ଏନେଇ ବାଧ୍ୟ ହୋଇ ସେଠାରେ ତାଲା ପକଯାଇଛି। ଏହି ଘଟଣା ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି ା ସେ ଯାହା ପଦକ୍ଷପ ନେବେ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି ସରପଞ୍ଚ ସ୍ବାଇଁ କହିଛନ୍ତି। ମହାସଂଘର ସଭାପତି ମଞ୍ଜୁଲତା ରାଉତ ଏହାର ନେତୃତ୍ୱ ନେଇଥିଲେ। ଏହି ଧାରଣାରେ ପଞ୍ଚାୟତ ମହାସଂଘର ସଭାପତି ମଞ୍ଜୁଲତା ରାଉତ, ତ୍ରୀବେଣୀ ସାମଲ, ପ୍ରବିଣା ପରିଡା ଓ ରାଣୀ ସାମଲ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?