ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ ପ୍ରଶାସନ ଉପରେ ଭରସା ନ କରି ନିଜ ସମସ୍ୟା ନିଜେ ସୁଧାରିବାକୁ ନିଷ୍ପତ୍ତି ନେଲେ। ସେମାନେ ନିଜ ଖର୍ଚ୍ଚରେ ସ୍ଥାନୀୟ କୋଷ୍ଟ କେନାଲ ଉପରେ ଏକ କାଠ ପୋଲ ତିଆରି କରିବାରେ ସଫଳ ହୋଇଛନ୍ତି।
ପ୍ରକାଶ ଯେ, ଏହି ଗ୍ରାମରେ ୭୦ରୁ ଊର୍ଦ୍ଧ୍ୱ ପରିବାରର ୭ଶହରୁ ଅଧିକ ଲୋକ ବାସବାସ କରନ୍ତି। ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ ସାନକୃଷ୍ଣପୁର ଦେଇ ପ୍ରାୟ ୫ କି.ମି. ରାସ୍ତା ବୁଲିବାକୁ ପଡୁଥିଲା। ଅପରପକ୍ଷେ ଗ୍ରାମଠାରୁ ମାତ୍ର ୮ଶହ ମିଟର ପରେ କୋଷ୍ଟକେନାଲ ରାସ୍ତା ଅଛି। ହେଲେ ସେହି ରାସ୍ତାକୁ ଯିବା ପାଇଁ କେନାଲ ପାରି ହେବାକୁ ପଡ଼ିବ। କେନାଲ ଉପରେ ଏକ ପୋଲ ଏବଂ ଗ୍ରାମ ସଂଲଗ୍ନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏଣୁ ସମସ୍ତ ଗ୍ରାମବାସୀ ଚଳିତବର୍ଷ ନିଜ ଖର୍ଚ୍ଚରେ ରାସ୍ତା ଓ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମେ’ରେ ଗ୍ରାମଠାରୁ କୋଷ୍ଟକେନାଲ ପର୍ଯ୍ୟନ୍ତ ୮ଶହ ମିଟର ରାସ୍ତାରେ ବାହାରୁ ଟ୍ରାକ୍ଟର ସାହାଯ୍ୟରେ ମାଟି ବୋହି ଆଣି ପକାଇ ୧୮ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରିଥିଲେ। ଏହାପରେ ଜୁଲାଇରେ କାଠ ଖୁଣ୍ଟ କରି କେନାଲରେ ପୋତିଥିଲେ। ଚଳିତମାସରେ ଆବଶ୍ୟକ କାଠ ପଟ୍ଟା ତିଆରି କରି ଶନିବାର ପୋଲ ନିର୍ମାଣ ସାରିଛନ୍ତି। ଗ୍ରାମବାସୀ ଶ୍ରମଦାନ ସହ ୩୫ ଫୁଟ୍‌ ଲମ୍ବର ଏହି ପୋଲ ପାଇଁ ୫୦ ହଜାର ଓ ରାସ୍ତା ଲାଗି ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବଳରାମ ମହାନ୍ତି, ବ୍ରଜକିଶୋର ନାୟକ, ଅଲେଖ କୁମାର ଲେଙ୍କା, ସହଦେବ ନାୟକ, କମଳାକାନ୍ତ ନାୟକ, ରତିକାନ୍ତ ଜେନା, ପ୍ରମୋଦ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ପୋଲ ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ। ଏବେ ସେମାନଙ୍କୁ ଆଉ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ବୁଲିବାକୁ ପଡ଼ିବ ନାହିଁ। କମ୍‌ ସମୟରେ ଓ ସ୍ବଳ୍ପ ଖର୍ଚ୍ଚରେ ସିଧାସଳଖ କୋଷ୍ଟ କେନାଲ ରାସ୍ତାକୁ ଯାଇପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri