ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ୍‌ ମାରିଛି ତ ଆଉ କେଉଁଠାରେ ଓଭରହେଡ୍‌ ଟାଙ୍କି କାମରେ ଆସୁନି। ଏଠାରେ ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ରେ ପହଞ୍ଚତ୍ଲାଣି। ସରକାରୀ ତହବିଲରୁ ଲୋକମାନଙ୍କ ପାଇଁ ବିଭାଗ ୫୪ କୋଟି ଟଙ୍କା ଖର୍ଚ୍ଚ କରି ପାଣି ବିଶୋଧନ ପ୍ଲାଣ୍ଟ କରିଥିଲା। ପାଣି ବିଶୋଧନ ପ୍ଲାଣ୍ଟ ଥାଇ ବି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଗତ ନିର୍ବାଚନରେ ସହରର ୪୦ ହଜାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଦେବାକୁ ନେତା, ମନ୍ତ୍ରୀମାନେ ଭାଷଣବାଜି କରି ଭୋଟ ନେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ନ ଥିବାବେଳେ ଚଳିତ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।
ପଟ୍ଟାମୁଣ୍ଡାଇ ସହରାଞ୍ଚଳବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୫୪ କୋଟି ବ୍ୟୟ ବରାଦରେ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ଅଳଭାଠାରେ ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ଜଳ ବିଶୋଧନ ପ୍ଲାଣ୍ଟ କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୯ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ତେବେ ସାଢେ ୪ବର୍ଷ ବିତିଯାଇଥିବା ବେଳେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ କି ସମସ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚତ୍ ପାରିନାହିଁ। ନିର୍ମିତ ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧ ପାଣି ରଖିବାକୁ ଅଳଭା, ଦକ୍ଷଣଦିଆ, ବକ୍ତାରପୁର, ବାଲିପଡ଼ା ଓ ଚୂନଢିଅଠାରେ ୪ଟି ଓଭର ହେଡ ଟାଙ୍କି ମଧ୍ୟ କରାଯାଇଛି। ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ଲାଇନ ମଧ୍ୟ ବିଛାଯାଇଛି। ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପାଇପ ବିଛା ଯାଇଥିଲେ ମଧ୍ୟ ଲୋକେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକେ ଲମ୍ବା ଲାଇନ ଲଗାଇ ପୌର ପରିଷଦ ପାଣି ଗାଡ଼ିରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ ବିଛାଯାଇଥିବା ପାଇପ୍‌ ଠିକ୍‌ ଢଙ୍ଗରେ ହୋଇ ନ ଥିବାରୁ ଅଧିକାଂଶ ସମୟରେ ଏହା ଫାଟି ଯାଉଛି। ବହୁ ସ୍ଥାନରେ ଲୁହା ପାଇପ ପରିବର୍ତ୍ତେ ପିଭିସି ପାଇପ ଲଗାଯାଇଛି। ଫଳରେ ପିଭିସି ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ବୃହତ ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହୁଛି। ବାରମ୍ବାର ପାଇପଗୁଡ଼ିକ ଫାଟୁଥିବାରୁ ମାଟି ଓ କାଦୁଅ ପାଇପ ମଧ୍ୟରେ ପ୍ରବେଶ କରୁଛି। ଯାହାଦ୍ୱାରା ଟ୍ୟାପଗୁଡ଼ିକରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଛି। ବାସ୍ତବରେ ପାଣି ବିଶୋଧନ ପ୍ଲାଣ୍ଟ ମଧ୍ୟରେ ପାଣିକୁ ବିଶୋଧନ ଓ ପାଣିର ମାନ ପରୀକ୍ଷା କରା ନ ଯାଇ ପାଇପରେ ଛଡ଼ା ଯାଉଛି। ଫଳରେ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଦୁର୍ଗନ୍ଧଯୁକ୍ତ ପାଣି ପାନୀୟ ଉପଯୋଗୀ ହୋଇ ନ ଥିବାବେଳେ ବିଭିନ୍ନ ସଂକ୍ରାମକ ରୋଗର ମାଧ୍ୟମ ହେଉଛି। ବିଶୋଧନ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପାଣିକୁ ବିଶୋଧନ କରୁ ନ ଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଅଳଭାଠାରେ ସ୍ଥାପନ କରାଯାଇଥିବା ପାଣି ବିଶୋଧନ ପ୍ଲାଣ୍ଟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ସାଧାରଣରେ ଦାବି ହେଉଛିି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ଚରଣ ସାହୁଙ୍କୁ ପଚାରିବାରେ ଏବେ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଜଳଉତ୍ସଗୁଡିକ ଶୁଖିଲା ପଡିଥିବାରୁ ସାଧାରଣତଃ ସବୁ କାର୍ଯ୍ୟରେ ପାଇପପାଣି ମୋଟର ଲଗାଇ ବ୍ୟବହାର କରାଯାଉଛି ା ପ୍ଲାଣ୍ଟ ୧୩ ଲକ୍ଷ ଲିଟର ପାଣି ଯୋଗାଉଥିବା ବେଳେ ସହରାଞ୍ଚଳରେ ୭୦ ଲକ୍ଷ ଲିଟର ପାଣି ଆବଶ୍ୟକ ପଡୁଛି। ବାକି ପାଣି ବିଭିନ୍ନ ଜାଗାରେ ଥିବା ମୋଟର ଦ୍ୱାରା ଯୋଗାଇ ଦିଆଯାଉଛି। ଲୋକେ ଘର କାର୍ଯ୍ୟଠାରୁ ବଗିଚାରେ ପାଣିଦେବା ପର୍ଯ୍ୟନ୍ତ ମୋଟର ଲଗାଇ ଏହି ପାଣି ବ୍ୟବହାର କରୁଛନ୍ତି। ଫଳରେ ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହଁି। ବହୁ ବର୍ଷ ପୂର୍ବରୁ ପିଭିସି ପାଇପ ପଡ଼ିଥିବାରୁ ରାସ୍ତାକାମ ହୋଇ ସେଗୁଡ଼ିକ ୮ ଫୁଟ ତଳକୁ ଚାଲିଗଲାଣି। ଯେଉଁ ପାଇପ ଫାଟୁଛି ତାହା ମରାମତି ପୂର୍ବରୁ ସେଥିରେ ଗୋଳିଆ ପାଣି ଆସୁଛି। ଅନ୍ୟପକ୍ଷରେ ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି। ସାଧାରଣତଃ ସହରାଞ୍ଚଳର ବହୁଳ ମୋଟର ବ୍ୟବହାର ଯୋଗୁ ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହଁି। ଟ୍ୟାଙ୍କର ଯୋଗେ ସବୁ ଜାଗାରେ ପାଣି ପହଞ୍ଚାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri