ଗାଧୋଇବାକୁ ଯାଇ କେନାଲରେ ବୁଡ଼ିଗଲେ ମହିଳା

ମୋରଡ଼ା,୩୦ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ କୋହି ପଞ୍ଚାୟତର ପ୍ରତାପଚନ୍ଦ୍ରପୁର ନିକଟ ସୁବର୍ଣ୍ଣରେଖା କେନାଲ ପାଣିରୁ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ।

ସୂଚନାନୁଯାୟୀ, ଆଜି ଅପରାହ୍ନରେ ଉକ୍ତ କେନାଲ ପାଣି ଭିତରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିଥିଲେ।

ମୃତକ ଜଣକ ହେଲେ ଶୁଳିଆପଦା ଥାନା ଅଧୀନ ଢେଙ୍କିନେଞ୍ଜିଆ ଅଞ୍ଚଳ ପର୍ବତସାହି ଗ୍ରାମର ବୁଦ୍ଧିରାମ ହାଁସଦାଙ୍କ ସ୍ତ୍ରୀ କାନ୍ଦ୍ରୀ(୫୦)। ଆଜି ମଧ୍ୟାହ୍ନରେ ଢେଙ୍କିନେଞ୍ଜିଆ ନିକଟସ୍ଥ ସୁବର୍ଣ୍ଣରେଖା କେନାଲକୁ ସେ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ତେବେ କାନ୍ଦ୍ରୀ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ପ୍ରତାପଚନ୍ଦ୍ରପୁର କେନାଲରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଏହା କାନ୍ଦ୍ରୀ ବୋଲି ଚିହ୍ନିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?