Posted inଜାତୀୟ

ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ହାଇଦ୍ରାବାଦ,୨୫।୫: ଆନ୍ଧ୍ରପ୍ରଦେଶର ନବଗଠିତ ଜିଲା କୋନାସୀମା ନଁା ବଦଳାଇ ଏହାକୁ ବି.ଆର୍‌. ଆମ୍ବେଡ୍‌କର କୋନାସୀମା କରିବା ପ୍ରସ୍ତାବ ବିରୋଧରେ ଆନ୍ଦୋଳନ ମଙ୍ଗଳବାର ହିଂସାତ୍ମକ ରୂପ ନେଇଛି। ଅମଲାପୁରମ୍‌ ସହରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାଜ୍ୟ ପରିବହନ ମନ୍ତ୍ରୀ ପି. ବିଶ୍ୱରୂପଙ୍କ ଘରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଛନ୍ତି। ପୋଲିସ ମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିରାପଦ ସ୍ଥାନକୁ ନେଇଯାଇଛି। ଆନ୍ଦୋଳନକାରୀମାନେ ପୋଲିସ ଭ୍ୟାନ୍‌ ଏବଂ ଏକ ସ୍କୁଲ୍‌ ବସ୍‌କୁ ଜାଳିଦେଇଛନ୍ତି। ସେମାନଙ୍କ ଢେଲାମାଡ଼ରେ ୨୦ ଜଣ ପୋଲିସ ଆହତ ହୋଇଛନ୍ତି। ଜିଲା ସହ ବି.ଆର୍‌. ଆମ୍ବେଡ୍‌କରଙ୍କ ନାଁ ଯୋଡ଼ାଯିବା ଘଟଣାରେ ଗର୍ବ ଅନୁଭବ କରିବା କଥା। ଏହା ବଦଳରେ ଅସାମାଜିକ ତତ୍ତ୍ୱମାନେ ହିଂସା ଘଟାଉଛନ୍ତି ବୋଲି ରାଜ୍ୟ ଗୃହମନ୍ତ୍ରୀ ତନେତି ବନିଥା କହିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ ପରେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୪ରେ ପୂର୍ବ ଗୋଦାବରୀ ଜିଲାରୁ ଅଲଗା ହୋଇ କୋନାସୀମା ନୂଆ ଜିଲା ଗଠନ ହୋଇଥିଲା। ଉକ୍ତ ଜିଲାକୁ ବି.ଆର୍‌. ଆମ୍ବେଡ୍‌କର କୋନାସୀମା ଜିଲା ଭାବେ ନାମିତ କରିବାକୁ ଗତ ସପ୍ତାହରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ କାହାର ଯଦି ଆପତ୍ତି ଥାଏ ତେବେ ଜଣାଇବାକୁ କୁହାଯାଇଥିଲା। କୋନାସୀମା ସାଧନା ସମିତି ଏହାକୁ ବିରୋଧ କରିଥିଲା। ମଙ୍ଗଳବାର ସମିତି ପକ୍ଷରୁ ବିକ୍ଷୋଭ କରାଯିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଉଥିବାବେଳେ ପୋଲିସ ଅଟକାଇବାରୁ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା

ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍‌ଜିଦ୍‌ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର...

ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌....

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୭୪ କି.ମି. ନିର୍ମାଣ ବାକି

ନୂଆଦିଲ୍ଲୀ,୮।୧୨: ୨୮୯ କି.ମି. ବିିଶିଷ୍ଠ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୫ କି.ମି. ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୭୪ କି.ମି. ନିର୍ମାଣ...

କୋଇଲା ଅଭାବ ପାଇଁ ମୌସୁମୀ ଦାୟୀ

ଛାତ୍ରା(ଝାଡ଼ଖଣ୍ଡ),୧୪।୧୦: ଦେଶରେ କୋଇଲା ଅଭାବ କାରଣରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବହୁ ସଂଖ୍ୟାରେ ପାଓ୍ବର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ଦେଶରେ ଦେଖା...

ଅଦାଲତ ଭିତ୍ତିଭୂମି ପାଇଁ ପାଣ୍ଠି ଅଟକାଇଛି କେନ୍ଦ୍ର

ନୂଆଦିଲ୍ଲୀ,୭।୯: କେନ୍ଦ୍ର ସରକାର ଗତ ୨ ବର୍ଷ ହେଲା ଓଡ଼ିଶାର ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର...

ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ

ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ...

ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ

ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର...

Advertisement
Archives

Model This Week