‘ଗାଁ ମାଟି ମୋତେ ଲେଖକ, ଚିତ୍ରଶିଳ୍ପୀ କରିଛି’

ଚଣ୍ଡିଖୋଲ,୧୭ା୧୧: ମୋ ଗାଁ ପାଇଁ ମୁଁ ଆଜି ଏହି ସମ୍ମାନ ପାଇଛି। କାରଣ ମୋ ଗାଁ ମୋତେ ଗଢିଛି। ତା’ର ମାଟି, ପାଣି ଓ ପବନ ମୋତେ ଆଜି ଜଣେ ଲେଖକ ଓ ଚିତ୍ରଶିଳ୍ପୀ ଭାବେ ସାରା ପୃଥିବୀରେ ପରିଚୟ କରାଇଛି। ତେଣୁ ଆଜି ଯେଉଁ ସମ୍ମାନ ପାଇଲି ଏହାକୁ ମୁଁ ମୋର ଗାଁ ସମେତ ଭାରତର ସବୁ ଗାଁ ପାଇଁ ଉତ୍ସର୍ଗ କରୁଛି ବୋଲି କହିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଆନ୍ତର୍ଜାତୀୟ ଲେଖକ ପ୍ରଫୁଲ୍ଲ ମହାନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ସାହିତ୍ୟ ଏକାଡେମୀ ପୁସ୍ତକମେଳା ଅବସରରେ ତାଙ୍କୁ ସମ୍ମାନସୂଚକ ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଏହା ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନାନ୍‌ପୁର ଗ୍ରାମରେ ଜନ୍ମିତ ପ୍ରଫୁଲ୍ଲ ଦୀର୍ଘବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ଏହାପରେ ବି ସେ ଗାଁ ମାଟିର ବାସ୍ନାକୁ ଭୁଲି ପାରନ୍ତିନି। ସେଥିପାଇଁ ପ୍ରତିବର୍ଷ ୨ମାସ ଲାଗି ଗାଁ କୁ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହିତ ମିଳିମିଶି ସମୟ କାଟି ଯାଆନ୍ତି। ମଙ୍ଗଳବାର ସେ ଏହି ସମ୍ମାନ ପାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ହେଉଛି ଗାଁର ଜଣେ ବ୍ୟକ୍ତି ଯିଏ ଗାଁର କଥାକୁ ନେଇ ବହି ଲେଖିଛି ଆଉ ସେହି ବହି ୮ଟି ଦେଶରେ ଚାଲୁଛି। ମୋ ଗାଁ ଏବଂ ଓଡ଼ିଶାର ବିଭିନ୍ନ ପାହାଡ଼, ପର୍ବତ, ନଦୀ, ଝରଣା, ତାଳବଣ ଏପରି କି ଚଉରା ମୂଳରେ ପଡ଼ୁଥିବା ମୁରୁଜକୁ ନେଇ ବହି ଲେଖାଯାଇଛି। ଓଡ଼ିଶାର ଏକ ନିକଟ ମଫସଲ ଗାଁରୁ ଯାଇ ଲଣ୍ଡନରେ ରହିବା ଏକ ସଂଘର୍ଷର କାହାଣୀ। ମୁଁ ପ୍ରଥମେ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲି କିନ୍ତୁ ଡାକ୍ତର ବଦଳରେ ଜଣେ ଚିତ୍ରଶିଳ୍ପୀ ଓ ଲେଖକ ହୋଇଗଲି।
୧୯୩୫ ଏପ୍ରିଲ ୧୬ରେ ବିରୂପା ନଦୀକୂଳ ନାନ୍‌ପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ଚିତ୍ରଶିଳ୍ପୀ ବିଭିନ୍ନ ଦେଶରେ ଚିତ୍ର ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ସେ ଇଂଲଣ୍ଡ, ଜର୍ମାନ, ଫ୍ରାନ୍ସ , ନରୱେ, ଇଟାଲୀ, ଆମେରିକା, ଜାପାନ, ଫିଲିପାଇନ୍ସ ଓ ଭାରତର ବହୁ ସ୍ଥାନରେ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ସମ୍ମାନିତ ହୋଇଛନ୍ତି। ଏପରି କି ତାଙ୍କ ଚିତ୍ରକୁ ଇଂଲଣ୍ଡ ସରକାର ୧୫ ହଜାର ପାଉଣ୍ଡରେ କିଣି ନେଇ ମ୍ୟୁଜିୟମରେ ସ୍ଥାନିତ କରିଛନ୍ତି। ତାଙ୍କର ପ୍ରଥମ ପୁସ୍ତକ ‘ମାଇଁ ଭିଲେଜ୍‌ ମାଇଁ ଲାଇଫ୍‌’ ୧୯୭୩ରେ ପ୍ରଥମେ ଲଣ୍ଡନରେ ପ୍ରକାଶିତ ହୋଇଥିଲା, ଯାହାକୁ ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍‌ ପ୍ରକାଶନ କରିଥିଲା। ସେହି ପୁସ୍ତକଟି ଧୀରେ ଧୀରେ ବହୁଳ ବିକ୍ରି ହୋଇ ୮ଟି ଦେଶରେ ପ୍ରଚଳିତ ହେଲା। ପ୍ରଫୁଲ୍ଲ ସମସ୍ତ ପୁସ୍ତକ ଇଂଲିଶ ଭାଷାରେ ଲେଖିଛନ୍ତି। ସେଗୁଡ଼ିକ ହେଲା ‘ମାଇଁ ଭିଲେଜ୍‌ ମାଇଁ ଲାଇଫ’, ‘ଇଣ୍ଡିଆନ୍‌ ଭିଲେଜ ଟିଅର୍ସ’, ‘ଥ୍ରୋ ବ୍ରାଉନ୍‌ ଆଇଜ୍‌’,’ଚେଞ୍ଜିଂ ଭିଲେଜ୍‌ ଚେଞ୍ଜିଂ ଲାଇଫ’, ‘ଲଗିଙ୍ଗ ଓ ଶୂନ୍ୟ’ ଏହିସବୁ ପୁସ୍ତକ ବିଭିନ୍ନ ଦେଶରେ ପ୍ରଚଳିତ ହେଉଅଛି। ମଙ୍ଗଳବାର ପ୍ରଫୁଲ୍ଲ ସମ୍ମାନ ପାଇବା ପରେ ବଡ଼ଚଣା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବହୁ ବୁଦ୍ଧିଜୀବୀ, ସାହିତି୍ୟକ, କବି ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?