ପାଣି ପାଇଁ ହଟହଟା ଖୋଲାଗଡ଼ ଗ୍ରାମବାସୀ

ଖପ୍ରାଖୋଲ, ୧୩ା୧୨(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଗାଁରେ ଥିବା ୪ଟି ନଅକୂପରୁ ତିନୋଟି ଦୁଇମାସ ହେଲା ଅଚଳ ହୋଇପଡିଛି। ଅନ୍ୟ ନଳକୂପରେ ସୋଲାର ପମ୍ପ ଲଗାଯାଇଥିଲେ ବି ଠିକ୍‌ରେ ପାଣି ବାହାରୁନାହିଁ। ଏ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ତାହା ମରାମତି ହେଉନାହିଁ। ଅନ୍ୟପକ୍ଷରେ ଗାଁରେ ଥିବା କୂଅଗୁଡିକରୁ ଭଲ ପାଣି ବାହାରୁନାହିଁ। ଗ୍ରୀଷ୍ମଋତୁରେ ପରିସ୍ଥିତି ସଙ୍ଗିନ। ଫଳରେ ଗାଁରେ ବସବାସ କରୁଥିବା ୨୫୦ରୁ ଊର୍ଦ୍ଧ୍ୱ ଲୋକେ ବର୍ଷସାରା ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନନ୍ୟୋପାୟ ହୋଇ ସେମାନେ ପୋଖରୀ ଓ ଯୋରର ଦୂଷିତ ପାଣିକୁ ପାନୀୟ ଜଳଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଗାଁର ଶ୍ୟାମସୁନ୍ଦର ବାରିକ, ସୁଶୀଲ ପଧାନ, ଉପ ବରିହା, ଉଗ୍ରସେନ ପରୁଆ ପ୍ରମୁଖ ଅଭିଯୋଗ କରିଛନ୍ତି। ବ୍ଲକ ସଦର ମହକୁମାଠାରୁ ଏହି ଗାଁର ଦୂରତା ପ୍ରାୟ ୪୭କି.ମି। ଅବସ୍ଥିତି ଦୃଷ୍ଟିରୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଉଥିବା ଏହି ଗାଁକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଦ୍ୱାରା ସଂଯୋଗ ହୋଇଛି। ତଥାପି ଅନେକ ମୌଳିକ ସୁବିଧା ପାଇବାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ପାନୀୟ ଜଳାଭାବ ନେଇ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ନଳକୂପ ଅଚଳ ନେଇ ମୋ ପାଖରେ କୌଣସି ଖବର ନାହିଁ। ତେବେ ବିଭାଗୀୟ କର୍ମଚାରୀଙ୍କୁ ପଠାଇ ଯୁଦ୍ଧକାଳୀନଭିତ୍ତିରେ ନଳକୂପ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri