Posted inଫୁରସତ

ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ

ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍‌ ୭ରେ ଗୋସିୟାମୀ ଧମାରା ସିଟ୍‌ହୋଲ୍‌ ନାମକ ଏହି ୩୭ ବର୍ଷୀୟା ମହିଳା ଏକାସାଙ୍ଗରେ ୧୦ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିରେ ୭ଟି ପୁଅ ଏବଂ ୩ ଝିଅ ଅଛନ୍ତି। ସବୁ ସନ୍ତାନ ସୁସ୍ଥ ଅଛନ୍ତି। ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପୂର୍ବରୁ ଡାକ୍ତର ମହିଳାଙ୍କ ପେଟରେ ୬ଟି ସନ୍ତାନ ଥିବା ଆଶା କରିଥିଲେ। ସିଟ୍‌ହୋଲ୍‌ଙ୍କ ସ୍ବାମୀଙ୍କୁ ୮ଟି ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଦମ୍ପତ୍ତି ୧୦ ସନ୍ତାନ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି। ୧୦ ସନ୍ତାନ ଜନ୍ମଦେବା ସିଟ୍‌ହୋଲ୍‌ଙ୍କ ପାଇଁ ସହଜ ନ ଥିଲା। ଅବରେଶନ ସମୟରେ ଡାକ୍ତରମାନେ ସାବଧାନ ସହକାରେ ପିଲାଙ୍କୁ ଜନ୍ମ ଦେଇଥିଲେ। ସିଟ୍‌ହୋଲ୍‌ ଗର୍ଭବସ୍ଥାରେ ଥିବାବେଳେ ବହୁତ ଭୟଭୀତ ଥିଲେ। ସେ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଭାରତ ମାନଚିତ୍ର: ଭାଇରାଲ ହେଉଛି ଭିଡିଓ

ଦିନକ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥିଲା। ଏହା ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ...

ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ

ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି...

ଏହି ମନ୍ଦିରରେ ଶିବଙ୍କ ପୂର୍ବରୁ ପୂଜା ପାଇଥାନ୍ତି ରାବଣ

ଦୁନିଆରେ ଏପରି ଅନେକ ଚମତ୍କାର ମନ୍ଦିର ଅଛି, ଯାହାକୁ ନେଇ ଏକ ଅନନ୍ୟ କାହାଣୀ ଅଛି। ଯଦିଓ ସମଗ୍ର ବିଶ୍ୱରେ ଭଗବାନ ଶିବଙ୍କର ଅନେକ ମନ୍ଦିର...

ଲକ୍‌ଡାଉନ୍‌ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍‌ଡାଉନ୍‌ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ...

ଲୁଣ ଖଣିରେ ସ୍ପା

ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି। ତେବେ ୟୁରୋପର ବେଲାରୁଷଠାରେ ରହିଛି...

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ  ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

ବିପଦ ସହିତ ବନ୍ଧୁତା: ମୃତ୍ୟୁ ସାଜି ଆସିଥିଲା, ହେଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଜହୁରୀ ଭାଇ

ମଧୁବାବୁଙ୍କ ମହାବାଣୀ ‘ପରାର୍ଥେ ପ୍ରାଜ୍ଞ ଜୀବନ’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର। ଏଭଳି ଗୋଟେ ଦିନ ବିତି ନ ଥିବ ସେ ଯେଉଁଦିନ କାହା ଦୁଃଖରେ...

Advertisement
Archives

Model This Week