Advertisement

ମହିଳାଙ୍କ ଗଳିତ ମୃତଦେହ ଜବତ: ବଡ଼ଭାଇ ଆଣିଲେ ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବୁଡ଼ାଙ୍ଗପିପିଲି ଜଙ୍ଗଲରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ବଡ଼ଭାଇ ସନାତନ ପ୍ରଧାନ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ହତ୍ୟା ମାମଲା (୧୮୩/୨୨)ରୁଜୁ କରି ଘଟଣାକୁ ଗୁରୁତର ସହ ନେଇଛି। ପୂର୍ବରୁ ମହିଳାଙ୍କ ସ୍ବାମୀ ପ୍ରକାଶ ପ୍ରଧାନ ତାଙ୍କ ସ୍ତ୍ରୀ ନିରୁଦ୍ଦିଷ୍ଟ ହୋଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିବା ବେଳେ ଖୋଦ୍‌ ସେ ହିଁ ତାଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନଙ୍କୁ ହତ୍ୟା କରିଥିବା ସୁମିତ୍ରାଙ୍କ ଭାଇ ଲିଖିତ ଅଭିଯୋଗ କରିଛନ୍ତି। କୁଆଡ଼େ ପ୍ରକାଶ ସୁମିତ୍ରାଙ୍କୁ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରିବା ସହ ମଦ ପିଇ ସଦାବେଳେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରକାଶଙ୍କୁ ପଚରାଉଚରା ଚଳାଇଥିବା ଆଇଆଇଆସି କୌଶିକ ମାଝି କହିଛନ୍ତି। ସେହିପରି ଶନିବାର ଜଙ୍ଗଲରୁ ମୃତଦେହ ଜବତ କରାଯାଇ ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇଆସି କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ଯାଞ୍ଚକୁ ନେଇ ସୁମିତ୍ରାଙ୍କ ମୃତ୍ୟୁ ରହସ୍ୟ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଶିକାରୀ ଅଟକ, ୨ ବନ୍ଧୁକ ଜବତ

ଝରିଗାଁ,୧୪ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭଇରାଘୁମର ଜଙ୍ଗଲକୁ ଚଢ଼େଇ ଶିକାର କରିବା ନେଇ ଆସିଥିବା କୁହୁଡି ଗ୍ରାମର ୪ ଜଣଙ୍କୁ...

ନୀଳାଚଳକୁ ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୧୯।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ...

ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି

ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ...

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ...

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ...

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ମୁନିଗୁଡା,୨୯।୧୦(ଡି.ଏନ୍‌.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି...

କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ...

ବାଲନ୍ଦାପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୯ା୮- କନ୍ଧମାଳ ଜିଲା ଗୋଛାପଡା ଥାନା ବାଲନ୍ଦାପଡା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ...

Advertisement
Archives

Model This Week