କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ ଅବସର ନେଇଥିବା ଜଣାପଡ଼ିଛି। ଏହି ଅବସରରେ ଆୟୋଜିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ବିଭାଗ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋପ ମଣୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ.ମାଲପଡ଼ା ପଞ୍ଚାୟତ ସରପଞ୍ଚ ବରୁଣ ଛତ୍ରିଆ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବନମାଳୀ ସାହୁ, ସର୍ଗୁଲ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ମାଝୀ, ରେଙ୍ଗାଲି ସିଆର୍ସିସି ଉଜ୍ଜଳ କୁମାର ସାହୁ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ଦାସ, ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗରୁଡ଼ ଧ୍ୱଜ ଗହୀର, ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବିଦାୟୀ ଶିକ୍ଷକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମୟାନୁବର୍ତ୍ତୀତା ଉପରେ ପ୍ରଂଶସା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ସ.ମାଲପଡ଼ା ଗ୍ରାମବାସୀ, ଛାତ୍ରୀଛାତ୍ରଙ୍କ ପକ୍ଷରୁ ଘୁମୁରା ବାଦ୍ୟ ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରିଥଲେ। ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ନେଇ ଥିବା ଶିକ୍ଷକ ସୁଦର୍ଶନ ସାହୁଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ବାରା ବିଦାୟୀ ସଙ୍ଗୀତ ପରିବେଷଣ ସଭାଟିକୁ ଭାବ ବିହ୍ବଳ କରିଥିଲା।

