ଅନ୍‌ଲକ୍‌ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍‌

ଛତ୍ରପୁର,୧୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍‌ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ଜିଲାରେ ଏବେ ୫୦୦ ତଳେ କରୋନା ଆକ୍ଟିଭ୍‌ କେସ ରହିଛି। ଫଳରେ ଗଞ୍ଜାମ ଅନ୍‌ଲକ୍‌ ହେବାର ସମ୍ଭାବନା ଦେଖାଦେଇଛି। ୫% କେସ୍‌ ରହିଲେ ଅନ୍‌ଲକ୍‌ ହୋଇପାରିବାର ନିୟମ ରହିଛି। ବର୍ତ୍ତମାନ ଜିଲାରେ ୪୯୨ ଆକ୍ଟିଭ କେସ ଅଛିି। ସନ୍ଧ୍ୟାରେ ସୁସ୍ଥଙ୍କ ସମ୍ପର୍କରେ ରିପୋର୍ଟ ଆସିଲେ କରୋନା ଆକ୍ଟିଭ ସଂଖ୍ୟା ଆହୁରି କମିବ ବୋଲି ଜଣାପଡିଛି। ଜିଲାରେ ଦୈନିକ ୧୦୦ରୁ ଊର୍ଦ୍ଧ୍ୱ କରୋନାରୁ ସୁସ୍ଥ ହେଉଛନ୍ତି। ଶନିବାର ଜିଲାରେ ଆଉ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଦୈନିକ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢ଼ଙ୍ଗରେ କରୋନା ସଚେତନତା

ବଲାଙ୍ଗୀର ଅଫିସ, ୯ା୫-  ବଲାଙ୍ଗୀରରେ ଶନିବାର ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଟେସନ୍‌ ତରଫରୁ ନିଆରା ଢ଼ଙ୍ଗରେ କରୋନା ଭାଇରସ୍‌ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି ା ମଞ୍ଚ...

ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ: ଶ୍ରେଣୀଗୃହରେ ଅଚେତ ହେଲେ ଛାତ୍ରୀ, ଚାଲିଛି ଚିକିତ୍ସା

ବନ୍ତ, ୧୪।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ କକ୍ଷରେ ବୁଧବାର କେତେକ ଛାତ୍ରୀ ହଠାତ୍‌ ଅଣନିଃଶ୍ୱାସୀ ହୋଇ ଅଚେତ...

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୩ ଗିରଫ ପରେ ଗାଁ ପୁରୁଷଶୂନ୍ୟ

ଛତ୍ରପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଗୁଣିଆ ସନ୍ଦେହରେ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂଘବଦ୍ଧ ଭାବେ ବ୍ରହ୍ମପୁର...

ଅନୁଗୋଳରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଲା

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ପ୍ରତିଶ୍ରୁତି ଦେଇ କିଣିଲେନି ଧାନ

ଭଦ୍ରକ ଅଫିସ, ୧୩।୩-ଧାନ ବିକି ନ ପାରି ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଆଗରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭଦ୍ରକ ବ୍ଲକ ବନ୍ଧଗଁାର ଚାଷୀ...

୩ ଚୋରା ମୁଗୁନି ପଥର ହାଇୱା ଜବତ: ୧ଲକ୍ଷ ୯୦ହଜାର ଜରିିମାନା ଆଦାୟ

ପରଜଙ୍ଗ,୩୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ରାଜସ୍ବ ବିଭାଗ ରବିବାର ବାରିହାପୁରଠାରେ ଚଢ଼ାଉ କରି ୩ ମୁଗୁନି ପଥର ହାଇୱା ଜବତ କରିଛି। ଏହା ପରଜଙ୍ଗ ବ୍ଲକ...

ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି...

ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଢେଙ୍କାନାଳ ଅଫିସ,୨୧ା୫ ଢେଙ୍କାନାଳ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସୋମବାର ଜିଲାର ଶତାଧିକ ଖବରଦାତା ସୂଚନା ଓ...

Advertisement


Archives

Model This Week