ଭୋଟ ବର୍ଜନ ନିଷ୍ପତ୍ତି ପରେ ବଦଳିଲା ଗାଁ ଚିତ୍ର: ମିଳିଲା ରାସ୍ତା, ବିଜୁଳି, ପାନୀୟ ଜଳ

ରାୟଗଡ଼ା ଅଫିସ,୧୩।୨: ଭୋଟ ବର୍ଜନ ନିଷ୍ପତ୍ତି ପରେ ଗାଁ ଚିତ୍ର ବଦଳିଯାଇଛି। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୧୫ କି.ମି. ଦୂର ଗୁମ୍ମା ପଞ୍ଚାୟତର କଟାଗଣ୍ଡା ଗାଁକୁ ବିଦ୍ୟୁତ୍‌ ସଂଯୋଗ ସହ ପାନୀୟ ଜଳ ଯୋଗାଣ ହୋଇଛି। ସେହିପରି ରାସ୍ତା କାମ ମଧ୍ୟ ଚାଲିଛି। ବିଜୁଳି ଏବଂ ପାନୀୟ ଜଳ ସମସ୍ୟାକୁ ନେଇ ଦୀର୍ଘ ଦିନରୁ ଗ୍ରାମବାସୀ ସମସ୍ୟା ଭୋଗୁଥିଲେ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିଲା। ତେଣୁ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀଙ୍କ ଏହି ଚେତାବନୀ ଗାଁକୁ ମୌଳିକ ସୁବିଧା ପହଞ୍ଚିବାର ବାଟ ଖୋଲିଛି। ଜେସିବି ସାହାଯ୍ୟରେ ପାହାଡ଼ କଟାଯାଇ ରାସ୍ତା କାମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଗ୍ରାମରେ ପ୍ରାୟ ୧୮ ପରିବାର ବସବାସ କରୁଥିବାବେଳେ ଭତ୍ତା ଓ ପିଡିଏସ ସାମଗ୍ରୀ ଆଣିବl ପାଇଁ ୨୫ କି.ମି. ଜଙ୍ଗଲ ରାସ୍ତା ଡେଇଁ ଯିବାକୁ ପଡ଼ୁଥିଲା। ଗାଁକୁ ପକ୍କାରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା ନିର୍ମାଣ ପରେ ଗ୍ରାମବାସୀଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ରାୟଗଡ଼ା ବିଡିଓ ଲକ୍ଷ୍ମୀ ନାରାୟଣ ସାବତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri