Posted inଖେଳ

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି ମାରୱା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ନୀତୀଶ ରାଣାଙ୍କୁ ପିଠିରେ ଉଠାଇ ଏକ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ୨୦୧୫ରେ ନୀତୀଶ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ମୁମ୍ବାଇ ତାଙ୍କୁ ୧୦ ଲକ୍ଷରେ କିଣିଥିଲା। ମୁମ୍ବାଇ ଦଳରେ ସେ ୩ ବର୍ଷ ରହିଲେ। ୨୦୧୭ରେ ମୁମ୍ବାଇକୁ ବିଜେତା କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୩ଟି ମ୍ୟାଚରେ ୩୩୩ ରନ ସ୍କୋର କରିଥିଲେ, ତାଙ୍କର ଷ୍ଟ୍ରାଇକ ହାର ୧୨୬ ଥିଲା। ନୀତୀଶଙ୍କୁ ୨୯୧୮ରେ ୩.୪ କୋଟିରେ କେକେଆର କିଣିଥିଲା ଏବଂ ସେବେଠାରୁ ସେ ଏହି ଦଳର ଏକ ଅଂଶ ଅଟନ୍ତି। ନୀତୀଶ ରାଣା ଦିଲ୍ଲୀର ବାସିନ୍ଦା। ସେ ୨୦୧୮ରେ ସାଚ୍ଚି ମାରୱାଙ୍କୁ ବିବାହ କରିଥିଲେ। ସାଚ୍ଚି ଜଣେ ଆର୍କିଟେକ୍‌ ଭାବରେ କାମ କରନ୍ତି।
ଆଇପିଏଲ ୨୦୨୧ ସ୍ଥଗିତ ହେବା ପୂର୍ବରୁ ନୀତୀଶ ଭଲ ଇନିଂସ ଖେଳିଥିଲେ। ସେ ସାତୋଟି ମ୍ୟାଚରେ ୨୦୧ ରନ ସ୍କୋର କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ଏବଂ ଟି -୨୦ ସିରିଜରେ ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିପାରିବ ନାହିଁ ଇଂଲଣ୍ଡ’

ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି।...

ମଣ୍ଟ୍ରେଲ ମାଷ୍ଟର୍ସ: ନାଡାଲ, ଥିଏମ୍‌ଙ୍କ ଅଗ୍ରଣୀ

ମଣ୍ଟ୍ରେଲ, ୮।୮ (ଏଏଫ୍‌ପି)- କାନାଡାରେ ଚାଲିଥିବା ଏଟିପି ମଣ୍ଟ୍ରେଲ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାରେ ସ୍ପାନିଶ ତାରକା ରାଫାଲ ନାଡାଲ ଓ ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ୩ୟ...

କେକେଆର୍‌ ପାଇଁ ଖୁସି ଖବର

ଶାରଜା,୮।୧୦: ପ୍ଲେ-ଅପ୍‌ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର...

ଭାରତ ଉପରୁ ଉଠିଲା ବାସନ୍ଦାଦେଶ

କୋଲକାତା,୨୩।୧- ବିଶ୍ୱ ଆର୍ଚେରି ଗୁରୁବାର ସର୍ତ୍ତମୂଳକ ଭାବେ ଭାରତ ଉପରକୁ ବାସନ୍ଦାଦେଶ ଉଠାଇ ଦେଇଛି। ଜାତୀୟ ଫେଡେରେଶନର ନିର୍ବାଚନ ଶେଷ ହେବାର ଗୋଟିଏ ସପ୍ତାହ ପରେ...

୨ ମାସ ମଧ୍ୟରେ ଦ୍ୱିତୀୟଥର ଦ୍ୱିଶତକ ହାସଲ କଲେ ଏହି ମହାନ କ୍ରିକେଟରଙ୍କ ପୁଅ, ବୋଲିଂରେ ବି କଲେ କମାଲ

ଭାରତୀୟ କ୍ରିକେଟର ଦ ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ରାହୁଲ ଦ୍ରାବିଡଙ୍କ ପୁଅ ସମିତ ମଧ୍ୟ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।...

ଅଧିନାୟକ ହେବାରେ ଧୋନୀଙ୍କୁ ଶ୍ରେୟ ଦେଲେ କୋହଲି

ନୂଆଦିଲ୍ଲୀ, ୩୧।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି କ୍ରିକେଟ ସୁପରଷ୍ଟାର ବିରାଟ କୋହଲି। ଭାରତୀୟ ଦଳର ଅଧିନାୟକ ହେବା ପଛରେ ଧୋନୀଙ୍କ...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର

ପ୍ୟାରିସ,୩।୬: ଫ୍ରେଞ୍ଚ୍‌ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍‌, ୧୫ତମ ସିଡ୍‌ ଖେଳାଳି ନରଓ୍ବେର...

ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ...

Advertisement
Archives

Model This Week