ପାଣି ମାଡ଼ିଆସିଛି

ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକା ସଂଘର୍ଷ ସ୍ଥଳ ସମେତ ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ଓ ଭାରତର ସୈନ୍ୟମାନେ ପାଖାପାଖି ଦୁଇ କିଲୋମିଟର ପଛକୁ ଘୁଞ୍ଚିଛନ୍ତି। ୧୫ ଜୁନ୍‌ରେ ସେଠାରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବା ବେଳେ ଚାଇନାର କ୍ଷତି ନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳିପାରି ନାହିଁ। ଚାଇନା-ଭାରତ ମୁହଁ।ମୁହିଁ ସ୍ଥିତି ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ୬ ଜୁଲାଇରେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବଙ୍ଗ ୟିଙ୍କ ମଧ୍ୟରେ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା ପରେ ସୀମାରେ ଉତ୍ତେଜନା ହ୍ରାସ ନେଇ ବୁଝାମଣା ହୋଇଥିବା କୁହାଯାଉଛି।
ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଲଦାଖର ଗଲଓ୍ବାନ ଉପତ୍ୟକାଠାରୁ କିଛି ଦୂରରେ ଚାଇନା ସେନା ଶିବିର ସ୍ଥାପନ କରିଥିଲା। ବର୍ଷା ଋତୁର ଆରମ୍ଭ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଲଓ୍ବାନ ନଦୀରେ ହଠାତ୍‌ ବନ୍ୟାଜଳ ଆସିବାରୁ ସମ୍ପୃକ୍ତ ଅଞ୍ଚଳକୁ ଜଳପ୍ଳାବିତ କରିଦେଇଛି। ଏହାକୁ ପାହାଡ଼ିଆ ଅଞ୍ଚଳରେ ‘ଫ୍ଲାସ୍‌ ଫ୍ଲଡ୍‌’ କୁହାଯାଏ। ଏଥିରୁ ବୁଝିବାକୁ ହେବ ଯେ, ଚାଇନାର ପିଏଲ୍‌ଏ ପ୍ରାକୃତିକ ଝଟ୍‌କା ପାଇ ପଛକୁ ଫେରି ଯାଇଥାଇପାରେ। ଅଜିତ୍‌ ଡୋଭାଲ ଓ ଓ୍ବଙ୍ଗ ୟିଙ୍କ ମଧ୍ୟରେ କଥାବାର୍ତ୍ତା ପୂର୍ବରୁ ଏଭଳି ସ୍ଥିତି ଉପୁଜିଥିଲା। ତେଣୁ କେଉଁ କାରଣ ଯୋଗୁ ଚାଇନା ସେନା ଅପସାରଣ କରିଛି ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଚାଇନା ସେନା ଗଲଓ୍ବାନର ପିପି-୧୪ରୁ ପଛକୁ ଘୁଞ୍ଚିଥିବାରୁ ତାହାକୁ ଦେଖି ଭାରତୀୟ ସେନା ମଧ୍ୟ ବିବାଦୀୟ ଅଞ୍ଚଳରୁ ସେନା ଅପସାରଣ କରିଛି। ଏଭଳି ସ୍ଥଳେ ଭାରତୀୟ ସେନା ଚାଇନାର ପିଏଲ୍‌ଏ ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ। କାରଣ ଅତୀତରୁ ପ୍ରମାଣ ମିଳିଛି ଯେ, ୧୯୬୨ରେ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା ଯୁଦ୍ଧ ପୂର୍ବରୁ ସମାନ ପରିସ୍ଥିତି ସେହି ସ୍ଥାନରେ ଉପୁଜିଥିଲା। ୧୫ ଜୁଲାଇ ୧୯୬୨ରେ ଭାରତର ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶ ପାଇଥିଲା-‘ଚାଇନିଜ୍‌ ଟ୍ରୁପ୍ସ ଓ୍ବିଥ୍‌ଡ୍ର ଫ୍ରମ୍‌ ଗଲଓ୍ବାନ୍‌ ପୋଷ୍ଟ’। ସେତେବେଳେ ଚାଇନା ସେନା ଗଲଓ୍ବାନ୍‌ରୁ ହଟିଯିବାର ୯୬ ଦିନ ପରେ ଅର୍ଥାତ୍‌ ୨୦ ଅକ୍ଟୋବରରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ଦୃଷ୍ଟିରୁ ଦେଖିଲେ ଚାଇନାକୁ ସହଜରେ ବିଶ୍ୱାସ କରାଯାଇ ନ ପାରେ। ସମ୍ଭବତଃ ଚାଇନାର ପିଏଲ୍‌ଏ ଏବେ ପ୍ରାକୃତିକ ପରିସ୍ଥିତିର ସାମ୍ନା କରି ନ ପାରି ପଛଘୁଞ୍ଚା ଦେଇଛି। ଏହାଦ୍ୱାରା ଭାରତୀୟମାନେ ଖୁସି ହୋଇପାରନ୍ତି। ଅଳ୍ପ ସଫଳତାରେ ସନ୍ତୁଷ୍ଟ ହେବା ଗୁଣ ଭାରତୀୟଙ୍କଠାରେ ବେଶ୍‌ ଦେଖିବାକୁ ମିଳିଥାଏ। ଏହା ହୋଇପାରେ ଯେ ଚାଇନା ଏପରି ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେଇ ଆଗକୁ ଏକ ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥାଇପାରେ। ପ୍ରତି କ୍ଷେତ୍ରରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ କୌଣସି ସମୟରେ ବି କିଛି ଅନିଷ୍ଟ କରିପାରେ। ସେଥିପାଇଁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ଭାବେ ସଜାଗ ହୋଇ ରହିବାକୁ ପଡ଼ିବ।
୧୯୬୨ ମସିହାର ଖବର ପ୍ରକାଶ କରିଥିବା ଜାତୀୟ ଇଂଲିଶ ଦୈନିକ ଏବେ ପୁନର୍ବାର ଏକ ଖବର ଲେଖିଛି, ଯେଉଁଥିରେ ଉଲ୍ଲେଖ ରହିଛି ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ର ଜଣେ ପ୍ରବକ୍ତା କହିଛନ୍ତି ଯେ, ଯଦି ଭାରତ ସହ ଚାଇନାର ଯୁଦ୍ଧ ଘଟେ, ତେବେ ଆମେରିକା ସେଥିରେ ଭାରତ ସପକ୍ଷରେ ଯୋଗଦାନ କରିବ। ସେହି ତାରିଖର ‘ନ୍ୟୁୟର୍କ ଟାଇମ୍ସ’ ଦେଖିଲେ ଜଣାପଡ଼ୁଛି ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏବେକାର ପରିସ୍ଥିତିରେ ଯେହେତୁ ପାକିସ୍ତାନ ଉପରେ ବିଶ୍ୱାସ କରିପାରୁ ନାହାନ୍ତି, ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭାରତର ସମର୍ଥନ ଲୋଡ଼ୁଛନ୍ତି। ଏଥିନେଇ ଭାରତ ସହ ନିକଟରେ ଅଷ୍ଟ୍ରେଲିଆ ଏକ ସାମରିକ ଚୁକ୍ତି ସ୍ବାକ୍ଷର କରିଛି, ଯେଉଁଥିରେ ଉଭୟ ଦେଶ ପରସ୍ପରର ସାମରିକ ଘାଟି ବ୍ୟବହାର କରିପାରିବେ। ପୃଥିବୀରେ ସମସ୍ତେ ଜାଣନ୍ତି ଯେ, ଅଷ୍ଟ୍ରେଲିଆ ମିଲିଟାରୀ ଦୃଷ୍ଟିରୁ ଶକ୍ତିଶାଳୀ ଦେଶ ନୁହେଁ। ଅର୍ଥାତ୍‌ ଏହି ଚୁକ୍ତି ମାଧ୍ୟମରେ ଆମେରିକା ଓ ଅନ୍ୟ ଇଚ୍ଛୁକ ପାଶ୍ଚାତ୍ୟ ଦେଶଗୁଡ଼ିକ ଅଷ୍ଟ୍ରେଲିଆର ବାହାନା ନେଇ ଭାରତର ସାମରିକ ଭିତ୍ତିଭୂମିକୁ ବ୍ୟବହାର କରିପାରିବେ। ଭାରତରେ ଏଭଳି ଅନେକ ନାଗରିକ ଅଛନ୍ତି, ସେମାନେ ସେହି ପରିସ୍ଥିତିକୁ ଖୁସିର ସହ ସ୍ବାଗତ କରିବେ। ତାହାର ଏକମାତ୍ର କାରଣ ହେଉଛି ଅଜ୍ଞତା। ପୃଥିବୀର ଇତିହାସ ଦେଖିଲେ ଦକ୍ଷିଣ ଭିଏଟ୍‌ନାମ, ଦକ୍ଷିଣ କୋରିଆ, ଫିଲିପାଇନ୍ସ ଭଳି ଅନେକ ଦେଶକୁ ନିଜ ଯୁଦ୍ଧରେ ଲଗାଇ ଆମେରିକା ତାହାର କାୟାବିସ୍ତାର କରିଛି। ସେଭଳି ପରିସ୍ଥିତି ଯଦି ଭାରତରେ ଉପୁଜେ ତେବେ ଭାରତ ପାଲଟିବ ରଣକ୍ଷେତ୍ର। ଆଧୁନିକ ଯୁଦ୍ଧରେ କେବଳ ଆଣବିକ ବୋମା ନୁହେଁ, କୋଭିଡ୍‌ ଦେଖାଇଛି ଯେ ଜୈବିକ ଯୁଦ୍ଧ କେଉଁଭଳି ପରିଣତି ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri