ସ୍ବାମୀଙ୍କ ମୃତଦେହକୁ ୧୬ ଘଣ୍ଟା ଜଗିରହିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ ୨୮।୮(ସ୍ବ.ପ୍ର.): ଜଣେ ବୃଦ୍ଧଙ୍କ ମୃତଦେହକୁ ଡାକ୍ତରଖାନାରୁ ନେବାକୁ ଆସିଲେନି ଝିଅ, ପୁଅ। ଫଳରେ ମୃତଦେହକୁ ତାଙ୍କ ସ୍ତ୍ରୀ ୧୬ ଘଣ୍ଟା ଧରି ଜଗି ରହିବା ପରେ ସାମାଜିକ କର୍ମୀମାନେ ଶନିବାର ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ। ମୃତ ବୃଦ୍ଧ ଜଣକ ହେଲେ ରାଜନଗର ଅଞ୍ଚଳର ଭୀମସେନ ବାହାଦୁର(୮୫)। ତାଙ୍କର ଏକମାତ୍ର ପୁଅ ଦୁବାଇରେ ରହୁଥିବାବେଳେ ଦୁଇ ଝିଅ ଭୁବନେଶ୍ୱରରେ ରହୁଛନ୍ତି। ଭୀମସେନ ଚାକିରିରୁ ଅବସର ନେବା ପରେ ଅବହେଳାର ଶିକାର ହୋଇଥିଲେ। ଫଳରେ ଭୀମସେନ ଓ ତାଙ୍କ ସ୍ତ୍ରୀ ଭଗବତୀ ଘର ଛାଡ଼ି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବକ୍ତାରପୁର ଗଁାରେ ରହିଆସୁଥିଲେ। ଶୁକ୍ରବାର ଭୀମସେନଙ୍କ ଶରୀର ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଭଗବତୀ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭଗବତୀ ଏନେଇ ପୁଅ, ଦୁଇ ଝିଅଙ୍କ ସହ ସମ୍ପର୍କୀୟଙ୍କୁ ଜଣାଇଥିଲେ। ମାତ୍ର କେହି ଆସିଲେନାହିଁ। ଫଳରେ ଭୀମସେନଙ୍କ ମୃତଦେହ ୧୬ ଘଣ୍ଟା ଡାକ୍ତରଖାନା ଶଯ୍ୟାରେ ପଡ଼ି ରହିଥିଲା। ମୃତଦେହ ପାଖରେ ଭଗବତୀଙ୍କ ଅସହାୟତା ଓ କାନ୍ଦ ଦେଖଣାହାରୀଙ୍କୁ ମିୟମ୍ରାଣ କରିଥିଲା। ସ୍ଥାନୀୟ ଲୋକ ମଧ୍ୟ ପରିବାରକୁ ଖବର ନିରାଶ ହୋଇଥିଲେ। ଶେଷରେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଉଦ୍ୟମରେ ଯୁବ ସାମାଜିକ କର୍ମୀ ବାବନ କୁମାର ସାହୁ, ନାରୀନେତ୍ରୀ ସାବିତ୍ରୀ ସାହୁ, ପୂର୍ବତନ କାଉନସିଲର ଲୋକନାଥ ବେହେରା, ଡମ୍ବରୁଧର ରାଉତ ପ୍ରମୁଖ ଭୀମସେନଙ୍କ ମୃତଦେହକୁ ନେଇ ସ୍ଥାନୀୟ ପୋଖରିଆପଡ଼ା ଶ୍ମଶାନରେ ସଂସ୍କାର କରିଥିଲେ। ସାମାଜିକ କର୍ମୀ ଡମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri