ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇ ତାହା ଉପରେ ଲଗାମ ଲଗାଯାଇଛି। ନିର୍ବାଚନ ପରେ ସୁକିନ୍ଦା ଖଣି ଅଞ୍ଚଳର କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବାବେଳେ ଶ୍ରମିକ ସଂଘ ସଦସ୍ୟ ଭରତ ମହାନ୍ତଙ୍କ ସହ କେତେଜଣ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଶ୍ରମିକ ସଂଘ ପକ୍ଷରୁ ଜୁଲାଇ ୧ରେ ଖଣି ଅଞ୍ଚଳ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଶ୍ରମିକମାନେ କାର୍ଯ୍ୟ କରିବାକୁ ଖଣିକୁ ଆସିଥିବାବେଳେ ସେମାନେ ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟ ସମର୍ଥନ ମିଳି ନ ଥିଲା। ଏଥିରୁ ଖଣି ଅଞ୍ଚଳରୁ ଘଡ଼େଇ ପରିବାରର ପତିଆରା କ୍ରମଶଃ ହଟୁଥିବା ଆଲୋଚନା ହେଉଛି।
ଏକଦା ଶ୍ରମିକ ସଂଘ କଥାରେ କାଳିଆପାଣି ଖଣି ଅଞ୍ଚଳ ଚାଲିଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଏବଂ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କ ଗଡ଼ ଭାବେ କାଳିଆପାଣି ଖଣି ଅଞ୍ଚଳ ପରିଚିତ ଥିଲା। ଏବେ ଏଠାରେ ପିତାପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଥିବା ଅନୁଭବ ହେଉଛି। ଉପରୋକ୍ତ ଆନ୍ଦୋଳନକୁ ସମର୍ଥନ ନ ମିଳିବା ଏହାର ଏକ ଉଦାହରଣ ବୋଲି କୁହାଯାଉଛି। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ସଭାପତି ଥିବା ଶ୍ରମିକ ସଂଘର ବନ୍ଦ ଡାକରାକୁ ଶ୍ରମିକ ଓ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିବା ଫଳରେ ଖଣି କାର୍ଯ୍ୟ, ଦୋକାନ ବଜାର, ଖଣିରୁ ପରିବହନ ସ୍ବାଭାବିକ ଭାବେ ଚାଲୁ ରହିଥିଲା।
ଘଟଣାରୁ ପ୍ରକାଶ ଯେ, ୧୯୯୦ରୁ ୨୦୨୪ ଯାଏ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଘଡେଇ ବାପ, ପୁଅ ପ୍ରତିନିଧିତ୍ୱ କରି ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇ ଆସୁଥିଲେ। ସେମାନେ ଏହି ଖଣି ଅଞ୍ଚଳର ଏକତରଫା ଭୋଟରେ ୩୪ ବର୍ଷ ଶାସନ କ୍ଷମତାରେ ରହିଥିଲେ। ହେଲେ ୨୦୨୪ ନିର୍ବାଚନରେ ଏଠାକାର ଭୋଟର ସେମାନଙ୍କଠାରୁ ମୁହଁମୋଡ଼ି ନେବାରୁ ଭାଜପା ନେତା ପ୍ରଦୀପ ବଳସାମନ୍ତ ବିଜୟୀ ହୋଇଥିଲେ। ଏହାପରେ ପ୍ରୀତିରଞ୍ଜନ ଓ ତାଙ୍କ ସମର୍ଥକମାନେ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ଅଞ୍ଚଳରେ ଗଣ୍ଡଗୋଳ ସୃଷ୍ଟି ହେଉଥିବା ଭାଜପା ନେତାମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଗତ ୬ ତାରିଖରେ ଏସ୍‌ଆର୍‌ସିକେଏମ୍‌ଏସ୍‌ର ସଦସ୍ୟ ଭରତ ମହାନ୍ତଙ୍କୁ କେତେଜଣ ଭାଜପା କର୍ମୀ ଆକ୍ରମଣ କରିଥିବା ନେଇ କାଳିଆପାଣି ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ଦୁଇଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଉ ୧୦ଜଣ କୋର୍ଟରେ ଆତ୍ମସମର୍ପଣ କରି ଜାମିନରେ ଆସିଛନ୍ତି। ତେବେ ଏତଲାକାରୀଙ୍କ ଲିଖିତ ନାମ ଅନୁଯାୟୀ ସବୁ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ଜାମିନରେ ଆସିଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ସୋମବାର ବନ୍ଦ ଡାକରା ଦିଆ ଯାଇଥିଲା। ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ଚିନ୍ତା କରି ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ସହ ବ୍ୟାପକ ପୋଲିସ ମୁତୟନ କରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭରିୟସ ଟପୋ, କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲିକଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?