ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍‌. ଭେଙ୍କଟରମଣଙ୍କୁ ପିଟି ହତ୍ୟା କରାଯାଇଥିଲା। ତେବେ ହତ୍ୟା ପୂର୍ବରୁ ଭେଙ୍କଟରମଣଙ୍କ ଦାନ୍ତ ଭଙ୍ଗାଯିବା ସହ ମଇଳା ଖାଇବାକୁ ବାଧ୍ୟ କରାଯାଇଥିବା ଓ ଠେଙ୍ଗାରେ ମାଡ଼ ମରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ହତ୍ୟା ଘଟଣାରେ ପୂର୍ବରୁ ପୋଲିସ ୧୩ ଜଣଙ୍କୁ ଗିରଫ କରିଥିଲା। ଗତ ସୋମବାର ଅନ୍ୟ ଜଣେ ଅଭିଯୁକ୍ତ ବି. ଶଙ୍କର ରାଓ ଗିରଫ ହୋଇଛନ୍ତି। ଫଳରେ ହତ୍ୟା ଘଟଣାରେ ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଚମାଖଣ୍ଡି ଥାନା ଅଧିନ ରାମେୟାପଲ୍ଲୀ ଗାଁର ପି. ଭୀମରାଜୁଙ୍କ ଡାକିବା ପ୍ରକାରେ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଆଙ୍କୁଲି ସୁବାସ ନଗରର ଭେଙ୍କଟରମଣ ଓ ଲାଞ୍ଜିପଲ୍ଳୀ ମେନ୍‌ ରୋଡ୍‌ର ପି. ଧବଳେଶ୍ୱର ରେଡ୍ଡୀ ୧୯ ତାରିଖରେ ଗାଁକୁ ଆସିଥିଲେ। ପୂଜାପାଠ ଚାଲିଥିବାବେଳେ ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ଲୋକ ଗୁଣିଗାରେଡି ସନ୍ଦେହ କରି ମାଡ଼ ମାରିବାରୁ ଭେଙ୍କଟରମଣଙ୍କ ମୃତ୍ୟୁ ଘଟିଥିଲା। ଭୀମରାଜୁ ଓ ଧବଳେଶ୍ୱର ଗୁରୁତର ଆହତ ହୋଇଥିଲେ। ଭୀମରାଜୁଙ୍କ ଏତଲା ପ୍ରକାରେ ଥାନାରେ ୧୨୦/୨୧ରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ବଢ଼ୁଛି ସାପ ଆତଙ୍କ: ସାପ-ନେଉଳ ଏମିତି ଲଢେଇ, VIDEO ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)-କିଛି ଦିନ ବ୍ୟବଧାନକୁ ଥରେ ଭଞ୍ଜନଗର ଅଞ୍ଚଳରେ ବର୍ଷା ହେଉଛି। ଏହାର ପ୍ରଭାବରେ ନଦୀ, ନାଳ, ଗର୍ତ୍ତ ଗୁଡ଼ିକରେ ପାଣି ଭର୍ତ୍ତି ହେଉଛି। ଫଳରେ ସାପ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri