ପାଣି କମୁଛି, ବିପଦ ଟଳିନି

କେନ୍ଦ୍ରାପଡ଼ା ଅଫିସ,୧୯ା୮: କେନ୍ଦ୍ରାପଡ଼ା ଜିଲା ମହାନଦୀ ସିଷ୍ଟମରେ ଥିବା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର କମୁଛି। ହେଲେ ନଦୀରେ ଜଳସ୍ତରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀବନ୍ଧରେ ଘଳିଆ ଯୋଗୁ ବନ୍ୟାଜଳ ଗ୍ରାମକୁ ପଶିବା ନେଇ ନିକଟସ୍ଥ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏବେ ସୁଦ୍ଧା ୮୦ଟି ସ୍ଥାନରେ ଘଳିଆର ମରାମତି ହୋଇଛି। ସ୍ଥାନାନ୍ତର, ସ୍ବାସ୍ଥ୍ୟସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି। ବନ୍ୟା ସମୟରେ ଲୁଣା ନଦୀରେ କରାଣ୍ଡିଆପାଟଣା ଗ୍ରାମର କଳ୍ପତରୁ ସ୍ବାଇଁ ଭାସି ଯାଉଥିବା ସମୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ସେହିପରି ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ନୋଡାଲ ଅଧିକାରୀ ଇଂ. ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ ଜିଲାପାଳ ରେଘୁଜୀ, ଭାଜପା ନେତା ଭୁବନ ମୋହନ ଜେନା ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଥିଲେ।
ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୭ ବ୍ଲକ ଅଞ୍ଚଳ ବନ୍ୟାଜଳ ଘେରରେ ଅଛି। ୩୪ ପଞ୍ଚାୟତର ୮୬ ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି। ଲୁଣାନଦୀର ଦାନପୁରଠାରେ ୩୨.୫୫ ଫୁଟ ବିପଦ ସଙ୍କେତ ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ୩୪.୪୦ ଫୁଟ ଜଳସ୍ତର ରହିଛି। ସେହିପରି ଏହି ନଦୀର ମାର୍ଶାଘାଇରେ ୨୨ ଫୁଟ ବିପଦ ସଙ୍କେତ ଥିବା ବେଳେ ୨୪.୩୦ ଫୁଟ, ଲୁଣା ନଦୀର ଡେରାବିଶର ବସୁପୁରରେ ୨୬.୮୫ ଫୁଟ ଥିବାବେଳେ ୩୧.୬୦ ଫୁଟ, ପୂବାଂଶରେ ୩୫ ଫୁଟ ବିପଦ ସଙ୍କେତ ଥିବାବେଳେ ୩୬.୬୦ ଫୁଟରେ ଜଳ ପ୍ରବାହିତ ହେଉଛି। ଚିତ୍ରୋପତ୍ଳା ନଦୀ ପାଟକୁରାଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୪ ଫୁଟ ଉଚ୍ଚରେ ଅଛି। ଏଠାରେ ବିପଦ ସଙ୍କେତ ୨୧.୫୦ ଫୁଟ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୨୫.୪୦ ଫୁଟ ରହିଥିଲା। ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅଦ୍ୟାବଧି ବିପଦ ସଙ୍କେତ ଟପିନାହିଁ। ତେବେ ବ୍ରାହ୍ମଣୀ ନଦୀର କେନ୍ଦ୍ରାପଡ଼ାର ଇନ୍ଦୁପୁରଠାରେ ବିପଦ ସଙ୍କେତ ୮.୨୩ ମିଟର ଥିବା ବେଳେ ଏଠାରେ ୬.୧୧ ମିଟର ଅଛି। ସେହିପରି ଅଳଭାଠାରେ ୪.୮୮ ମିଟର ଥିବା ବେଳେ ଏବେ ୪.୩୦ ମିଟରରେ ଅଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ମୋଟ ୮୬ ପଞ୍ଚାୟତର ୧୯,୦୨୨ ଅଧିବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୨ଟି ଗ୍ରାମକୁ ବନ୍ୟାଜଳ ପଶିଛିି। ୭,୧୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୨ଟି ସ୍ଥାନରେ ରନ୍ଧାଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୧୩,୭୫୯ଟି ଗୃହପାଳିତ ପ୍ରାଣୀ ବନ୍ୟାଜଳ ଘେରରେ ଅଛନ୍ତି। ୨୧ଟି କଚ୍ଚା ଘର ଭାଙ୍ଗିଛି। ବନ୍ୟାସ୍ଥିତି ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ମଲ୍ଲିକ କହିଛନ୍ତି, ଏହାର ମୁକାବିଲା କରାଯାଉଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ନାୟକ କହିଛନ୍ତି, ଲୋକଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ପହଞ୍ଚତ୍ବା, ସେମାନଙ୍କୁ ସ୍ବାସ୍ଥ୍ୟସେବା ଓ ପାନୀୟ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। କ୍ଷୟକ୍ଷତି ସମ୍ପର୍କରେ ଆକଳନ ପାଇଁ ସମୟ ନାହିଁ। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ସମୟରେ ସ୍ଥାନାନ୍ତରକୁ ଗୁରୁତ୍ୱ ଦିଆଯାଇଥିଲା। ଏବେ ସେମାନଙ୍କ ଥଇଥାନ ସହ ମୌଳିକ ସମସ୍ୟାର ସମାଧାନକୁ ଧ୍ୟାନ ଦିଆଯାଉଛି। ନଦୀବନ୍ଧରେ ହୋଇଥିବା ଘଳିଆକୁ ବନ୍ଦ କରାଯାଇଛି। ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀ ଦିନରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କ ଜୀବନଜୀବିକାକୁ ସାବଲୀଳ ପାଇଁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri