ପବନ ଉଡ଼େଇନେଲା

ବିହାର ସୁଲତାନଗଞ୍ଜରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲର କିଛି ଅଂଶ ଏପ୍ରିଲ ୨୯ରେ ହୋଇଥିବା ଝଡ଼ବାତ୍ୟାରେ ଭୁଶୁଡ଼ି ପଡ଼ିଥିଲା। ସୁଖର କଥା ଯେ, ଏଥିରେ କେହି ମୃତାହତ ହୋଇ ନ ଥିଲେ। ଏ ବିଷୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ତାଙ୍କ ମନ୍ତ୍ରଣାଳୟର ସଚିବଙ୍କୁ ଏହାର କାରଣ ପଚାରିବାରୁ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଉତ୍ତର ମିଳିଥିଲା, ପୋଲଟି ଜୋର୍‌ ପବନ ହେବାରୁ ଭାଙ୍ଗିଯାଇଛି। ମନ୍ତ୍ରୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ନିଜେ କହିଛନ୍ତି। ବ୍ରିଜ୍‌ ଖସିପଡ଼ିବା ପଛରେ ନିଶ୍ଚିତ ନିର୍ମାଣଜନିତ ତ୍ରୁଟିଥିବା ବୁଝି ହେଉଛି ବୋଲି ସେ କହିଥିଲେ। ତେବେ ଗଡ଼କରୀ ତାଙ୍କ ସଚିବଙ୍କ ଉଦାହରଣ ଦେଇ ଏହି ବିଷୟ ମେ ୧୦ରେ ଏକ କାର୍ଯ୍ୟକ୍ରମରେ କହିବା ପରେ ତାହା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି।
ଏ ଦେଶରେ ବ୍ରିଜ୍‌ ଭୁଶୁଡ଼ିପଡ଼ିବା ଓ ସରକାରୀ ସ୍କୁଲ କିମ୍ବା କାର୍ଯ୍ୟାଳୟ ଭାଙ୍ଗି ପଡ଼ିବା ପରେ ତାହାର ବାରମ୍ବାର ମରାମତି ହେବା ଏକ ନିତିଦିନିଆ କଥା। ଓଡ଼ିଶାର ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ବଲାଙ୍ଗୀର ଆଦି ସ୍ଥାନରେ ବ୍ରିଜ୍‌ ଭୁଶୁଡ଼ି ଲୋକଙ୍କ ଜୀବନ ଯିବା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ନିମ୍ନମାନର କଞ୍ଚାମାଲ ଓ ତରବରିଆ କାମ ଶେଷ କରିବାର ନିଶା ଯୋଗୁ ନିର୍ମାଣରେ ତ୍ରୁଟି ରହିବା ଓ ସେଗୁଡ଼ିକ ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳେ। ବିହାରରେ ଯେଉଁ ବ୍ରିଜ୍‌ର କିଛି ଅଂଶ ଭାଙ୍ଗିଯାଇଛି ତାହା ଏହି ପର୍ଯ୍ୟାୟଭୁକ୍ତ ହୋଇଥାଇପାରେ। କିନ୍ତୁ ଏହି ନିମ୍ନମାନର କାର୍ଯ୍ୟ କେବଳ ବିହାରରେ ସୀମିତ ନୁହେଁ। ସେହି ରାଜ୍ୟ ସମେତ ଭାରତର ଅନ୍ୟସବୁ ରାଜ୍ୟରେ ଏହିଭଳି ଖରାପ ମାନର ଇଞ୍ଜିନିୟରିଂ କାମ ସବୁଆଡ଼େ ଦେଖିବାକୁ ମିଳୁଛି। ଏଥିରୁ ବୁଝାପଡ଼ୁଛି ଯେ, ଆମ ଦେଶରେ ପାଠପଢ଼ି ଇଞ୍ଜିନିୟର ହେଉଥିବା ଯୁବତୀଯୁବକମାନଙ୍କର ଦକ୍ଷତାରେ ଅନେକ ଅଭାବ ରହୁଛି। କୌଣସି ସ୍ତରରେ ଏମାନେ ମନଦେଇ ପାଠ ପଢ଼ୁ ନାହାନ୍ତି। ସିଭିଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ ବିଶ୍ୱ ଅନେକ ଦୂରକୁ ଆଗେଇଯାଇଥିବା ବେଳେ ଭାରତରେ ଏବେ ମଧ୍ୟ ସେହି ପୁରୁଣା ଢାଞ୍ଚାରେ କାର୍ଯ୍ୟ ଚଳାଇବାକୁ ଇଞ୍ଜିନିୟରିଂ ପାଠ ପଢ଼ିଥିବା ଯୁବପିଢ଼ି ପସନ୍ଦ କରୁଛନ୍ତି। ହୁଏତ ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରବଳ ଦୁର୍ନୀତି ଦେଖିବାକୁ ମିଳୁଛି ଏବଂ ଚାକିରି ପାଇବା ପୂର୍ବରୁ ପ୍ରତିବାଦ କରୁଥିବା ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କ ସପକ୍ଷରେ ସାଧାରଣତଃ ସାମାଜିକ ସମର୍ଥନ ମିଳିପାରୁ ନ ଥିବା ଭଳି ସ୍ପଷ୍ଟ ଜଣାପଡ଼ୁଛି।
ଦେଖିବାକୁ ଗଲେ ବିନା ପର୍ସେଣ୍ଟେଜ୍‌ ବା ପିସିରେ କୌଣସି ସରକାରୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ନ ଥାଏ ବୋଲି ସମାଜର ସବୁ ବର୍ଗ ଜାଣିଛନ୍ତି। ବିଶେଷକରି ବ୍ଲକ ସ୍ତରରୁ କନିଷ୍ଠ ଯନ୍ତ୍ରୀମାନେ ଦୁର୍ନୀତିରେ ବୁଡ଼ିରହି ପିସି ନ ଖାଇଲେ କୌଣସି କାର୍ଯ୍ୟ କରାଇବା ସମ୍ଭବପର ହୁଏ ନାହିଁ। ଗଡକରୀ ଯେଉଁ ବିଷୟଟି ଉଠାଇଛନ୍ତି ଓ ତାଙ୍କ ସଚିବଙ୍କୁ ପଦାରେ ପକାଇ ଭାବିଛନ୍ତି ବୋଧହୁଏ ତାଙ୍କ ବ୍ୟକ୍ତିତ୍ୱ ଉଚ୍ଚା ଭାବେ ଦେଖାଯିବ। ଏଠାରେ କୁହାଯାଇପାରେ ଯେ, ବାସ୍ତବ କ୍ଷେତ୍ରରେ ସେ ସମ୍ପୃକ୍ତ ସଚିବ ଓ ପୋଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ। ସଡ଼କ ପରିବହନ ମନ୍ତ୍ରୀ ଭାବରେ ମୁଖ୍ୟତଃ ତାଙ୍କର ନୈତିକ ଦାୟିତ୍ୱ ତୁଲାଇବାକୁ ଯାଇ ନିଜର ଦୋଷ ସ୍ବୀକାର କରିବା ଉଚିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri