ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ନେଇ ଓ୍ବେବସାଇଟ୍‌ରେ ରହିବ ଦୁଇଟି ଫର୍ମାଟ୍‌ର ସୂଚନା

କଟକ,୨୮ା୬(କାର୍ତ୍ତିକ ସାହୁ): ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ରହିଥିବା ମୌଳିକ ସୁବିଧାଗୁଡ଼ିକ ସଂକ୍ରାନ୍ତରେ ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ପ୍ରସ୍ତୁତ ଫର୍ମାଟ୍‌କୁ ରାଜ୍ୟ ସରକାର ଗ୍ରହଣ କରିଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଆମିକସ୍‌ କ୍ୟୁରିଙ୍କ ପ୍ରଦତ୍ତ ଫର୍ମାଟ୍‌ ଆଧାରରେ ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ଦର୍ଶାଇ ରାଜ୍ୟ ସରକାର ଓ୍ବେବସାଇଟ୍‌ରେ ଅପଲୋଡ୍‌ କରିବେ। ଏହି କାର୍ଯ୍ୟ କରିବା ଲାଗି ୬ ସପ୍ତାହ ସମୟ ଦେବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଆବେଦନ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିବା ସହ ସମୟ ମଞ୍ଜୁର କରିଛନ୍ତି।
ପ୍ରକାଶ ଯେ, ହାଇକୋର୍ଟ ଲିଗାଲ ସର୍ଭିସ କମିଟି ପକ୍ଷରୁ ରୁଜୁ ମାମଲାରେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁଛି ନା ନାହିଁ ସେନେଇ ତଦାରଖ କରିବାକୁ ହାଇକୋର୍ଟ ଆମିକସ୍‌ କ୍ୟୁରି ଭାବେ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥଙ୍କୁ ନିଯୁକ୍ତି ଦେଇଥିଲେ। ଆମିକସ୍‌ କ୍ୟୁରି ରଥ ହାଇକୋର୍ଟଙ୍କୁ କେତେକ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବ ଅନୁସାରେ ଦୁଇଟି ଫର୍ମାଟ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ଫର୍ମାଟରେ ପ୍ରାଥମିକ ବିଦ୍ୟାଳୟରେ କ’ଣ ସବୁ ମୌଳିକ ସୁବିଧା ରହିଛି ସେ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ। ଦ୍ୱିତୀୟ ଫର୍ମାଟରେ ପ୍ରତ୍ୟେକ ବିଦ୍ୟାଳୟରେ କେତେ ପିଲା ଆଡ୍‌ମିଶନ କରୁଛନ୍ତି ଏବଂ କେତେ ପିଲା ଅଧାରୁ ପାଠପାଢ଼ା ଛାଡ଼ିଛନ୍ତି ସେନେଇ ସୂଚନା ରହିବ ବୋଲି ଦର୍ଶାଇଥିଲେ। ଏହି ଫର୍ମାଟ୍‌ଦ୍ୱୟକୁ ଆମିକସ୍‌ କ୍ୟୁରି ପ୍ରଦାନ କରିବା ପରେ ରାଜ୍ୟ ସରକାର ତାହାକୁ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri