ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ ପ୍ରଶାସନ ଉପରେ ଭରସା ନ କରି ନିଜ ସମସ୍ୟା ନିଜେ ସୁଧାରିବାକୁ ନିଷ୍ପତ୍ତି ନେଲେ। ସେମାନେ ନିଜ ଖର୍ଚ୍ଚରେ ସ୍ଥାନୀୟ କୋଷ୍ଟ କେନାଲ ଉପରେ ଏକ କାଠ ପୋଲ ତିଆରି କରିବାରେ ସଫଳ ହୋଇଛନ୍ତି।
ପ୍ରକାଶ ଯେ, ଏହି ଗ୍ରାମରେ ୭୦ରୁ ଊର୍ଦ୍ଧ୍ୱ ପରିବାରର ୭ଶହରୁ ଅଧିକ ଲୋକ ବାସବାସ କରନ୍ତି। ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ ସାନକୃଷ୍ଣପୁର ଦେଇ ପ୍ରାୟ ୫ କି.ମି. ରାସ୍ତା ବୁଲିବାକୁ ପଡୁଥିଲା। ଅପରପକ୍ଷେ ଗ୍ରାମଠାରୁ ମାତ୍ର ୮ଶହ ମିଟର ପରେ କୋଷ୍ଟକେନାଲ ରାସ୍ତା ଅଛି। ହେଲେ ସେହି ରାସ୍ତାକୁ ଯିବା ପାଇଁ କେନାଲ ପାରି ହେବାକୁ ପଡ଼ିବ। କେନାଲ ଉପରେ ଏକ ପୋଲ ଏବଂ ଗ୍ରାମ ସଂଲଗ୍ନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏଣୁ ସମସ୍ତ ଗ୍ରାମବାସୀ ଚଳିତବର୍ଷ ନିଜ ଖର୍ଚ୍ଚରେ ରାସ୍ତା ଓ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମେ’ରେ ଗ୍ରାମଠାରୁ କୋଷ୍ଟକେନାଲ ପର୍ଯ୍ୟନ୍ତ ୮ଶହ ମିଟର ରାସ୍ତାରେ ବାହାରୁ ଟ୍ରାକ୍ଟର ସାହାଯ୍ୟରେ ମାଟି ବୋହି ଆଣି ପକାଇ ୧୮ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରିଥିଲେ। ଏହାପରେ ଜୁଲାଇରେ କାଠ ଖୁଣ୍ଟ କରି କେନାଲରେ ପୋତିଥିଲେ। ଚଳିତମାସରେ ଆବଶ୍ୟକ କାଠ ପଟ୍ଟା ତିଆରି କରି ଶନିବାର ପୋଲ ନିର୍ମାଣ ସାରିଛନ୍ତି। ଗ୍ରାମବାସୀ ଶ୍ରମଦାନ ସହ ୩୫ ଫୁଟ୍‌ ଲମ୍ବର ଏହି ପୋଲ ପାଇଁ ୫୦ ହଜାର ଓ ରାସ୍ତା ଲାଗି ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବଳରାମ ମହାନ୍ତି, ବ୍ରଜକିଶୋର ନାୟକ, ଅଲେଖ କୁମାର ଲେଙ୍କା, ସହଦେବ ନାୟକ, କମଳାକାନ୍ତ ନାୟକ, ରତିକାନ୍ତ ଜେନା, ପ୍ରମୋଦ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ପୋଲ ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ। ଏବେ ସେମାନଙ୍କୁ ଆଉ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ବୁଲିବାକୁ ପଡ଼ିବ ନାହିଁ। କମ୍‌ ସମୟରେ ଓ ସ୍ବଳ୍ପ ଖର୍ଚ୍ଚରେ ସିଧାସଳଖ କୋଷ୍ଟ କେନାଲ ରାସ୍ତାକୁ ଯାଇପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି...

ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୩ା୮(ସଞ୍ଜୟ କୁମାର ପାଣିଗ୍ରାହୀ)ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ସହ ପିଲାଙ୍କ ଚାଉଳ ବିକ୍ରି କରିବା ଅଭିଯୋଗରେ ବାଲିଗୁଡ଼ା ଥାନା ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଆମ୍ବୁଲାନ୍ସ ଅଟକ ରଖିଲେ ଗ୍ରାମବାସୀ

ଖଇରା,୩୧।୧୦(ଡି.ଏନ୍‌.ଏ.): ସିକନ୍ଦରାବାଦର ଏକ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ସଇଁ ଗ୍ରାମର ଶ୍ରୀଧର ମହାନ୍ତି(୪୩)ଙ୍କ ଦୁଇଦିନ ତଳେ ସେଠାରେ...

ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ...

ଆଦିବାସୀ ସଂସ୍କୃତିର ନିଆରା ଝଲକ ‘ଚଇତି ବଡ଼ାମ ପୂଜା’

ଔପଦା, ୧୭।୩(ଡି.ଏନ.ଏ.)-ଚଇତି ବଡାମ ପୂଜା ଲାଗି ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟ୍ୟୁଷିତ ଗଡ଼ସାହି ଗ୍ରାମ ଉତ୍ସବମୁଖର ହୋଇପଡିଛି। ଏହି ଗ୍ରାମରେ ପାରମ୍ପରିକ ଭାବେ...

ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍‌ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍‌ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି

ବୁଗୁଡ଼ା,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ...

ମନ୍ଦିର ପରିସରରେ ଆତଙ୍କ ଖେଳାଇଲେ ମହୁମାଛି

କୁନ୍ଦୁରା,୧୧ା୩: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭିଖାରୀ ଗ୍ରାମ ଉପକଣ୍ଠରେ ଥିବା ଶିବମନ୍ଦିର ନିକଟରେ ଗୁରୁବାର ମହୁମାଛି ଆକ୍ରମଣରେ ୩୦ଜଣ ଆହତ ହୋଇଛନ୍ତି।...

Advertisement
Archives

Model This Week