ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର,୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶିକାର ଦିନକୁ ଦିନ ବଢ଼ୁଥିବାରୁ ବହୁ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି। ସେହିପରି ବହୁ ପ୍ରାଣୀଙ୍କୁ ମାରିବା ତ ଦୂର କଥା ପୋଷା କରି ରଖିଲେ ବି ଦଣ୍ଡବିଧାନ ରହିଛି। କିନ୍ତୁ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହାକୁ ଜାଣୁନାହାନ୍ତି। ସେହିପରି ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ ରହିଛନ୍ତି, ଯାହାକୁ ଶିକାର କରିବା, ମାଂସ ଖାଇବା ଓ ପୋଷା କରି ରଖିବା ଅପରାଧ ଏବଂ ଏଥିପାଇଁ ଜେଲ ଯିବାର ବି ବ୍ୟବସ୍ଥା ରହିଛି। ତେବେ ଲୋକଙ୍କୁ ଏ ନେଇ ସଚେତନ କରାଗଲେ ବହୁ ମାତ୍ରାରେ ଫଳପ୍ରଦ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି।
ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ଯେଉଁ ବନ୍ୟପ୍ରାଣୀ ସାମିଲ ନ ଥିଲେ ତାହା ୨୦୨୩ ଏପ୍ରିଲ ୧ ସଂଶୋଧିତ ଆଇନରେ ସ୍ଥାନିତ କରାଯାଇଛି ଏବଂ ଆଉ କିଛି ବନ୍ୟପ୍ରାଣୀଙ୍କ ସିଡ୍ୟୁଲ ବଢ଼ାଯାଇଛି; ଯାହା କି କେବଳ ସାଧାରଣ ଲୋକେ ନୁହେଁ କ୍ଷେତ୍ରୀୟ ବନ କର୍ମଚାରୀମାନେ ମଧ୍ୟ ଜାଣିବା ଉଚିତ। ସଂଶୋଧିତ ଆଇନରେ ବିଲୁଆକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ସଂଖ୍ୟା କମିଯାଉଥିବାରୁ ଏମାନଙ୍କୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଘରଚଟିଆ, ବାଦୁଡ଼ି ପୂର୍ବରୁ ଏଥିରେ ସାମିଲ ହୋଇ ନ ଥିବା ବେଳେ ଏବେ ଏମାନଙ୍କୁ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ କରାଯାଇଛି। ହରିଣ, ବାର୍‌ହା, କୁଟୁରା ଭଳି ଏଥର ବାଦୁଡ଼ି ମାଂସ ଖାଇବା ବା ବାଦୁଡ଼ିକୁ ପୋଷିବା ବେଆଇନ୍‌ ହୋଇଗଲା। ଶାଳିଆପତନୀ, ନେଉଳ, ବହୁରୂପୀ ଏଣ୍ଡୁଅ, ନାଗ, ତମ୍ପ, ଚନ୍ଦନବୋଡ଼ା, ଧଣ୍ଡ, ଢମଣା ସାପ, ଜଙ୍ଗଲ କ୍ୟାଟ୍‌ ବା କଟାସ ବା ବଣଭୁଆ, ଝିଙ୍କ ଆଦି ପୂର୍ବରୁ ସିଡୁଲ-୨ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ତା’ର ଗୁରୁତ୍ୱ ବଢ଼ିଯାଇଛି ଏବଂ ଏମାନଙ୍କୁ ସିଡ୍ୟୁଲ-୧ରେ ରଖାଯାଇଛି। ସେହିଭଳି ଷ୍ଟାର୍‌ କଇଁଛ ପୂର୍ବରୁ ସିଡୁଲ-୪ରେ ଥିବାବେଳେ ଏବେ ତାକୁ ସିଡୁଲ-୧ରେ ସାମିଲ କରାଯାଇଛି। ଏହି କଇଁଛକୁ ବହୁ ଲୋକ ପୋଷା କରି ରଖନ୍ତି। ପେଟ୍‌ସପ୍‌ଗୁଡ଼ିକ ମଧ୍ୟ ବିକ୍ରି କରିଥାନ୍ତି। କିନ୍ତୁ ଏବେ ତାକୁ ଆଉ ବିିକ୍ରି କରିପାରିବେ ନାହିଁ। ଯେଉଁ ପ୍ରାଣୀମାନେ ସିଡ୍ୟୁଲ-୧ରେ ରହିଛନ୍ତି ସେମାନଙ୍କୁ ମାରିବା, ଶିକାର କରିବା ବା ବିକ୍ରି କରିଲେ ୩ ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଯିବା ଏବଂ ଲକ୍ଷେ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ସେହିଭଳି ସିଡ୍ୟୁଲ-୨ରେ ଥିବା ବନ୍ୟପ୍ରାଣୀଙ୍କ ଅପରାଧ ହେଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ହଜାର ଟଙ୍କା ଜରିମାନା ପାଇଁ ନିୟମ ରହିଛି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଭାରତୀୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ତାଲିକାକୁ ବ୍ୟାପକ କରାଯାଇଛି; ଯାହା ଫଳରେ ଶିକାରୀ ବା ଅପରାଧୀମାନଙ୍କ ପାଇଁ ଉଭୟ ଦଣ୍ଡ ଏବଂ ଜରିମାନା ବଢ଼େଇ ଦିଆଯାଇଛି। ଲୋକେ ଘରେ ଗୃହପାଳିତ ପଶୁ ପକ୍ଷୀ ଭାବରେ ପୋଷୁ ଥିବା ଶୁଆ, ନେଉଳ, ଶାରୀ ଆଦି ପାଇଁ ଏଥର ଅଧିକ ସମସ୍ୟାରେ ପଡ଼ିବେ। ତେଣୁ ଆଗରୁ ସଚେତନ ହୋଇ କୌଣସି ବନ୍ୟପ୍ରାଣୀଙ୍କୁ ଘରେ ରଖନ୍ତୁ ନାହିଁ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri