ଅନ୍ଧାରୀ ନାଳରେ ଲୀନ ହେବ ବଳମ ଗ୍ରାମ

ନାକଟିଦେଉଳ,୨୬ା୧: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ବଳମ ଗ୍ରାମ ଅନ୍ଧାରୀ ନାଳ ମଧ୍ୟରେ ଲୀନ ହେବାକୁ ବସିଛି। ଏହି ନାଳରେ ବର୍ଷାଦିନେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଗାଁକୁ ଲାଗିଥିବା କୂଳରୁ ମାଟି ଅତଡ଼ା ଖସିବାରେ ଲାଗିଛି। ପ୍ରତ୍ୟେକ ବର୍ଷ ନାଳକୂଳ ଅଞ୍ଚଳରୁ ଗୋଟିଏ ଦୁଇଟି ଘର ଧସି ନଦୀରେ ମିଶିଯାଉଛି। ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତ। ଏ ସମ୍ପର୍କରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ଗ୍ରାମବାସୀ କିଛିଦିନ ତଳେ ରେଢାଖୋଲ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ରୋହିତ ପୂଜାରୀ ଜଳସେଚନ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିବା ସହ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କଥା ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ସମ୍ବଲପୁରର ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ବଳମ ଗ୍ରାମକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଚିରସ୍ରୋତା ଟିକିରା ନଦୀର ଶାଖା ନଦୀ ଅନ୍ଧାରୀ ନାଳ ଦାଉରୁ ଗ୍ରାମକୁ ରକ୍ଷା କରିବା ପାଇଁ ନାଳ କୁଳରେ ଖୁବ୍‌ଶୀଘ୍ର ପଥର ବନ୍ଧ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଗ୍ରାମବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ବ୍ଲକ ବିଜେଡ଼ି ସଭାପତି ମୁଳିଆ ରାଉଳ, ବଳମ ସରପଞ୍ଚ ବୀରେନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର...

ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ...

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ.): ହୀରାକୁଦ ଜଳଭଣ୍ଡାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୦ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ...

ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର...

ନକଲି ଶିକ୍ଷକଙ୍କୁ ଝଟକା : ୧ ମାସ ଭିତରେ ଦାଖଲ କରିବାକୁ ପଡ଼ିବ ଜାତିଗତ ପ୍ରମାଣପତ୍ର

କର୍ଲାମୁଣ୍ଡା,୨୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ନକଲି ଶିକ୍ଷକ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରେ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପୁଣି ଜାତିଗତ ପ୍ରମାଣପତ୍ର ଓ...

୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର...

ବୃଦ୍ଧି ପାଉଛନ୍ତି ବାଘ

ଢେଙ୍କାନାଳ ଅଫିସ, ୨୫।୮ – ଢେଙ୍କାନାଳ ଜିଲାରେ କଲରାପତିରିଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୧୦ ବର୍ଷ ତଳେ କାଁ ଭାଁ  ଠାବ କରାଯାଉଥିବା ଏହି...

ଅନୁଗୋଳରେ ନାହିଁ ପର୍ଯ୍ୟାପ୍ତ ପିପିଇ

ଅନୁଗୋଳ ଅଫିସ, ୫।୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗୀମାନେ ପର୍ସନାଲ ପ୍ରୋଟେକ୍‌ଶନ୍‌ ଇକ୍ୟୁପମେଣ୍ଟ(ପିପିଇ) ପିନ୍ଧିବା ଜରୁରୀ। ନଚେତ ସେମାନେ...

Advertisement
Archives

Model This Week