ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ୍‌ ମାରିଛି ତ ଆଉ କେଉଁଠାରେ ଓଭରହେଡ୍‌ ଟାଙ୍କି କାମରେ ଆସୁନି। ଏଠାରେ ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ରେ ପହଞ୍ଚତ୍ଲାଣି। ସରକାରୀ ତହବିଲରୁ ଲୋକମାନଙ୍କ ପାଇଁ ବିଭାଗ ୫୪ କୋଟି ଟଙ୍କା ଖର୍ଚ୍ଚ କରି ପାଣି ବିଶୋଧନ ପ୍ଲାଣ୍ଟ କରିଥିଲା। ପାଣି ବିଶୋଧନ ପ୍ଲାଣ୍ଟ ଥାଇ ବି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଗତ ନିର୍ବାଚନରେ ସହରର ୪୦ ହଜାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଦେବାକୁ ନେତା, ମନ୍ତ୍ରୀମାନେ ଭାଷଣବାଜି କରି ଭୋଟ ନେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ନ ଥିବାବେଳେ ଚଳିତ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।
ପଟ୍ଟାମୁଣ୍ଡାଇ ସହରାଞ୍ଚଳବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୫୪ କୋଟି ବ୍ୟୟ ବରାଦରେ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ଅଳଭାଠାରେ ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ଜଳ ବିଶୋଧନ ପ୍ଲାଣ୍ଟ କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୯ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ତେବେ ସାଢେ ୪ବର୍ଷ ବିତିଯାଇଥିବା ବେଳେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ କି ସମସ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚତ୍ ପାରିନାହିଁ। ନିର୍ମିତ ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧ ପାଣି ରଖିବାକୁ ଅଳଭା, ଦକ୍ଷଣଦିଆ, ବକ୍ତାରପୁର, ବାଲିପଡ଼ା ଓ ଚୂନଢିଅଠାରେ ୪ଟି ଓଭର ହେଡ ଟାଙ୍କି ମଧ୍ୟ କରାଯାଇଛି। ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ଲାଇନ ମଧ୍ୟ ବିଛାଯାଇଛି। ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପାଇପ ବିଛା ଯାଇଥିଲେ ମଧ୍ୟ ଲୋକେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକେ ଲମ୍ବା ଲାଇନ ଲଗାଇ ପୌର ପରିଷଦ ପାଣି ଗାଡ଼ିରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ ବିଛାଯାଇଥିବା ପାଇପ୍‌ ଠିକ୍‌ ଢଙ୍ଗରେ ହୋଇ ନ ଥିବାରୁ ଅଧିକାଂଶ ସମୟରେ ଏହା ଫାଟି ଯାଉଛି। ବହୁ ସ୍ଥାନରେ ଲୁହା ପାଇପ ପରିବର୍ତ୍ତେ ପିଭିସି ପାଇପ ଲଗାଯାଇଛି। ଫଳରେ ପିଭିସି ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ବୃହତ ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହୁଛି। ବାରମ୍ବାର ପାଇପଗୁଡ଼ିକ ଫାଟୁଥିବାରୁ ମାଟି ଓ କାଦୁଅ ପାଇପ ମଧ୍ୟରେ ପ୍ରବେଶ କରୁଛି। ଯାହାଦ୍ୱାରା ଟ୍ୟାପଗୁଡ଼ିକରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଛି। ବାସ୍ତବରେ ପାଣି ବିଶୋଧନ ପ୍ଲାଣ୍ଟ ମଧ୍ୟରେ ପାଣିକୁ ବିଶୋଧନ ଓ ପାଣିର ମାନ ପରୀକ୍ଷା କରା ନ ଯାଇ ପାଇପରେ ଛଡ଼ା ଯାଉଛି। ଫଳରେ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଦୁର୍ଗନ୍ଧଯୁକ୍ତ ପାଣି ପାନୀୟ ଉପଯୋଗୀ ହୋଇ ନ ଥିବାବେଳେ ବିଭିନ୍ନ ସଂକ୍ରାମକ ରୋଗର ମାଧ୍ୟମ ହେଉଛି। ବିଶୋଧନ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପାଣିକୁ ବିଶୋଧନ କରୁ ନ ଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଅଳଭାଠାରେ ସ୍ଥାପନ କରାଯାଇଥିବା ପାଣି ବିଶୋଧନ ପ୍ଲାଣ୍ଟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ସାଧାରଣରେ ଦାବି ହେଉଛିି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ଚରଣ ସାହୁଙ୍କୁ ପଚାରିବାରେ ଏବେ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଜଳଉତ୍ସଗୁଡିକ ଶୁଖିଲା ପଡିଥିବାରୁ ସାଧାରଣତଃ ସବୁ କାର୍ଯ୍ୟରେ ପାଇପପାଣି ମୋଟର ଲଗାଇ ବ୍ୟବହାର କରାଯାଉଛି ା ପ୍ଲାଣ୍ଟ ୧୩ ଲକ୍ଷ ଲିଟର ପାଣି ଯୋଗାଉଥିବା ବେଳେ ସହରାଞ୍ଚଳରେ ୭୦ ଲକ୍ଷ ଲିଟର ପାଣି ଆବଶ୍ୟକ ପଡୁଛି। ବାକି ପାଣି ବିଭିନ୍ନ ଜାଗାରେ ଥିବା ମୋଟର ଦ୍ୱାରା ଯୋଗାଇ ଦିଆଯାଉଛି। ଲୋକେ ଘର କାର୍ଯ୍ୟଠାରୁ ବଗିଚାରେ ପାଣିଦେବା ପର୍ଯ୍ୟନ୍ତ ମୋଟର ଲଗାଇ ଏହି ପାଣି ବ୍ୟବହାର କରୁଛନ୍ତି। ଫଳରେ ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହଁି। ବହୁ ବର୍ଷ ପୂର୍ବରୁ ପିଭିସି ପାଇପ ପଡ଼ିଥିବାରୁ ରାସ୍ତାକାମ ହୋଇ ସେଗୁଡ଼ିକ ୮ ଫୁଟ ତଳକୁ ଚାଲିଗଲାଣି। ଯେଉଁ ପାଇପ ଫାଟୁଛି ତାହା ମରାମତି ପୂର୍ବରୁ ସେଥିରେ ଗୋଳିଆ ପାଣି ଆସୁଛି। ଅନ୍ୟପକ୍ଷରେ ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି। ସାଧାରଣତଃ ସହରାଞ୍ଚଳର ବହୁଳ ମୋଟର ବ୍ୟବହାର ଯୋଗୁ ତଳ ମୁଣ୍ଡକୁ ପାଣି ପହଞ୍ଚତ୍ ପାରୁନାହଁି। ଟ୍ୟାଙ୍କର ଯୋଗେ ସବୁ ଜାଗାରେ ପାଣି ପହଞ୍ଚାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?