ଅନାହାରରେ ଆଖି ବୁଜିଲେ ମହିଳା

ନିଶ୍ଚିନ୍ତକୋଇଲି, ୨୮।୯(ଅଶୋକ କୁମାର ମହାପାତ୍ର):ଅନାହାରରେ ଜଣେ ବିଧବା ମହିଳା ଆଖିବୁଜିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ମୁକୁନ୍ଦପୁର ଗଁାରେ ଶୁକ୍ରବାର ଘଟିଛି ଏହି ଅକାଳ ମୃତ୍ୟୁ। ମୃତକ ହେଲେ ଜଗତ୍‌ସିଂହପୁର ଜିଲାର ସ୍ବର୍ଗତ ଅଶୋକ କୁମାର ନାୟକଙ୍କ ସ୍ତ୍ରୀ ଆରତୀ ନାୟକ(୪୨)। ଆରତୀ ଓ ତାଙ୍କ ଝିଅ ଅନାହାର ଓ ରୋଗରେ ଶଢ଼ୁଥିବା ନେଇ ଏକ ଖବର ଗତ ୧୬ ତାରିଖରେ ଅର୍ଥାତ୍‌ ୧୧ ଦିନ ତଳେ ଧରିତ୍ରୀରେ ପ୍ରକାଶ ପାଇଥିଲା। ତଥାପି ପ୍ରଶାସନ ଚେତିପାରିଲା ନାହିଁ। ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ଅନାହାର ଆଦି ଦୁର୍ଦ୍ଦଶା ଯେଭଳି ଗରିବ ଓ ଅସହାୟମାନେ ନ ଭୋଗିବେ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଅନେକ ଅସହାୟଙ୍କ ପାଖରେ ସେହି ସବୁ ଯୋଜନାର ସୁଫଳ ପହଞ୍ଚତ୍ପାରୁନାହିଁ। ସରକାର ଓ ଅସହାୟଙ୍କ ମଧ୍ୟରେ ସେତୁ ସାଜିଥିବା ପ୍ରଶାସନ ଯୋଜନାର ସଫଳ କାର୍ଯ୍ୟକାରିତାରେ ଆନ୍ତରିକତା ଦେଖାଉନାହିଁ। ଫଳରେ ଭୋକ ଓ ରୋଗରେ ଲୋକଙ୍କ ଜୀବନ ଚାଲିଯାଉଛି।
ଭୋକ ଉପାସରେ ଆରତୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷୀୟା ଝିଅ ବେସାହାରା ହୋଇଯାଇଛନ୍ତି। ମୃତଦେହ ୨୪ ଘଣ୍ଟା ହେବ ଘରେ ପଡ଼ିରହିଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ନ ଆସିବାରୁ ଖବରପାଇ ମାହାଙ୍ଗା ଭାଜପା ନେତା ସୁମନ୍ତ ଘଡେଇ ଘଟଣାସ୍ଥଳରେ ପହଞ୍ଚତ୍ କଟକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ବେଳେ ବିଡିଓ ବିରଞ୍ଚତ୍ ନାରାୟଣ ମଲ୍ଲିକ, ତହସିଲଦାର ଅନିତା ନାୟକ, ଆଇଆଇସି ଯୁଗଳକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଲୋକେ ବିଡିଓଙ୍କୁ ଘେରାବନ୍ଦୀ କରି କାହିଁକି ଆରତୀଙ୍କୁ ଠିକ୍‌ ସମୟରେ ପ୍ରଶାସନିକ ସହାୟତା ମିଳିଲାନି ବୋଲି ପ୍ରଶ୍ନ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିତ୍ବାବେଳେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମୁକୁନ୍ଦପୁର ଗ୍ରାମରେ ଦୀର୍ଘବର୍ଷ ହେବ ଅଶୋକ ଓ ୨ ନାବାଳିକା କନ୍ୟାଙ୍କ ସହ ଆରତୀ ରହି ଆସୁଥିଲେ। ଅଶୋକ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ପ୍ରାୟ ୪ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ଜମିବାଡ଼ି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଥିଲେ। ଏଭଳିସ୍ଥିତିରେ ତାଙ୍କର ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହେବା ଯୋଗୁ ପ୍ରଶାସନ ତରଫରୁ ତାଙ୍କୁ ବସୁନ୍ଧରାରେ ଥଇଥାନ କରାଯାଇଥିଲା। ନିକଟରେ ସମ୍ପୃକ୍ତା ନାବାଳିକା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅପରପକ୍ଷେ ଆରତୀ ଓ ସାନ ଝିଅ ଗ୍ରାମରେ ଜଣକ ଘରେ ଭଡ଼ାସୂତ୍ରରେ ରହି ଆସୁଥିଲେ। ତେବେ ଆର୍ଥତ୍କ ଅନଟନ ଯୋଗୁ ମା’ଝିଅ ପେଟକୁ ଦାନା ଓ ଦେହକୁ ଖଣ୍ଡେ କନା ଠିକ୍‌ ଭାବେ ପାଇପାରୁ ନ ଥିଲେ। ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ବିଧବା ଭତ୍ତା ଓ ୩ ଜଣଙ୍କ ନିମନ୍ତେ ମାଗଣା ଚାଉଳ ଯୋଗାଇ ଦିଆଯାଇଥିଲା। ସେତିକିରେ ଗୁଜୁରାଣ ମେଣ୍ଟୁ ନ ଥିଲେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ। ତେବେ ବଡ଼ ଝିଅର ବିଚ୍ଛେଦ ଚିନ୍ତାରେ ଆରତୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ କୌଣସି ମତେ ସାନଝିଅକୁ ବଞ୍ଚାଇ ରଖିଥିଲେ। ଗତ କିଛି ଦିନ ହେବ ଆରତୀ ଏକ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଥିଲେ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା। ଏପରିକି ତାଙ୍କ ଖାଦ୍ୟ ପାନୀୟ ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେ ଘରେ ଉଠିବସି ପାରୁ ନ ଥିଲେ। ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ସାନ ଝିଅ ଏବିଷୟରେ ଜାଣି ନ ପାରି ମା’ଶୋଇଛି, ଡାକିଲେ ଉଠୁନାହିଁ ବୋଲି ଗଁା ଲୋକଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘରକୁ ଯାଇ ଦେଖିଲା ପରେ ଆରତୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିଥିଲା। ତାଙ୍କ ଦେହରେ ପିମ୍ପୁଡି ଧାର ଲାଗିଥିତ୍ବା ବେଳେ ଘରୁ ପଚାଗନ୍ଧ ମଧ୍ୟ ବାହାରୁ ଥିଲା। ଏନେଇ ସ୍ଥାନୀୟ ସରପଞ୍ଚ ଜୟଦେବ ରାଉତ, ୱାର୍ଡସଭ୍ୟ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସରପଞ୍ଚ ରାଉତ ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓ ଏବଂ ସିଡିପିଓ ଓ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିବା ତ ଦୂରର କଥା ଏହା ଉପରେ କୌଣସି ପଦକ୍ଷେପ ମଧ୍ୟ ନେଇ ନ ଥିଲେ। ରିପୋର୍ଟ ଲେଖାହେଲାବେଳକୁ ଘରେ ମୃତଦେହ ପଡ଼ିରହିଥିଲା। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନ ଅଧିକାରୀ ସେଠାରେ ପହଞ୍ଚତ୍ଛନ୍ତି।

ଶନିବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମୃତଦେହ ଉଠି ନ ଥିବାରୁ ସ୍ଥାନୀୟ ରାଧାକାନ୍ତ ଜୀଉଙ୍କ ନୀତିକାନ୍ତି ବନ୍ଦ ରହିଛି। ଅପରପକ୍ଷେ ବସୁନ୍ଧରାରେ ଥିବା ଆରତୀଙ୍କ ବଡ଼ ଝିଅ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ସରପଞ୍ଚ ସାନଝିଅକୁ ମଧ୍ୟ ବଡ଼ ଭଉଣୀଙ୍କ ସାଙ୍ଗରେ ସେଠାକୁ ପଠାଇବା ପାଇଁ ତହସିଲଦାରଙ୍କୁ ନିବେଦନ କରିବା ପରେ ଉଭୟ ଭଉଣୀ ବସୁନ୍ଧରାକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ, ଏ ସମ୍ପର୍କରେ ଧରିତ୍ରୀରେ ସେପ୍ଟେମ୍ବର ୧୬ରେ ‘ଅନାହାରରେ ବିତୁଛି ମା’ ଝିଅଙ୍କ ଜୀବନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଚିକିତ୍ସା ଅଭାବ ଓ ଅନାହାର କାରଣରୁ ଅକାଳରେ ଆରତୀ ଆଖିବୁଜିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?